Advertisment

Jhansi Hospital Fire: ନିଜ ଜୀବନକୁ ବାଜି ଲଗାଇ ବଞ୍ଚେଇଲେ ୭ ଶିଶୁର ଜୀବନ, କିନ୍ତୁ ନିଆଁରେ ଜଳିଗଲେ ନିଜର ଯାଆଁଳା ଝିଅ

ଏହି ସମୟରେ ଦେବଦୂତ ସାଜିଥିବା ବ୍ୟକ୍ତିଙ୍କୁ ଯେତେ ଧନ୍ୟବାଦ ଦେଲେ ବି କମ୍‌ ହେବ। ସେ ନିଆଁର ଆଁ ଭିତରୁ ୭ ଜଣ ପିଲାଙ୍କୁ ଉଦ୍ଧାର କରି ବଞ୍ଚାଇଛନ୍ତି । କିନ୍ତୁ ନିଜର ଦୁଇ ଯମଜ ଶିଶୁ କନ୍ୟାଙ୍କୁ ବଞ୍ଚାଇ ପାରିନଥିଲେ । ତାଙ୍କର ଏହି ବୀରତ୍ୱର କଥା ଯେତିକି ପ୍ରଶଂସାଯୋଗ୍ୟ ସେତିକି ହୃଦୟ ବିଦାରକ ମଧ୍ୟ।

ଅଦ୍ୟତନ ହୋଇଛି
Jhansi Hospital Fire

Jhansi Hospital Fire

Advertisment

ଉତ୍ତରପ୍ରଦେଶ ଝାନ୍ସିର ମହାରାଣୀ ଲକ୍ଷ୍ମୀବାଇ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣା । ଦୁନିଆ ଦେଖିବା ଆଗରୁ ଆଖି ବୁଜିଛନ୍ତି ୧୦ ନୀରିହ ନବଜାତ ଶିଶୁ। ତେବେ ନିଆଁ ଲାଗିବା ବେଳେ ଜୋର୍‌ଦାର ଚାଲିଥିଲା ଉଦ୍ଧାର କାର୍ଯ୍ୟ। କିଏ ବେକରେ ପକାଇଥିବା ଗାମୁଛାରେ ପିଲାଙ୍କୁ ଟେକି ଆଣିଥିଲେ ତ ଆଉ କିଏ ନିଆଁ ଧାସକୁ ଖାତିର ନ କରି ହାତରେ ଧରି ନେଇଥିଲେ ପିଲାଙ୍କୁ। ଏହି ସମୟରେ ଦେବଦୂତ ସାଜିଥିବା ବ୍ୟକ୍ତିଙ୍କୁ ଯେତେ ଧନ୍ୟବାଦ ଦେଲେ ବି କମ୍‌ ହେବ। ହେଲେ ଏ ପରିସ୍ଥିତିରେ ଅନ୍ୟ ପିଲାଙ୍କୁ ବଞ୍ଚାଇବାକୁ ଯାଇ ଜଣେ ବାପା ହରାଇଛନ୍ତି ତାର ଦୁଇ ଯମଜ ଶିଶୁ କନ୍ୟାଙ୍କୁ। ଏ କଥା ଯେତିକି ପ୍ରଶଂସାଯୋଗ୍ୟ ସେତିକି ହୃଦୟ ବିଦାରକ ମଧ୍ୟ।

Advertisment

୨୫ ବର୍ଷୀୟ ୟାକୁବ ମନସୁରୀ ହାମିରପୁରର ବାସିନ୍ଦା । ୟାକୁବ ରାସ୍ତା କଡ଼ରେ ଠେଲା ଲଗାଇ ରୋଜଗାର କରନ୍ତି । ସେ ସେହି ଦୁର୍ଭାଗ୍ୟଶାଳୀ ଲୋକମାନଙ୍କ ମଧ୍ୟରେ ଥିଲେ, ଯେଉଁମାନଙ୍କ ପିଲା ମହାରାଣୀ ଲକ୍ଷ୍ମୀବାଈ ମେଡିକାଲ କଲେଜ ହସ୍ପିଟାଲ୍‌ରେ ଘଟିଥିବା ନିଆଁରେ ମୃତ୍ୟୁ ବରଣ କରିଛନ୍ତି। ୟାକୁବଙ୍କ ପତ୍ନୀ ନଜମା କିଛି ଦିନ ପୂର୍ବରୁ ଯାଆଁଳା କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ସେଠାରେ ଉଭୟଙ୍କୁ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ରାତିରେ ୟାକୁବ ୱାର୍ଡ ବାହାରେ ଶୋଇଥିଲେ। 

ହଠାତ୍ ନିଆଁ ଲାଗିବା ଏବଂ ଧୂଆଁ ବ୍ୟାପିବା ପରେ ୟାକୁବ ଝରକା ଭାଙ୍ଗି NICU ଭିତରକୁ ପ୍ରବେଶ କଲେ। ନିଜ ଜୀବନକୁ ପାଣି ଛଡ଼ାଇ ଦେବଦୂତ ସାଜି ୭ଜଣ ନବଜାତକଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ୟାକୁବଙ୍କ ଯାଆଁଳା ଝିଅ ସେହି ନିଆଁର ଆଁରେ ସବୁଦିନ ପାଇଁ ଆଖି ବୁଜିଦେଇଥିଲେ। ସେ ନିଜ ଜନ୍ମକଲା ପିଲାଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରିପାରିନଥିଲେ। ତା ପରଦିନ ଦୁଇ ଯାଆଁଳା ଝିଅଙ୍କ ମୃତଦେହ ଚିହ୍ନଟ କରାଯାଇଥିଲା। ନିଜ ଦୁଇ ଝିଅଙ୍କୁ ହରାଇବା ପରେ ୟାକୁବ ଏବଂ ନଜମା ଦିନସାରା ଡାକ୍ତରଖାନା ବାହାରେ କାନ୍ଦିକାନ୍ଦି ସେମିତି ପଡି ରହିଥିଲେ।

Advertisment

ଏହା ସହ ପଢ଼ନ୍ତୁ: Drowning Death: ପାଣିରେ ବୁଡ଼ି ମୃତ୍ୟୁରେ ନୋ ବ୍ରେକ୍; କାଲି ଦିନକରେ ଯାଇଛି ୬ ଶିଶୁଙ୍କ ଜୀବନ

ସଞ୍ଜନା କୁମାରୀ ମଧ୍ୟ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିବା ସମାନ ଯନ୍ତ୍ରଣା ଭୋଗୁଛନ୍ତି। ସଞ୍ଜନା କହିଛନ୍ତି- ମୋ ପିଲା ମୋ ଆଖି ସାମ୍ନାରେ ଚାଲିଗଲା ଏବଂ ମୁଁ କେବଳ ଅସହାୟ ଭାବରେ ଦେଖିଲି । ମୁଁ ମୋ ପିଲାକୁ କୋଳରେ ଧରି ପାରିଲି ନାହିଁ । ମୋର ସଂସାର ଉଜୁଡି ଗଲା। ନିରଂଜନ ମହାରାଜ ନାମକ ଜଣେ ବ୍ୟକ୍ତି ତାଙ୍କ ନାତିଙ୍କୁ ଶରୀରରେ ଲାଗିଥିବା ଟ୍ୟାଗରୁ ଚିହ୍ନଟ କରିଥିଲେ । ଏସବୁ ଦେଖିଲେ ଲୋକଙ୍କ ଛାତି ଫାଟି ପଡୁଥିଲା।

Advertisment

ନଭେମ୍ୱର ୧୫ ତାରିଖ ରାତି ପ୍ରାୟ ୧୦ଟା ୩୫ ମିନିଟରେ ହସ୍ପିଟାଲ୍‌ର ଶିଶୁ ବିଭାଗ ୱାର୍ଡରେ ନିଆଁ ଲାଗିଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ ସମସ୍ତଙ୍କୁ ଉଦ୍ଧାର କରାଯିବା ସମ୍ଭବ ନଥିଲା । ତେବେ ନିଆଁ ଲାଗିବା ମାତ୍ରେ ଶିଶୁ ରୋଗ ୱାର୍ଡରେ ଥିବା ୩୭ ଜଣଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା । ଅଗ୍ନିକାଣ୍ଡ ଘଟି ଡାକ୍ତରଖାନାରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲା ।ତେବେ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତେବେ ଝାନସୀର ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଅନେକ ଲୋକଙ୍କ କୋଳ ଶୂନ୍ୟ ହୋଇଯାଇଛି।

ଏହା ସହ ପଢ଼ନ୍ତୁ: Jhansi Hospital Fire: ଦିଆସିଲି ଲଗାଇଲେ ନର୍ସ ଆଉ ତା’ପରେ...ପ୍ରତ୍ୟକ୍ଷଦର୍ଶୀ କହିଲେ ହସ୍ପିଟାଲ୍ ନିଆଁ ପଛର କାହାଣୀ

Uttar Pradesh Fire Mishap Hospital Fire
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ