Viral Post: ଝିଅ ହେବ ତ ଏମିତି; ବାପାଙ୍କୁ ଚାକିରି ଦେବାକୁ କଲେ ଏମିତି କାମ...

ଏହି ପୋଷ୍ଟ ଦେଖି, ଅନେକ ଲିଙ୍କଡିନ୍ ବ୍ୟବହାରକାରୀ ପ୍ରିୟାଂଶୀଙ୍କୁ ପ୍ରଶଂସା କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, "ମୁଁ ପ୍ରଥମ ଥର ପାଇଁ ଏପରି ପୋଷ୍ଟ ଦେଖୁଛି। ତୁମ ପରି ଝିଅ ପାଇବା ଜଣେ ବାପା ପାଇଁ ସୌଭାଗ୍ୟର କଥା। ଭଗବାନ ତୁମ ଦୁହିଁଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ନିଶ୍ଚିତ ଯେ ତୁମ ବାପାଙ୍କୁ ଏକ ଭଲ ସୁଯୋଗ ମିଳିବ।"

‘ମୋ ବାପାଙ୍କୁ ଚାକିରି ଦିଅ’

ଆଧୁନିକତାର ଛାପରେ ଧିରେ ଧିରେ ସଂପର୍କ ମଳିନ ପଡୁଛି। ସଂପର୍କରେ ଫାଟ ସୃଷ୍ଟି ହେଉଛି। ବାପା-ମା-ପିଲାଙ୍କ ଭିତରେ ବି ସେମିତି ଭଲ ବୁଝାମଣା ରହୁନି। ହେଲେ ଜଣେ ଝିଅ ଯିଏକି ବାପାଙ୍କ ପାଇଁ ଏପରି କାମ କରିଛନ୍ତି ତାହା ଜାଣିବା ପରେ ଆପଣ ବି ତାଙ୍କୁ ପ୍ରଶଂସା ନ କରି ରହିପାରିବେ ନାହିଁ। ଝିଅ ନିଜ ବାପାଙ୍କ ପାଇଁ ଚାକିରି ଖୋଜୁଛି । ସୋସିଆଲ ମିଡିଆରେ ପୋଷ୍ଟ କରି ବାପାଙ୍କୁ ଚାକିରି ଦେବା ପାଇଁ ଝିଅ ଲୋକଙ୍କୁ ନିବେଦନ କରିଛି। ଏମିତି ଏକ ଭାବପ୍ରବଣ ପୋଷ୍ଟ ଏବେ ଭାଇରାଲ୍ ହେବାରେ ଲାଗିଛି। ଦିଲ୍ଲୀର ଜଣେ ଯୁବତୀ ନିଜ ବାପାଙ୍କ ପାଇଁ ଏକ ଚାକିରି ଖୋଜୁଛନ୍ତି। ଏନେଇ ସେ ଲିଙ୍କଡିନ୍‌ରେ ପୋଷ୍ଟ କରିଛନ୍ତି।

ଦିଲ୍ଲୀର ପ୍ରିୟାଂଶୀ ଭଟ୍ଟ ତାଙ୍କ ବାପାଙ୍କ ପାଇଁ ଚାକିରି ଖୋଜୁଛନ୍ତି । ପ୍ରିୟାଂଶୀଙ୍କ ବାପା ଅଟୋମୋବାଇଲ୍ ସେକ୍ଟରରେ କାମ କରନ୍ତି। ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି। ହେଲେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସକ୍ରିୟ ନଥିବାରୁ ଚାକିରି ପାଇଁ ଆବେଦନ କରିପାରୁ ନାହାନ୍ତି। ଏହି ସମୟରେ "ମୋ ବାପାଙ୍କୁ ଚାକିରି ଦିଅ" ଶୀର୍ଷକ ପୋଷ୍ଟରେ ପ୍ରିୟାଂଶୀ ତାଙ୍କ ବାପାଙ୍କ ଦକ୍ଷତା ଏବଂ କାର୍ଯ୍ୟ ନୀତିକୁ ପ୍ରଶଂସା କରିଛନ୍ତି। ସେ ଲେଖିଛନ୍ତି,

"ମୋ ବାପା ଲିଙ୍କଡିନ୍ ସମେତ କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମରେ ସକ୍ରିୟ ନୁହଁନ୍ତି, ତେଣୁ ତାଙ୍କ ଝିଅ ଭାବରେ ମୁଁ ତାଙ୍କ ଅଭିଜ୍ଞତା ବାଣ୍ଟିବାକୁ ଚାହେଁ,"। ଭାଇରାଲ୍ ପୋଷ୍ଟରେ, ପ୍ରିୟାଂଶୀ ତାଙ୍କ ବାପାଙ୍କୁ ଜଣେ ପରିଶ୍ରମୀ, ସଚ୍ଚୋଟ ଏବଂ ଦୟାଳୁ ବ୍ୟକ୍ତି ଭାବରେ ବର୍ଣ୍ଣନା କରିଛନ୍ତି । ତାଙ୍କର ଅଟୋମୋବାଇଲ୍ ସେକ୍ଟରରେ ୩୦ରୁ ୪୦ ବର୍ଷର ଅଭିଜ୍ଞତା ରହିଛି। ସେ କହିଛନ୍ତି ଯେ ତାଙ୍କ ବାପା ତାଙ୍କ କ୍ୟାରିୟରରେ ସ୍ୱରାଜ ମାଜଦା, ମାରୁତି ଜଏଣ୍ଟ ଭେଞ୍ଚର, ଆଲଫା କୋଟେକ୍ ଇଣ୍ଡଷ୍ଟ୍ରି ଏବଂ କେଡି ଇଣ୍ଡଷ୍ଟ୍ରିଜ୍ ଭଳି ପ୍ରତିଷ୍ଠିତ କମ୍ପାନୀରେ ମ୍ୟାନେଜର, ପ୍ଲାଣ୍ଟ ମୁଖ୍ୟ, ନିର୍ଦ୍ଦେଶକ ଏବଂ ସିଇଓ ଭଳି ପଦବୀରେ କାର୍ଯ୍ୟ କରିଛନ୍ତି।

ତାଙ୍କ ବାପାଙ୍କ ନେତୃତ୍ୱ ଗୁଣ ବିଷୟରେ କହି ପ୍ରିୟାଂଶୀ ଲେଖିଛନ୍ତି, ଯେ ତାଙ୍କର ଅନେକ ପୂର୍ବତନ ପ୍ରଶିକ୍ଷାର୍ଥୀ ଏବଂ ସହକର୍ମୀ ଆଜି ମଧ୍ୟ ତାଙ୍କ ସହିତ କାମ କରୁଛନ୍ତି। ୨୦-୩୦ ବର୍ଷ ପୂର୍ବେ ତାଙ୍କ ବାପାଙ୍କ ଦ୍ୱାରା ତାଲିମପ୍ରାପ୍ତ ଲୋକମାନେ ଏବେ ବି ତାଙ୍କ ମାର୍ଗଦର୍ଶନରେ ଅଛନ୍ତି ଏବଂ ତାଙ୍କ ସହିତ କମ୍ପାନୀ ପରିବର୍ତ୍ତନ କରୁଛନ୍ତି। ତଥାପି, ପ୍ରିୟାଂଶୀଙ୍କ ବାପା ତାଙ୍କ ବର୍ତ୍ତମାନର ଚାକିରିରେ ଆର୍ଥିକ ଅସ୍ଥିରତାର ସମ୍ମୁଖୀନ ହେଉଛନ୍ତି ଯେଉଁଠାରେ ସେ ଗତ ଗୋଟିଏ ବର୍ଷ ଧରି ନିୟମିତ ଦରମା ପାଇନାହାଁନ୍ତି। ଏହା ସତ୍ତ୍ୱେ ବି ସେ ସପ୍ତାହରେ ଛୁଟି ନ ନେଇ କମ୍ପାନୀ ପାଇଁ ଅଧିକ କାମ କରୁଛନ୍ତି।

ଅଧିକ ପଢ଼ନ୍ତୁ:  ଉଇ ଖାଇଗଲା ବ୍ୟାଙ୍କ ଲକର୍‌ରେ ଥିବା ୧୮ ଲକ୍ଷ ଟଙ୍କା; ଟଙ୍କାଟେ ବି ପାଇଲେନି କ୍ଷତିପୂରଣ

ଆର୍ଥିକ ସମସ୍ୟା ବିଷୟରେ ଉଲ୍ଲେଖ କରି ପ୍ରିୟାଂଶୀ କହିଛନ୍ତି ଯେ ତାଙ୍କ ବାପା, ପରିବାର ପାଇଁ ଶେଷରେ ଅଟୋମୋବାଇଲ୍ କ୍ଷେତ୍ରରେ ନୂତନ ଚାକିରି ଖୋଜିବାକ ନିଷ୍ପତ୍ତି ନେଇଥିଲେ। ସେ ତାଙ୍କ ବାପାଙ୍କୁ ପ୍ରଶଂସା କରିବା ସହ ତାଙ୍କ ପାଖରେ ଅସାଧାରଣ ଯୋଗାଯୋଗ ଦକ୍ଷତା, ଗଭୀର ଶିଳ୍ପ ଜ୍ଞାନ ଏବଂ ଦକ୍ଷତାର ସହିତ ନେତୃତ୍ୱ ନେବାର କ୍ଷମତା ରହିଛି । ପ୍ରିୟାଂଶୀ ଲେଖିଛନ୍ତି, "ମୋ ବାପା ଯେକୌଣସି କମ୍ପାନୀ ପାଇଁ ଏକ ମୂଲ୍ୟବାନ ସମ୍ପତ୍ତି ହେବେ, ତେଣୁ ଦୟାକରି ଏହି ସୁଯୋଗ ହାତଛଡ଼ା କରନ୍ତୁ ନାହିଁ। ଯଦି କେହି ମୋ ବାପାଙ୍କୁ ନିଯୁକ୍ତି ଦେବାକୁ ଆଗ୍ରହୀ, ଦୟାକରି ମୋ ସହିତ ଯୋଗାଯୋଗ କରନ୍ତୁ, ମୁଁ ତାଙ୍କ ସହ ଯୋଗାଯୋଗ କରାଇଦେବି। "

ଏହି ପୋଷ୍ଟ ଦେଖି, ଅନେକ ଲିଙ୍କଡିନ୍ ବ୍ୟବହାରକାରୀ ପ୍ରିୟାଂଶୀଙ୍କୁ ପ୍ରଶଂସା କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, "ମୁଁ ପ୍ରଥମ ଥର ପାଇଁ ଏପରି ପୋଷ୍ଟ ଦେଖୁଛି। ତୁମ ପରି ଝିଅ ପାଇବା ଜଣେ ବାପା ପାଇଁ ସୌଭାଗ୍ୟର କଥା। ଭଗବାନ ତୁମ ଦୁହିଁଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ନିଶ୍ଚିତ ଯେ ତୁମ ବାପାଙ୍କୁ ଏକ ଭଲ ସୁଯୋଗ ମିଳିବ।" ଖୁବଶୀଘ୍ର ଚାକିରି ମିଳିବ।" ଆଉ ଜଣେ ୟୁଜର ଲେଖିଛନ୍ତି, "ଏହା ଲିଙ୍କଡଇନର ସର୍ବୋତ୍ତମ ବ୍ୟବହାର। ତୁମକୁ ଏବଂ ତୁମ ବାପାଙ୍କୁ ମଧ୍ୟ ଶୁଭକାମନା।"

ଅଧିକ ପଢ଼ନ୍ତୁ: ଦିଲ୍ଲୀ ନିର୍ବାଚନ: ଆଜି ଦ୍ୱିତୀୟ ପର୍ଯ୍ୟାୟ ଟିକେଟ୍‌ ଘୋଷଣା କରିପାରେ ବିଜେପି