• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

Success Story IAS Husband Wife: ଭିନ୍ନ ଏକ ପ୍ରେମ କାହାଣୀ  ।  ଭିନ୍ନ ଏକ ବିବାହ ।  ଯାହା ବିଷୟରେ ଶୁଣିଲେ ହେବେ ଆଶ୍ଚର୍ଯ୍ୟ ଚକିତ ।  ଭାରତରେ ବିବାହରେ ଲୋକମାନେ ପ୍ରବଳ ଖର୍ଚ୍ଚ କରନ୍ତି  । ଧୁମ୍‌ଧାମ୍‌ରେ ମଧ୍ୟ ପାଳନ କରନ୍ତି । ଏକ ରିପୋର୍ଟ ମୁତାବକ ଭାରତରେ ଶିକ୍ଷା ତୁଳନାରେ ବିବାହରେ ଲୋକେ ଦ୍ୱିଗୁଣା ଖର୍ଚ୍ଚ କରନ୍ତି  ।  କିନ୍ତୁ ଏଭଳି IAS ଦମ୍ପତି ସେମାନଙ୍କ ବିବାହକୁ ସରଳ ଓ କମ୍ ଟଙ୍କା ଖର୍ଚ୍ଚ କରି ଚର୍ଚ୍ଚାର ବିଷୟ ପାଲିଟିଛନ୍ତି  । 

ଆଇଏଏସ୍ ଅଧିକାରୀ ସାଲୋନି ସିଡାନା ଓ ଆଶିଷ ବୈଶଷ୍ଟ ନଭେମ୍ବର ୨୦୧୬ରେ ବିବାହ କରିଥିଲେ, ସେମାନେ ନିଜ ବିବାହରେ ମାତ୍ର ୫୦୦ ଟଙ୍କା ଖର୍ଚ୍ଚ କରିଥିଲେ । ଏହି ଦମ୍ପତି ବଡ଼ ଧୁମ୍‌ଧାମ୍‌ରେ ବିବାହ କରି ପାରିଥାନ୍ତେ, କିନ୍ତୁ କରିନଥିଲେ । ତେବେ କାହିଁକି ଏତେ କମ୍‌ ଟଙ୍କାରେ ବିବାହ କଲେ ? ଏହା ପଛର ଉଦ୍ଦେଶ୍ୟ କଣ ? କଣ ପାଇଁ ଏମିତି ବିବାହ କଲେ ? ଜାଣନ୍ତୁ...

ସେମାନେ ଅନ୍ୟମାନଙ୍କ ପାଇଁ ଏକ ସ୍ମରଣୀୟ ଓ ଉଦାହରଣ ସୃଷ୍ଟି କରି ସେମାନଙ୍କର ବିବାହ ଖର୍ଚ୍ଚ କମ୍ ରଖିବାକୁ ବାଛିଥିଲେ । ସାଲୋନି ଓ ଆଶିଷଙ୍କ ବିବାହ ସମାରୋହ ମଧ୍ୟପ୍ରଦେଶର ବିନ୍ଦସ୍ଥିତ ଏଡିଏମ୍ କୋର୍ଟରେ ଅନୁଷ୍ଠିତ ହୋଇଥିଲା । ଏହି ସରଳ କିନ୍ତୁ ଚମତ୍କାର ଘଟଣାର ସାକ୍ଷୀ ହେବା ପାଇଁ ତାଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ତାଙ୍କର ଏକମାତ୍ର ଖର୍ଚ୍ଚ ଥିଲା କୋର୍ଟ ଫି, ଯାହା ମାତ୍ର ୫୦୦ ଟଙ୍କା ଥିଲା । ଆଶିଷ ବୈଷ୍ଣବ ରାଜସ୍ଥାନର ଅଲୱାରରୁ ଆସିଥିବାବେଳେ ସାଲୋନୀ ସିଡାନା ପଞ୍ଜାବର ଜାଲାଲାବାଦରୁ ଆସିଛନ୍ତି । କୌତୁହଳର ବିଷୟ, ଉଭୟ ନିଜ ନିଜ ପରିବାରର ପ୍ରଥମ IAS ଅଧିକାରୀ । 

ଯଦିଓ ବିବାହ ପରେ ଏହି ଦମ୍ପତି ବହୁ ଧ୍ୟାନ ଆକର୍ଷଣ କରିଥିଲେ, ତଥାପି ସେମାନେ ସୋସିଆଲ ମିଡିଆ ଠାରୁ ଦୂରରେ ରହିଛନ୍ତି । ଆଶିଷ ବଶିଷ୍ଟ ଆଇଆଇଟି ରାଉରକେଲାରୁ ସ୍ନାତକ ହାସଲ କରିଛନ୍ତି । ବର୍ତ୍ତମାନ ଭୋପାଳର ଏଡିଏମ୍ ଭାବରେ କାର୍ଯ୍ୟ କରୁଛନ୍ତି । ଅନ୍ୟପକ୍ଷରେ, ସାଲୋନି ସିଡାନା ଏମବିବିଏସ୍ ଡିଗ୍ରୀ ହାସଲ କରିଛନ୍ତି ।  ସେ ଜଣେ ଡାକ୍ତର। ବର୍ତ୍ତମାନ ତାଙ୍କୁ ଜବଲପୁରରେ ପୋଷ୍ଟ କରାଯାଇଛି । ବିବାହ ପରେ, ସାଲୋନି ତାଙ୍କ ସ୍ୱାମୀଙ୍କ ନିକଟତର ହେବା ପାଇଁ ସଫଳତାର ସହିତ ତାଙ୍କ କ୍ୟାଡରକୁ ବଦଳାଇଥିଲେ ।
 
LBSNAAରୁ ଆରମ୍ଭ ହୋଇଥିଲା ପ୍ରେମ କାହାଣୀ...

ସାଲୋନି ସିଡାନା ଓ ଆଶିଷ ବଶିଷ୍ଟ ଉଭୟ ୨୦୧୪ ବ୍ୟାଚ୍ IAS ଅଧିକାରୀ । ସେମାନଙ୍କର ପ୍ରେମ କାହାଣୀ ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ୍ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ (LBSNAA) ମସୁରିରେ ଆରମ୍ଭ ହୋଇଥିଲା, ଯେଉଁଠାରେ ସେମାନେ ପ୍ରଥମେ IAS ତାଲିମ ସମୟରେ ସାକ୍ଷାତ ହୋଇଥିଲେ । ସମୟ ସହିତ ସେମାନଙ୍କର ବନ୍ଧୁତା ପ୍ରେମରେ ପରିଣତ ହେଲା, ଶେଷରେ ବିବାହ ଆଡ଼କୁ ଗଲା । ବିବାହରେ କେବଳ ୫୦୦ ଖର୍ଚ୍ଚ କରିବାକୁ ଏହି ଦମ୍ପତିଙ୍କ ନିଷ୍ପତ୍ତି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା, ବିଶେଷତଃ ଏପରି ଏକ ଦେଶରେ ଯେଉଁଠାରେ ବିବାହ ବଜେଟ୍ ପ୍ରାୟତଃ ଲକ୍ଷ ଲକ୍ଷ କିମ୍ବା କୋଟିରେ ହୋଇଥାଏ । 

OTV is now on Whatsapp

Join and get latest news update delivered to you via whatsapp

Join Now