Service To Nation: ବାହାଘରକୁ ୨ ଦିନ, ମାଟି ମା' ପାଇଁ ସିନ୍ଦୂରକୁ ବିଦାୟ ଦେଲେ ନବବଧୂ

ଏଇ ଏବେ ଏବେ ହୋଇଥିଲା ବିବାହ । ପଡିଥିଲା ହାତଗଣ୍ଠି । ମନର ନାୟିକାକୁ ସାତଫେରା ନେଇ ବୋହୂ କରି ଆଣିଥିଲେ ଘରକୁ । ବିବାହର ଦୁଇ ଦିନ ପରେ ଦେଶ ସେବା ପାଇଁ ଆସିଲା ଡାକରା । ମାଟି ମା’ ପାଇଁ ସବୁକୁ ଜଳାଞ୍ଜଳି ଦେଇ ବାହାରି ପଡିଲେ ବୀର ଯବାନ । ଏପଟେ ନିଜ ସିନ୍ଦୂରକୁ ବି ଦେଶ ନାଁରେ କରିଦେଲେ ନବବିବାହିତ ସ୍ତ୍ରୀ ।

ଭାରତୀୟ ସେନା

ଏଇ ଏବେ ଏବେ ହୋଇଥିଲା ବିବାହ । ପଡିଥିଲା ହାତଗଣ୍ଠି । ମନର ନାୟିକାକୁ ସାତଫେରା ନେଇ ବୋହୂ କରି ଆଣିଥିଲେ ଘରକୁ । ରୀତିନୀତି ଅନୁଯାୟୀ ସରିଥିଲା ବିବାହ । ନୂଆ ସଂସାର ଗଢ଼ିବାକୁ ଏପଟେ ଆଖିରେ ଆଖିଏ ସ୍ୱପ୍ନ ବି ଦେଖିଥିଲା ନବବଧୂ । ହେଲେ ରାତି ପାହି ସକାଳ ହେବା ବେଳକୁ ସବୁ ଆଶା ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା । ବିବାହର ଦୁଇ ଦିନ ପରେ ଦେଶ ସେବା ପାଇଁ ଆସିଲା ଡାକରା । ଛୁଟି ବାତିଲ, ଶୀଘ୍ରରେ ଡ୍ୟୁଟିରେ ଯୋଗ ଦେବାକୁ ଆସିଗଲା ନିର୍ଦ୍ଦେଶ । ତା’ପରେ ଆଉ କି ପରିବାରର ଖୁସି, ଆଉ କ’ଣ ଛୁଟି । ଦେଶ ମା’ ପାଇଁ ସବୁକୁ ଜଳାଞ୍ଜଳି ଦେଇ ବାହାରି ପଡିଲେ ବୀର ଯବାନ । ଏପଟେ ନିଜ ସିନ୍ଦୂରକୁ ବି ଦେଶ ନାଁରେ କରିଦେଲା ନବବିବାହିତ ସ୍ତ୍ରୀ । ଇଏ ହେଉଛି ତା’ପରର ଦୃଶ୍ୟ ।   


ଷ୍ଟେସନରେ ପୁଅକୁ ବିଦାୟ ଦେବାକୁ ଆସିଛନ୍ତି ସମସ୍ତେ । ଛାଡିବାକୁ କାହାର ଇଚ୍ଛା ନାହଁ । ନା ଦୁଇ ଦିନର ନବ ବିବାହିତ ସ୍ତ୍ରୀର, ନା ଜନ୍ମଦାତ୍ରି ମା’ର । କାନ୍ଦି କାନ୍ଦି ଗଡ଼ି ଯାଉଛି ମା’ । ଆଖିରୁ ଲୁହ ଗଡୁଥିଲେ ବି ଦେଶ ମା’ ପାଇଁ ହସି ହସି ସମସ୍ତେ ପୁଅକୁ ଦେଉଛନ୍ତି ବିଦାୟ । ଆଗ ଭାରତ ମା’ ଓ ପରେ ପରିବାର।  

ମହାରାଷ୍ଟ୍ର ପାଚୋରା ତହସିଲର ନାନ୍ଦିଚେ ଗାଁର ସେନା ଯବାନ ମନୋଜ ଜ୍ଞାନେଶ୍ୱର ପାଟିଲ । ମେ’ ୫ ତାରିଖରେ ୟାମିନୀଙ୍କୁ ବିବାହ କରିଥିଲେ । ୭ ତାରିଖରେ ହୋଇଥାନ୍ତା ସତ୍ୟନାରୟାଣ ପୂଜା । ତେବେ ଏହା ପୂର୍ବରୁ ଆସିଲା ସୀମାରୁ ଡାକରା । ମାଟି ମା’ ଡାକରେ ମନୋଜ ଏବଂ ୟାମିନୀଙ୍କ ବାସର ରାତି ଫିକା ପଡ଼ି ଯାଇଥିଲା । ତାଙ୍କ ପରିବାର ସଦସ୍ୟ, ସ୍ତ୍ରୀ, ପିତାମାତା ଏବଂ ସମ୍ପର୍କୀୟମାନେ ତାଙ୍କୁ ବିଦାୟ ଦେବାକୁ ଷ୍ଟେସନ ଆସିଥିଲେ । ସମସ୍ତଙ୍କ ଆଖି ଲୁହରେ ଭିଜି ଯାଇଥିଲା । କିନ୍ତୁ ସେମାନଙ୍କ ମୁହଁରେ ଦେଶପ୍ରେମର ଗର୍ବ ମଧ୍ୟ ସ୍ପଷ୍ଟ ଭାବେ ଦେଖାଯାଉଥିଲା । 

ନବବିବାହିତା ସ୍ତ୍ରୀ ବି ମନା କରି ନଥିଲେ ଏବଂ ଲୁହଭିଜା ଆଖିରେ ତାଙ୍କ ସ୍ୱାମୀଙ୍କୁ ବିଦାୟ ଦେଇଥିଲେ। କହିଥିଲେ, ମୋର ସିନ୍ଦୁର ଦେଶ ପାଇଁ। ମୁଁ ଗର୍ବିତ ଯେ, ମୋ ସ୍ୱାମୀ ଦେଶ ସେବା କରୁଛନ୍ତି । 

ଅଧିକ ପଢ଼ନ୍ତୁ: ଭାରତୀୟ ସେନାର କେଉଁ ପଦରେ ଅଛନ୍ତି ଧୋନି, ଜାଣନ୍ତୁ କେତେ ମିଳେ ଦରମା ?

ପହଲଗାମ ଆକ୍ରମଣ ପରେ 'ଅପରେସନ ସିନ୍ଦୂର' ଆରମ୍ଭ କରିଥିଲା ଭାରତ । ଯୁଦ୍ଧ ପରିସ୍ଥିତି ଆରମ୍ଭ ହେବା ପରେ ସମସ୍ତ ସେନା ଯବାନଙ୍କୁ ଛୁଟି ବାତିଲ ହୋଇଥିଲା । ତୁରନ୍ତ କାମରେ ଯୋଗ ଦେବାକୁ ରହିଥିଲା ନିର୍ଦ୍ଦେଶ । ତେବେ ଶନିବାର ଭାରତ-ପାକିସ୍ତାନ ମଧ୍ୟରେ ହୋଇଛି ଯୁଦ୍ଧବିରତି । ଏବେ ସୀମାରେ ଶାନ୍ତି ଫେରିଥିଲେ ମଧ୍ୟ ଭାରତୀୟ ଯବାନମାନେ ଆଲର୍ଟ ମୁଡ୍‌ରେ ରହିଛନ୍ତି ।

ଅଧିକ ପଢ଼ନ୍ତୁ: IAFର ବଡ଼ ସୂଚନା, ଏବେ ବି ଜାରି ରହିଛି ‘ଅପରେସନ ସିନ୍ଦୂର’

ବ୍ୟୁରୋ ରିପୋର୍ଟ ଓଟିଭି