Advertisment

ଅବସରର ୨୪ ବର୍ଷ ପରେ...ସ୍କୁଲ ଯାଉଛନ୍ତି, ମାଗଣାରେ ପାଠ ପଢାଉଛନ୍ତି

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କଖାରୁଣୀ ଗାଁର ବନବିହାରୀ ଦାସ। ବୟସ ୮୫ ଡେଇଁଲାଣି। ହେଲେ ଏ ବୟସରେ ବି ପିଲାଙ୍କୁ ପାଠ ପଢାଇବାକୁ ସେ ପାଗଳ ପ୍ରାୟ। ୧୯୬୦ ମସିହାରୁ ଶିକ୍ଷକତା ଆରମ୍ଭ କରିଥିବା ବନ ସାର୍‌ ଏହାରି ମଧ୍ୟରେ ୨୪ ବର୍ଷ ହେଲାଣି ଚାକିରିରୁ ଅବସର ନେଲେନି

author-image
Sarbeswar
ଅଦ୍ୟତନ ହୋଇଛି
Meet Bana Bihari Das a Teacher By Passion

Bana Sir

୨୪ ବର୍ଷ ହେଲାଣି ଚାକିରିରୁ ଅବସର ନେଲେଣି। ହେଲେ ଆଜି ବି ଘଂଟାରେ ୧୦ଟା ବାଜିବା ପୂର୍ବରୁ ସ୍କୁଲରେ ପହଞ୍ଚିଯାଆନ୍ତି ବନ ସାର୍‌। ଶୁଣିବାକୁ ଟିକିଏ ଅଜବ ଲାଗୁଥିବ। ଭାବୁଥିବେ ଚାକିରି ରୁ ୨୪ ବର୍ଷ ହେଲାଣି ଅବସର ନେଲେଣି। ଏବେ ପୁଣି ସକାଳ ୧୦ଟା ବେଳେ ସ୍କୁଲ ଯାଉଛନ୍ତି କାହିଁକି। ଶିକ୍ଷକତା ୟାଙ୍କର ପେଶା ନୁହେଁ ବରଂ ନିଶା। ସେଇଥି ପାଇଁ ତ ଚାକିରିରୁ ଅବସର ନେବାର ୨୪ ବର୍ଷ ପୂରିଥିଲେ ବି ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍କୁଲରେ ପହଞ୍ଚିଯାଉଛନ୍ତି ବନ ସାର୍‌। ୮୫ ବର୍ଷରେ ସେ ଜମାରୁ ହାର ମାନିନାହାନ୍ତି।  କ୍ଲାସ ରୁମ୍‌ ଭିତରେ ଇଂରାଜୀ ପଢାଉଛନ୍ତି ତ ପୁଣି ଆଉ କେତେବେଳେ ସାହିତ୍ୟ । ଖାଲି ପଢାଉନାହାନ୍ତି ବରଂ ପ୍ରତି ଧାଡିରେ ବସିଥିବା ପିଲାଙ୍କ ପାଖରୁ ନେଉଛନ୍ତି ରିଡିଂ।

Advertisment

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କଖାରୁଣୀ ଗାଁର ବନବିହାରୀ ଦାସ। ବୟସ ୮୫ ଡେଇଁଲାଣି। ହେଲେ ଏ ବୟସରେ ବି ପିଲାଙ୍କୁ ପାଠ ପଢାଇବାକୁ ସେ ପାଗଳ ପ୍ରାୟ। ୧୯୬୦ ମସିହାରୁ ଶିକ୍ଷକତା ଆରମ୍ଭ କରିଥିବା ବନ ସାର୍‌ ଏହାରି ମଧ୍ୟରେ ୨୪ ବର୍ଷ ହେଲାଣି ଚାକିରିରୁ ଅବସର ନେଲେନି l କିନ୍ତୁ ଆଜି ବି ବିଦ୍ୟାଳୟରେ ନିରବିଛିନ୍ନ ଭାବେ ବିନା ପାରିଶ୍ରମିକରେ ଶିକ୍ଷାଦାନ କରୁଛନ୍ତି। ଆଉ କହୁଛନ୍ତି ବଞ୍ଚିଥିବା ପର୍ଯ୍ୟନ୍ତ ପିଲାଙ୍କୁ ଏମିତି ପାଠ ପଢାଇବି।

ଅଧିକ ପଢ଼ନ୍ତୁ: ୧ଟଙ୍କିଆ କ୍ଲିନିକକୁ ବର୍ଷେ ପୂରିଲା! ବର୍ଷ ପୂର୍ତ୍ତି ଅବସରରେ ୧ଟଙ୍କାରେ ଔଷଧ ବିତରଣ କାମ ଆରମ୍ଭ କଲେ ଡାକ୍ତର ଶଙ୍କର ରାମଚନ୍ଦାନୀ

Advertisment

ପିଲାଙ୍କୁ ସେ ଏତେ ମାତ୍ରାରେ ଭଲପାଆନ୍ତି ଯେ ସେମାନଙ୍କ ଗହଣରେ ଥିଲେ ନିଜ ପରିବାର କଥାବି ଭୁଲିଯାଆନ୍ତି। ପାଠ ପଢାଇବା ପରେ ମଧ୍ୟାହ୍ନ ଭୋଜନରେ ପିଲାମାନେ କଣ ଖାଉଛନ୍ତି ସେନେଇ ନିଜେ ବୁଲିବୁଲି ବି ଦେଖନ୍ତି। ନିଜର ଶିକ୍ଷକତା ପାଇଁ ସବୁଆଡୁ ତାଙ୍କୁ କରାଯାଉଛି ପ୍ରଶଂସା। ସ୍କୁଲରେ ଯେଉଁ ପୂଜା କି ପର୍ବ ହେଉ...ସେ ସବୁଥିରେ ଆଗଭର।

ଆଜିକା ସମୟରେ ଶିକ୍ଷକମାନେ ସରକାରଙ୍କଠାରୁ ମୋଟା ଅଙ୍କର ଦରମା ନେଉଥିବା ପରେ ବି ଠିକ୍‌ ସମୟରେ ସ୍କୁଲ ଆସୁନଥିବା ଦେଖାଯାଉଛି। ହେଲେ ବନ ସାର ବିନା ପାରିଶ୍ରମିରେ ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍କୁଲ ଯାଇ ପିଲାଙ୍କୁ ଯେମିତି ପାଠ ପଢାଉଛନ୍ତି ତାହା ନିଶ୍ଚିତ ରୂପରେ ପ୍ରଶଂସା ଯୋଗ୍ୟ।

ପଟ୍ଟାମୁଣ୍ଡାଇରୁ ପବୀର କୁମାର ନାୟକଙ୍କ ରିପୋର୍ଟ

Teacher
Advertisment
Advertisment