Advertisment

ସାଙ୍ଗ ହେବ ତ ଏମିତି ! ଜଣେ ଦୁନିଆ ଦେଖାଇଲେ, ଆଉ ଜଣେ ବାଟ ଚାଲନ୍ତି

ଏମିତି ସମୟରେ, ଏ ଦୁହେଁ ଖାଲି ବିରଳ ବନ୍ଧୁ ନୁହଁନ୍ତି... ସମାଜ ପାଇଁ ଏକ ବଳିଷ୍ଠ ଉଦାହରଣ।

author-image
Chandan Shishu
undefined

Divyang teachers | A tale of lifetime friendship

ବନ୍ଧୁତ୍ୱ ଏକ ଅନାବିଳ ସମ୍ପର୍କର ନାଁ। ଯେଉଁଠି ପାଇବାର ଆଶା ନ ଥାଏ କି ହରାଇବାର ଦୁଃଖ ନ ଥାଏ ଥାଏ। କେବଳ ନିର୍ଭେଜାଲ୍ ଭଲପାଇବା ଆଉ ବନ୍ଧୁତ୍ୱର ଏ ପବିତ୍ର ସମ୍ପର୍କକୁ ଦୀର୍ଘ ୧୬ ବର୍ଷ ଧରି ଅକ୍ଷୂର୍ଣ୍ଣ ରଖିଛନ୍ତି ଏ ଦୁଇ ବନ୍ଧୁ ସନାତନ ଦାସ ଓ ବିଣ୍ଠୁ ଶବର ସନାତନ। ଏ ଦୁନିଆ ଦେଖି ପାରନ୍ତିନାହିଁ ବିଣ୍ଠୁ। ଭଲରେ ଚାଲି ପାରନ୍ତି ନାହିଁ। ଦୁନିଆ ଆଖିରେ ଏ ଦୁହେଁ ଦିବ୍ୟାଙ୍ଗ ସତ, ହେଲେ ଉଭୟ ଉଭୟଙ୍କ ପାଇଁ ପରିପୂରକ ଜଣେ ଦୁନିଆ ଦେଖାଇଲେ ଆଉ ଜଣେ ବାଟ ଚାଲି ଯାଆନ୍ତି।  ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ଏ ଦୁଇ ବନ୍ଧୁ ବୃତ୍ତିରେ ଶିକ୍ଷକ। ସନାତନ ବିଲେଇ ସାଥୀ ବିଦ୍ୟାଳୟ ଏବଂ ବିଣ୍ଠୁ ରାର୍ନିଦହା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରନ୍ତି।

Advertisment

ଦୁହେଁ ଗୋଟିଏ ଗାଡ଼ିରେ ସାଥି ହୋଇ ସ୍କୁଲ୍ ଯାଆନ୍ତି। ସାଥୀ ହୋଇ ଘରକୁ ଫେରନ୍ତି। ବିଣ୍ଠୁ ଘର ଆଗରେ ହର୍ଣ୍ଣ ବଜାଇଲେ ସନାତନ ସଜବାଜ ହୋଇ ବାହାରି ଆସନ୍ତି ଦୁଇ ବନ୍ଧୁଙ୍କ ବନ୍ଧୁତ୍ୱ। ଏମିତି ଏମିତିରେ ବର୍ଷ ବର୍ଷ ବିତିଗଲାଣି। ସୋଲେ ସିନେମାର ବିରୁ ଆଉ ଜୟଙ୍କ ପରି। ଦୋସ୍ତି ସିନେମାର ସୁରେଶ ଓ ସୁଧୀରଙ୍କ କାହାଣୀ ପରି। 

ଦୁହେଁ ଖାଲି ଏକାଠି ସ୍କୁଲ୍ ଯାଆନ୍ତି ନାହିଁ, ଜୀବନର ଅଧିକାଂଶ କାମ ଏକାଠି କରନ୍ତି ବୃତ୍ତିଗତ ଜୀବନ ବାଦ୍ ଘର କାମ, ବଜାର ଘାଟ, ଦୋକାନ ସୌଦା, ଆମୋଦ ପ୍ରମୋଦ, ଚା ପିଆ, ଦୁଃଖ ସୁଖ ସବୁଥିରେ ଦୁହେଁ ଏକାଠି ଥାଆନ୍ତି। ବିଣ୍ଠୁ ଦୁନିଆ ଦେଖନ୍ତି, ସନାତନ ଅନୁଭବ କରନ୍ତି। ୧୬ ବର୍ଷ ତଳେ ଉଭୟେ ସ୍କୁଲର ଏକ କାର୍ଯ୍ୟକ୍ରମରେ ଦୈବାତ ଭେଟ ହୋଇଯାଇଥିଲେ। ସେଇ ଭେଟ ପରଠାରୁ ଉଭୟଙ୍କୁ ଏମିତି ଲାଗିଲା। ସତେ ଯେମିତି ଭଗବାନ ତାଙ୍କୁ ଭେଟ କରିବାର ଉପାୟ ଖଞ୍ଜିଥିଲେ ଆଉ ସେବେଠାରୁ କେହି କାହାକୁ ଛାଡ଼ି ପାରି ନାହାନ୍ତି। ଦୁହେଁ ଦୁହିଁଙ୍କ ଘରକୁ ଯାଆନ୍ତି ଦୁଃଖ ସୁଖ ହୁଅନ୍ତି। ଉଭୟ ମିଳିମିଶି ସବୁ ସମସ୍ୟାର ସମାଧାନ କରନ୍ତି। ଏ ଦୁହିଁଙ୍କ ବନ୍ଧୁତ୍ୱ ଦେଖି ସମସ୍ତେ କହୁଛନ୍ତି ସାଥି ହେବ ତ ଏମିତି।

Advertisment

ଆଜିର ଦୁନିଆରେ ମଣିଷ ବସ୍ତୁବାଦୀ ହୋଇପଡ଼ୁଛି। ନିଜ ସୁବିଧା ପାଇଁ ବାଟ କାଟି ଚାଲି ଯାଉଛି। ସମସ୍ତେ ନିଜ ନିଜ ଜୀବନରେ ବ୍ୟସ୍ତ। ଏମିତି ସମୟରେ, ଏ ଦୁହେଁ ଖାଲି ବିରଳ ବନ୍ଧୁ ନୁହଁନ୍ତି... ସମାଜ ପାଇଁ ଏକ ବଳିଷ୍ଠ ଉଦାହରଣ। ଦୁହେଁ ପାଠ ପଢ଼ାଇ ମଣିଷ ଗଢ଼ୁଛନ୍ତି। କୁନି କୁନି ପିଲାମାନେ ଦୁଇ ଶିକ୍ଷକଙ୍କ ବନ୍ଧୁତ୍ବ କାହାଣୀ ଦେଖି ପ୍ରେରଣା ପାଉଛନ୍ତି...। ଏମିତି ଦୃଶ୍ୟ ଆମେ ସାଧାରଣତଃ ସିନେମାରେ ଦେଖୁ...। ହେଲେ ବଲାଙ୍ଗିରର ଏ ବାସ୍ତବ କାହାଣୀ କୌଣସି ସିନେମାଠାରୁ ବି କମ ନୁହେଁ... ଏ ଦୁଇ ବନ୍ଧୁଙ୍କ ସମ୍ପର୍କ ଗପ ନୁହେଁ... ସତ... ସିନେମା ନୁହେଁ ବାସ୍ତବ।

(ପାଟଣାଗଡ଼ରୁ କରୁଣାକର ବୁଡେକଙ୍କ ରିପୋର୍ଟ)

True Friendship
Advertisment
Advertisment