Advertisment

ସୁନା ଝିଅ ଅଞ୍ଜଳି; ଶାରୀରିକ ଅକ୍ଷମତା ସତ୍ତ୍ୱେ ହୋଇଛନ୍ତି ସ୍ୱାବଲମ୍ବୀ, ସାଜିଛନ୍ତି ପ୍ରେରଣା

ଜନ୍ମରୁ ଦିବ୍ୟାଙ୍ଗ। କିନ୍ତୁ କେବେ ଜୀବନ ଯୁଦ୍ଧରେ ହାରି ନାହାନ୍ତି। ଶାରୀରିକ ଅକ୍ଷମତା ସତ୍ତ୍ବେ ସ୍ବାବଲମ୍ବୀ ହୋଇଛନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
Odisha divyang woman stitches her dreams to success

handicapped Girl

ଜନ୍ମରୁ ଦିବ୍ୟାଙ୍ଗ। କିନ୍ତୁ କେବେ ଜୀବନ ଯୁଦ୍ଧରେ ହାରି ନାହାନ୍ତି। ଶାରୀରିକ ଅକ୍ଷମତା ସତ୍ତ୍ବେ ସ୍ବାବଲମ୍ବୀ ହୋଇଛନ୍ତି। ଟେଲର ଦୋକାନ କରି ଚଳାଉଛନ୍ତି ପରିବାର। ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କେନ୍ଦୁଝର ଜିଲ୍ଲା ଜଗମୋହନପୁର ପଞ୍ଚାୟତ ସରୁଆଳି ଗ୍ରାମର ଦିବ୍ୟାଙ୍ଗ ଯୁବତୀ ଅଞ୍ଜଳି। ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରଥମ ହିତାଧିକାରୀ ଭାବରେ ପ୍ରଧାନମନ୍ତ୍ରୀଙ୍କଠାରୁ ସମ୍ମାନିତ ବି ହୋଇଛନ୍ତି।

Advertisment

ଅଧିକ ପଢନ୍ତୁ: ସ୍ୱାଭିମାନୀ ମୁରଲୀ, ଦିବ୍ୟାଙ୍ଗ ହେଲେ ବି ସ୍ୱାବଲମ୍ବୀ

ସେଲଇ ମେସିନ ଚଳାଉଥିବା ଏହି ଝିଅ ଜନ୍ମରୁ ଦିବ୍ୟାଙ୍ଗ। ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା। ବାପା ମାଆଙ୍କ ଉପରେ ବୋଝ ହୋଇ ନାହାନ୍ତି କି କାହା ଉପରେ ନିର୍ଭରଶୀଳ ବି ନୁହନ୍ତି। ଟେଲର ଦୋକାନ କରି ସ୍ବାବଲମ୍ବୀ ହୋଇପାରିଛନ୍ତି। କେନ୍ଦୁଝର ଜିଲ୍ଲା ଜଗମୋହନପୁର ପଞ୍ଚାୟତ ସରୁଆଳି ଗାଁର ଅଞ୍ଜଳି ବାରିକ। କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ସୁଭଦ୍ରା ଯୋଜନାର ପ୍ରଥମ ହିତାଧିକାରୀ ଭାବରେ ସମ୍ମାନିତ ହୋଇଥିଲେ। ମୁଣ୍ଡ ଥାପୁଡେଇ ଆଶୀର୍ବାଦ କରିଥିଲେ ପ୍ରଧାନମନ୍ତ୍ରୀ। ସେହି ମୁହୂର୍ତ୍ତ ସ୍ମରଣୀୟ ହୋଇ ରହିବ କହିଛନ୍ତି ଅଞ୍ଜଳି। ସୁଭଦ୍ରା ଯୋଜନା ସହାୟତାରେ ନିଜ ଦୋକାନକୁ ବଢ଼ାଇବେ କହିଛନ୍ତି।

ଧରଣୀ ବାରିକ ଓ ଚାଇନ ବାରିକଙ୍କ ବଡ ଝିଅ। ଗାଁ ସ୍କୁଲରେ ମାଟ୍ରିକ ପାସ କରିଥିଲେ ଅଞ୍ଜଳି। ପରେ ୧୭ କିଲୋମିଟର ଦୂର ଚାରିଗଡ ମହାବିଦ୍ୟାଳୟରୁ ଗ୍ରାଜୁଏସନ୍ କରିଛନ୍ତି। ପଢ଼ିବା ସମୟରୁ ସିଲେଇ ଶିଖିଥିଲେ। କୋରୋନା ବେଳେ ଅଞ୍ଜଳି ହଜାର ହଜାର ମାସ୍କ ତିଆରି କରି ଲୋକଙ୍କୁ ବାଣ୍ଟିଥିଲେ ଅଞ୍ଜଳି। ଟେଲର ଦୋକାନ କରି ଦୁଇ ପଇସା ରୋଜଗାର କରିପାରୁଛନ୍ତି। ବାପା ମାଆ କହିଛନ୍ତି, ଝିଅ ନୁହଁ ଅଞ୍ଜଳି ଆମ ପୁଅ ଭଳି। ଦିବ୍ୟାଙ୍ଗ ହେଲେ ବି ହାରି ଯାଇ ନାହାନ୍ତି ଅଞ୍ଜଳି। ଶାରୀରିକ ଅକ୍ଷମତା ସତ୍ତ୍ବେ ସ୍ବାବଲମ୍ବୀ ହୋଇଛନ୍ତି। ସମାଜରେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା।

Advertisment
Divyang Self Reliance
Advertisment
Advertisment