Advertisment

ଟମାଟୋ ବିକି ରାତାରାତି ମାଲେମାଲ: ୩୮ ଲକ୍ଷ ଟଙ୍କା ରୋଜଗାର କଲେ ଚାଷୀ

ବର୍ତ୍ତମାନ ଓଡ଼ିଶା, କର୍ଣ୍ଣାଟକ ସମେତ ଦେଶର ଅନେକ ସ୍ଥାନରେ ଟମାଟୋ ଦର ଉଚ୍ଚା ରହିଛି। ତେବେ ଟମାଟୋ ଦର ବଢିବା ପରେ କର୍ଣ୍ଣାଟକର ଜଣେ ମଧ୍ୟବିତ୍ତ ଚାଷୀ ପରିବାର ପାଇଁ ଏହା ଆଶୀର୍ବାଦ ସଦୃଶ ହୋଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
Tomato Farming In Odisha

earned Rs 38 lakh selling expensive tomatoes

ବର୍ତ୍ତମାନ ଟମାଟୋ ଦର ଆକାଶ ଛୁଆଁ। ଶହେ ଉପରେ କେଜି। ଯେଉଁଠି ଗ୍ରାହକମାନେ କିଲୋ ଲେଖାଏଁ ଟମାଟୋ କିଣନ୍ତି, ଆଜି ସେଠି ହାତଗଣତି ତଥା ଦୁଇ ଶହ, ଅଢେଇ ଶହ ଗ୍ରାମ୍‌ରେ ମନ ବୁଝେଇବାକୁ ପଡୁଛି। କିନ୍ତୁ ଏପରି ସ୍ଥିତିରେ ଗ୍ରାହକ ସିନା କାନ୍ଦୁଛି ହେଲେ ବେପାରୀ ମାଲେମାଲ। ଟମାଟୋ ବିକି ଶହେ କି ହଜାରେ ନୁହେଁ, ବରଂ ୩୮ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି କର୍ଣ୍ଣାଟକର ଜଣେ ମଧ୍ୟବିତ୍ତ ପରିବାରର ଚାଷୀ। 

Advertisment

ବର୍ତ୍ତମାନ ଓଡ଼ିଶା, କର୍ଣ୍ଣାଟକ ସମେତ ଦେଶର ଅନେକ ସ୍ଥାନରେ ଟମାଟୋ ଦର ଉଚ୍ଚା ରହିଛି। ତେବେ ପ୍ରତିକୂଳ ପାଣିପାଗ ଓ କମ୍‌ ଉତ୍ପାଦନ ଯୋଗୁଁ ଟମାଟୋ ଯୋଗାଣ ବ୍ୟାପକ ପ୍ରଭାବିତ ହୋଇଛି। ତେବେ ଟମାଟୋ ଦର ବଢିବା ପରେ କର୍ଣ୍ଣାଟକର ଜଣେ ମଧ୍ୟବିତ୍ତ ଚାଷୀ ପରିବାର ପାଇଁ ଏହା ଆଶୀର୍ବାଦ ହୋଇଛି। 

କର୍ଣ୍ଣାଟକର ଜଣେ ଚାଷୀ ୪୦ ଏକର ଜମିରେ ଟମାଟୋ ଚାଷ କରି ୩୮ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। କୋଲାର ଅଞ୍ଚଳର ଏହି ଚାଷୀ ପ୍ରତ୍ୟେକ ଟମାଟୋ ଟ୍ରେ ପିଛା ୧୯୦୦ ଟଙ୍କା ରୋଜଗାର କରିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। 

Advertisment

ଦୀର୍ଘ ୪୦ ବର୍ଷ ଧରି ଚାଷୀ ପ୍ରଭାକର ଗୁପ୍ତାଙ୍କ ନେତୃତ୍ୱରେ ତାଙ୍କ ପରିବାର ଓ ଭାଇମାନେ ୪୦ ଏକରରେ ଟମାଟୋ ଚାଷ କରିଆସୁଛନ୍ତି। କିନ୍ତୁ ଟମାଟୋ ରେଟ୍‌ ଏତେ ହେବ ବୋଲି ସେ କେବେ ସୁଦ୍ଧା ଭାବିନଥିଲେ। ପ୍ରତିବର୍ଷ ଟମାଟୋ ଟ୍ରେ(୧୫ କେଜି) ଫିଛା  ୮୦୦ ଟଙ୍କା ହିସାବରେ ବିକ୍ରି କରନ୍ତି। କିନ୍ତୁ ଏବର୍ଷ ସବୁ ରେକର୍ଡକୁ ଭାଙ୍ଗି ଦେଇଛି। ଏବର୍ଷ ଟମାଟୋ ଟ୍ରେ(୧୫ କେଜି) ଫିଛା ୧୯୦୦ ଟଙ୍କାରେ ବିକ୍ରି କରିଛନ୍ତି।

ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ ଧାମରେ ଟମାଟୋ କେଜି ପ୍ରତି ୨୫୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ରାଜ୍ୟର ଉତ୍ତରକାଶୀ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ଟମାଟୋ କେଜି ୧୮୦ ଟଙ୍କାରୁ ୨୦୦ ଟଙ୍କା ରହିଛି। ଚେନ୍ନାଇରେ ଟମାଟୋ କେଜି ପ୍ରତି ୧୦୦ରୁ ୧୩୦ ଟଙ୍କା ରହିଛି।

କିଛି ଦିନ ତଳେ ଉତ୍ତରପ୍ରଦେଶରେ ଟମାଟୋ ଦର ମୁଲଚାଲ କରୁଥିବାବେଳେ ଗ୍ରାହକଙ୍କ କ୍ରୋଧକୁ ଏଡାଇବା ପାଇଁ ୨ ବାଉନ୍ସର୍ ନିୟୋଜିତ କରିଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ମହଙ୍ଗା ଟମାଟୋର ସୁରକ୍ଷା ପାଇଁ ସମାଜବାଦୀ ପାର୍ଟି କର୍ମକର୍ତ୍ତାଙ୍କ ଦ୍ୱାରା ଦୁଇ 'ବାଉନ୍‌ସର୍' ନିଯୁକ୍ତି ସଂପର୍କରେ ଜାଣିବାପରେ ପୋଲିସ ଏକ ପନିପରିବା ବିକ୍ରେତା ଏବଂ ତାଙ୍କ ପୁଅକୁ ଗିରଫ କରିଥିଲା। 

Vegetable Price Hike Tomato Price Hike
Advertisment
Advertisment