Advertisment

Epic Love Story: ଶତାୟୁ ଦମ୍ପତିଙ୍କ ୱାର୍ଲ୍ଡ ରେକର୍ଡ; ୮୫ବର୍ଷର ବିବାହ, ଶତାଧିକ ନାତି ନାତୁଣୀଙ୍କ ସହ ସୁଖୀ ପରିବାର

ବ୍ରାଜିଲରେ ଏହି ଦମ୍ପତି ପ୍ରେମ ବିବାହ କରିଥିଲେ। ସେମାନଙ୍କ ପ୍ରେମ କାହାଣୀ ବି ନିଆରା। ୧୯୩୬ ମସିହାରେ ଦୁହେଁ ପରସ୍ପରକୁ ଭେଟିଥିଲେ। ସେଇଠୁ ଆରମ୍ଭ ହୋଇଥିଲା ମାନୋଏଲ୍ ଆଞ୍ଜେଲିମ୍ ଡିନୋ ଏବଂ ମାରିଆ ଡି ସୌସା ଡିନୋଙ୍କ ମନ ଦିଆନିଆ। ମାନୋଏଲ୍ ପ୍ରଥମ ଦେଖାରେ ମାରିଆଙ୍କ ପ୍ରେମରେ ପଡ଼ିଯାଇଥିଲେ।

ଅଦ୍ୟତନ ହୋଇଛି
Brazil's Epic Love Story

Brazil's Epic Love Story

Advertisment

ଆଜିକାଲି ବିବାହ ଓ ବିଚ୍ଛେଦ ସାଧାରଣ କଥା ହୋଇଗଲାଣି। ପ୍ରେମ ବିବାହ କଲେ ସୁଦ୍ଧା ସାମାନ୍ୟ ଘଟଣାକୁ ନେଇ ବିବାହ ଭାଙ୍ଗି ଯାଉଛି। ସଂପର୍କର ମହତ୍ତ୍ୱ ସବୁ ଭୁଲି ଯାଉଛନ୍ତି। ହେଲେ ବ୍ରାଜିଲ୍‌ର ଏକ ଦମ୍ପତି ୮୫ ବର୍ଷ ପୂର୍ବେ ବିବାହ କରି ଆଜି ଯାଏ ଏକାଠି ରହିବା ସହ ବିଶ୍ୱ ରେକର୍ଡ ହାସଲ କରିଛନ୍ତି। ୧୦୫ ବର୍ଷୀୟ ମାନୋଏଲ୍ ଆଞ୍ଜେଲିମ୍ ଡିନୋ ଏବଂ ୧୦୧ ବର୍ଷୀୟା ମାରିଆ ଡି ସୌସା ଡିନୋ ଗିନିଜ୍ ୱାର୍ଲ୍ଡ ରେକର୍ଡର ଅଧିକାରୀ ହୋଇଛନ୍ତି। ଆସନ୍ତୁ ଜାଣିବା ତାଙ୍କ ନିଆରା ପ୍ରେମ କାହାଣୀ।

Advertisment

ଅଧିକ ପଢ଼ନ୍ତୁ: ସ୍ତ୍ରୀ ହେବ ତ ଏମିତି ! ଯୌତୁକ ଲୋଭୀ ସ୍ୱାମୀକୁ ଦେଲେ ପାନେ...

ବ୍ରାଜିଲରେ ଏହି ଦମ୍ପତି ପ୍ରେମ ବିବାହ କରିଥିଲେ। ସେମାନଙ୍କ ପ୍ରେମ କାହାଣୀ ବି ନିଆରା। ୧୯୩୬ ମସିହାରେ ଦୁହେଁ ପରସ୍ପରକୁ ଭେଟିଥିଲେ। ସେଇଠୁ ଆରମ୍ଭ ହୋଇଥିଲା ମାନୋଏଲ୍ ଆଞ୍ଜେଲିମ୍ ଡିନୋ ଏବଂ ମାରିଆ ଡି ସୌସା ଡିନୋଙ୍କ ମନ ଦିଆନିଆ। ମାନୋଏଲ୍ ପ୍ରଥମ ଦେଖାରେ ମାରିଆଙ୍କ ପ୍ରେମରେ ପଡ଼ିଯାଇଥିଲେ। ତା’ପରେ ୧୯୪୦ ମସିହାରେ ଉଭୟ ବିବାହ କରିଥିଲେ। ସେବେଠାରୁ ଏପର୍ଯ୍ୟନ୍ତ ଦୁହେଁ ଏକ ସୁନ୍ଦର ଜୀବନ ବଞ୍ଚିଛନ୍ତି। ସାତ ଜନ୍ମକୁ ସାଥି ହୋଇ ରହିବାର ଯେଉଁ ଶପଥ ନେଇଥିଲେ ଆଜିଯାଏ ତାହାକୁ ଜାବୁଡି ଧରିଛନ୍ତି। ଅନେକ ଉତ୍ଥାନ ପତନ ପରେ ବି ଉଭୟ ଉଭୟଙ୍କ ହାତ ଛାଡ଼ି ନାହାନ୍ତି।

ଲଙ୍ଗଏଭିଟିକ୍ୱେଷ୍ଟ ଏକ ସଂଗଠନ ଯାହା ଶତାୟୁ ଲୋକଙ୍କ ଜୀବନୀ ନେଇ ଅନୁସନ୍ଧାନ କରେ। ସଂଗଠନଟି ଇନଷ୍ଟାଗ୍ରାମରେ ଏହି ବ୍ରାଜିଲ ଦମ୍ପତିଙ୍କ ପ୍ରେରଣାଦାୟକ ପ୍ରେମ କାହାଣୀ ଓ ଜୀବନ ସଂପର୍କରେ ଭିଡିଓ ସେୟାର କରିଛି। ଭାଲେଣ୍ଟାଇନ୍ସ ଡେ ଅନୁଯାୟୀ, ଏହି ଦମ୍ପତି ବିବାହର ୮୪ ବର୍ଷ ୭୭ ଦିନ ଧରି ଏକାଠି ରହିଛନ୍ତି। ଗିନିଜ୍ ୱାର୍ଲ୍ଡ ରେକର୍ଡ ଅନୁଯାୟୀ, ମାନୋଏଲ୍ ଏବଂ ମାରିଆ ପ୍ରଥମ ଥର ପାଇଁ ୧୯୩୬ ମସିହାରେ କୃଷି କାର୍ଯ୍ୟ କରୁଥିବା ବେଳେ ସାକ୍ଷାତ କରିଥିଲେ। ମାନୋଏଲ୍ ରାପାଡୁରା (ଏକ ପାରମ୍ପରିକ ବ୍ରାଜିଲୀୟ କ୍ୟାଣ୍ଡି) ସଂଗ୍ରହ କରିବାକୁ ବୋଆ ଭିଗେମ୍ ଜିଲ୍ଲାର ଆଲମେଇଡା ଅଞ୍ଚଳକୁ ଯାତ୍ରା କରିଥିଲେ ଯେଉଁଠାରେ ସେ ତାଙ୍କୁ ଭେଟିଥିଲେ।

Advertisment

୧୯୪୦ରେ ଉଭୟ ବିବାହ କରିବାକୁ ସ୍ଥିର କଲେ। ମାରିଆଙ୍କ ମାଆ ପ୍ରଥମେ ଏହି ବିବାହ ପାଇଁ ଅରାଜି ଥିଲେ। ମାତ୍ରପରେ ମାନୋଏଲ୍ ତାଙ୍କ ପରିବାରକୁ ରାଜି କରାଇଥିଲେ। ଏଥିପାଇଁ ସେ ଏକ ଘର ମଧ୍ୟ ନିର୍ମାଣ କରିଥିଲେ। ପରିବାରର ରାଜି ହୋଇଯିବା ପରେ, ମାନୋଏଲ୍ ଏବଂ ମାରିଆ ବିବାହ କରିଥିଲେ ଏବଂ ନିଜେ ଗଢିଥିବା ଘରେ ସାଂସାରିକ ଜୀବନ ଆରମ୍ଭ କଲେ। ଏହାପରେ ସେମାନଙ୍କର ୧୩ ଜଣ ସନ୍ତାନ ହୋଇଥିଲେ। ସେତେବେଳେ ପରିବାର ପ୍ରତିପୋଷଣ ପାଇଁ ଉଭୟ ଖୁବ୍ ସଂଘର୍ଷ କରିଥିଲେ। ହେଲେ ସେମାନେ ପରସ୍ପର ହାତ ଛାଡି ନଥିଲେ।

Advertisment

ବର୍ତ୍ତମାନ ଉଭୟଙ୍କ ବୟସ ୧୦୦ ପାର୍ କରିଛି। ହେଲେ ଏ ପରିଣତ ବୟସରେ ବି ସେମାନେ ଏକାଠି ଓ ଶାନ୍ତିରେ ଜୀବନ ଅତିବାହିତ କରୁଛନ୍ତି। ଅଧିକ ବୟସ ହେତୁ ସେମାନେ ପ୍ରାୟତଃ ଦିନରେ ବିଶ୍ରାମ ନିଅନ୍ତି କିନ୍ତୁ ସନ୍ଧ୍ୟା ୬ଟାରେ ରେଡିଓରେ ଜପମାଳା ପ୍ରାର୍ଥନା ଶୁଣିବା ପାଇଁ ମାରିଆଙ୍କ ସହ ବୈଠକ ଘରେ ଯୋଗ ଦିଅନ୍ତି, ଏବଂ ତା’ପରେ ଟେଲିଭିଜନରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଦେଖନ୍ତି। ଏକ ଦୀର୍ଘସ୍ଥାୟୀ ବିବାହର ରହସ୍ୟ କ’ଣ ପଚାରିବାରୁ ସେ କହିଛନ୍ତି, ପ୍ରେମ ଖୁବ୍ ସରଳ: ଏହାକୁ ସବୁଠାରୁ ଉନ୍ନତ କମ୍ପ୍ୟୁଟର ମଧ୍ୟ ଗଣନା କରିପାରିବ ନାହିଁ।

ଅଧିକ ପଢ଼ନ୍ତୁ: ଅକଥନୀୟ ନିର୍ଯାତନା; ଯୌତୁକ ପାଇଁ ସ୍ତ୍ରୀକୁ HIV ସଂକ୍ରମିତ ଇଞ୍ଜେକ୍ସନ ଦେଲା ସ୍ବାମୀ....

Unique Love Story Old Couple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ