• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deepak Acharya

News Highlights

  • ଜାଣନ୍ତୁ କନ୍ୟା ରାଶି ବିଷୟରେ 

ଏହି ରାଶିର ବ୍ୟକ୍ତି ବିଶେଷ ଓ ମହିଳା ମାନେ ମିଷ୍ଠଭାଷୀ, କୈାଶଳି, ଚତୁରୀ, ନ୍ୟାୟବନ୍ତ, କଳାପ୍ରେମୀ, ଦୁର୍ବଳାମନା, ବିଚଳିତ, ଅନ୍ୟ କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରିବା , କୂଟନୀତି କରିବା, ଅଧର୍ଯ୍ୟ , ଯୈାନଲିପ୍‌ସୁ, ମାଂସପ୍ରିୟ ଓ ନିଦ୍ରାପ୍ରିୟ ହୋଇଥାନ୍ତି । ଏମାନେ ଉତରା-ଫାଲଗୁନୀ, ହସ୍ତା, ଚିତ୍ରା ନକ୍ଷତ୍ରରେ ଜନ୍ମ ଗ୍ରହଣ କରିଥାନ୍ତି । ଏମାନଙ୍କର ନାମର ପ୍ରଥମ ଅକ୍ଷର ଟୋ, ପ,ପି,ପୁ,ଷ,ଣ,ଠ,ପେ,ପୋ ଆଦି ଅକ୍ଷରରୁ ଆରମ୍ଭ ହୋଇଥାଏ ।

ସ୍ୱାସ୍ଥ୍ୟ:

ଏମାନେ ସାଧାରଣତଃ ଦୀର୍ଘାକୃତି, ପୃଥଳ, ବିଶାଳ ବକ୍ଷ, ବିରାଟ କପାଳ, ରମଣୀୟ ଚକ୍ଷୁ ଯୁକ୍ତ ହୋଇଥାନ୍ତି । ଔଷଧ କାର୍ଯ୍ୟ ଜନିତ ପ୍ରକିୟାରେ ବିଭିନ୍ନ ରୋଗ ହୋଇଥାଏ । କେତେକ କ୍ଷେତ୍ରରେ ବାକ୍ ଦୋଷ ରହିଥାଏ । ଅତ୍ୟଧିକ ଆମିଷ ଖାଦ୍ୟ ଖାଇବା ଓ ନିଶା ଦ୍ରବ୍ୟ ସେବନ ଏମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ । ଉଦର ରୋଗ, ଅଗ୍ନିମାନ୍ଦ୍ୟ, ଅମ୍ଳବ୍ୟାଧି, ଯକୃତ ଜନିତ ରୋଗ, ହୃଦ୍ ରୋଗ, ଯୈାନ ରୋଗ ହେବାର ସମ୍ଭାବନା ରହିଥାଏ । 

ଅଧିକ ପଢ଼ନ୍ତୁ: ଏହି ରାଶିର ବ୍ୟକ୍ତି ଠିକ୍ ସମୟରେ ପ୍ରତିପକ୍ଷକୁ ପାନେ ଦେବାରେ ପାରଙ୍ଗମ

ଚରିତ୍ର:

କୈାଣସି କଥାରେ ଶିଘ୍ର ନିଷ୍ପତି ନିଅନ୍ତି ନାହିଁ । ନିଜ ଆଦର୍ଶରେ ନିଜକୁ ବଡ ବୋଲି ଭାବିଥାନ୍ତି । ନିଜର ଗୋପନୀୟତା ଓ କୂଟନୀତି କାର୍ଯ୍ୟ ଯୋଗୁଁ ନିଜେ ହିଁ କ୍ଷତିରେ ପଡିଥାନ୍ତି । କ୍ଷଣକୋପୀ , ବଦରାଗୀ ଓ ନିଜର ଅଂହଙ୍କାର ଯୋଗୁଁ ନିଜର ହିଁ କ୍ଷତି କରିଥାନ୍ତି । ବନ୍ଧୁ ବାନ୍ଧବ, ସପରିବାର ପାଇଁ ନିଜର ଗୋପନ ଉଦ୍ଦେଶ୍ୟ ରଖି ଯେଉଁ କୂଟନୀତି ଫାଶ କରିଥାନ୍ତି । ସେହି ଫାସରେ ନିଜେ ହିଁ କ୍ଷତିରେ ପଡିଥାନ୍ତି । ସବୁ ଜାଣନ୍ତି ବୋଲି କହି ଅନ୍ୟ ଆଗରେ ଲୋକହସା ହୋଇଥାନ୍ତି । 

ବନ୍ଧୁତା / ଶତୃତା:

ଏମାନେ ସବୁବେଳେ ତାଙ୍କର ବନ୍ଧୁମାନଙ୍କୁ ନିଜର ମନଭାବ ସହ ସଂପୃକ୍ତ କରିବାକୁ ଇଚ୍ଚାପ୍ରକାଶ କରିଥାନ୍ତି ସେଥିପାଇଁ ବନ୍ଧୁଙ୍କ ସହିତ ଅନେକ ବିତର୍କ ଘଟିବାର ସମ୍ଭାବନା ଦେଖାଯାଇଥାଏ । ନିଜର ଦୋଷକୁ ତର୍ଜମା ନକରି ଅନ୍ୟର ଦୋଷକୁ ବେଶି ଧରିଥାନ୍ତି । ଅନ୍ୟର ମୁଣ୍ଡରେ ଅଠା ବୋଳିବାରେ ଏମାନେ ଧୁରନ୍ଦର ହୋଇଥାନ୍ତି । ଛୋଟ ଛୋଟ କଥାରେ ଏମାନେ ବନ୍ଧୁତାର ସଂପର୍କ ଭାଙ୍ଗି ଦେଇଥାନ୍ତି ।

ପରିସ୍ଥିତିକୁ ଟିକିନିକି ଭାବରେ ଅନୁଧ୍ୟାନ କରି ଶତୃତା କରିଥାନ୍ତି । ଏମାନଙ୍କ ଭାଷାରେ ପ୍ରାୟ ଶାଳିନତା ନଥାଏ । ଏମାନେ ଅନ୍ୟ ମାନଙ୍କ ପ୍ରତି ସମ୍ମାନରେ ଅସାଧାରଣ ଆଚରଣ କରିଥାନ୍ତି । ଏମାନେ ପ୍ରତିଶୋଧ ପରାୟଣ ହୋଇଥାନ୍ତି । ଅନେକ ଲୋକଙ୍କର କ୍ଷତି କରିବାରେ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ ।

କର୍ମ / ବ୍ୟବସାୟ:

ବୈଜ୍ଞାନିକ ,ପ୍ରକାଶକ, ସାମ୍ବାଦିକ, ସମାଲୋଚକ, ବକ୍ତା, କୃଷକ, ଲେଖକ, କବି, ସଙ୍ଗୀତଜ୍ଞ, ଅଭିନେତା ଅଭିନେତ୍ରୀ, କ୍ରିଡାବିତ୍‌, ଗୁଇନ୍ଦା ବିଭାଗ, ଶିକ୍ଷକ, ଆଇନଜୀବୀ, କୁଟନୈତିକସଂସ୍ଥା, ଆଦି କର୍ମକରି ଗୁରୁରାଣ ମେଣ୍ଟାଇଥାନ୍ତି ।

ଆମଦାନୀ-ରପ୍ତାନୀ, ଠିକାଦାରୀ, ଶିଳ୍ପସଂସ୍ଥା, ଲୈାହ ବ୍ୟବସାୟ, ସିମେଣ୍ଟ ବ୍ୟବସାୟ, ପୁସ୍ତକ, ଦୋକାନ, ଶିକ୍ଷାନୁଷ୍ଠାନ, ଆଦି ବ୍ୟବସାୟରେ ସଫଳତା ପାଇଥାନ୍ତି ।

ଜୀବନସାଥୀ / ବିବାହ:

ପ୍ରେମିକା ବା ପ୍ରଣୟନୀଙ୍କ ନିକଟରେ ଏମାନେ ଖୋଲା ଭାବରେ କଥା ନକହି ପାରି ପ୍ରେମ କ୍ଷେତ୍ରରେ ବିଫଳତା ପାଇଥାନ୍ତି । ଜୀବନସାଥୀ ବାଛିବାରେ ଅନେକ ବିଳମ୍ବ କରିଥାନ୍ତି । ମିଥୁନ,କନ୍ୟା,ମକର,କୁମ୍ଭ,ମୀନ ଆଦି ରାଶି ସହ ବିବାହ ବଦ୍ଧନରେ ଆବଦ୍ଧ ହେଲେ ବୈବାହିକ ଜୀବନ ଶାନ୍ତିରେ କଟିଥାଏ ।

ଦାମ୍ପତ୍ୟ ଜୀବନ:

ସ୍ୱାମୀ, ସ୍ତ୍ରୀ ଦୁଇ ଜଣଙ୍କ ମଧ୍ୟରୁ ଯଦି କାହାର କିଛି ଅସୁବିଧା ହେଲେ ଅନ୍ୟ ଜଣେ ଚିନ୍ତିତ ହୋଇ ପଡନ୍ତି । ଦାମ୍ପତ୍ୟ ଜୀବନରେ ଆଦର୍ଶକୁ ଏମାନେ ଅଗ୍ରାଧିକାର ଦେଇଥାନ୍ତି । ଏମାନେ ପ୍ରାୟ ଘର ଠାରୁ ବାହାରେ ବସବାସ କରୁଥିବାରୁ ଦାମ୍ପତ୍ୟ ଜୀବନରେ କିଛିଟା ଅସନ୍ତୋଷ ରହିଥାଏ ।

ପାରିବାରିକ ଜୀବନ:

ଏମାନେ ସ୍ୱାର୍ଥପର ହୋଇଥାନ୍ତି । ଯାହା ଫଳରେ ପରିବାରରେ ଅସନ୍ତୋଷ ଦେଖାଯାଏ । କ୍ଷଣକୋପୀ ଓ ବଦରାଗୀ ହୋଇଥିବାରୁ ଅନ୍ୟ ମାନଙ୍କ ପ୍ରତି ଭଲ ବ୍ୟବହାର ଦେଖାନ୍ତି ନାହିଁ । ସନ୍ତାନ- ସନ୍ତତିଙ୍କ ପ୍ରତି ଅଧିକ ଯତ୍ନଶୀଳ ହୋଇଥାନ୍ତି ।

ଆର୍ଥିକ ସ୍ଥିତି:

ଅର୍ଥ ପାଇଁ ଏମାନେ ସବୁ କିଛି କରିପାରନ୍ତି । କିନ୍ତୁ ସଞ୍ଚୟ କରିବାରେ ଅସମ୍ଭବ ହୋଇଥାନ୍ତି । ଯେତେ ଧନ ଆସିଥିଲେ ମଧ୍ୟ ଏମାନେ ଅସନ୍ତୁଷ୍ଟ ହୋଇଥାନ୍ତି । ଏମାନେ ବ୍ୟବସାୟ ଅଧିକ କଲେ ବି ଅଧିକାଂଶ ସମୟ କ୍ଷତିରେ ପଡନ୍ତି ।

ଲକ୍ଷ୍ୟପଥ:

ନିଜ ସୁବିଧାକୁ ପ୍ରଥମେ ଅଗ୍ରାଧିକାର ଦେଇଥାନ୍ତି । ଅନ୍ୟ ମାନଙ୍କର ସୁବିଧା, ଅସୁବିଧାକୁ ଭୃକ୍ଷେପ କରନ୍ତି ନାହିଁ । ନିଜ ଇଚ୍ଛା ମୁତାବକ ସମସ୍ତ କାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି । ନିଜ ସ୍ୱାର୍ଥ ହାସଲ ପାଇଁ ଦରକାର ପଡିଲେ ବିଶ୍ୱସ୍ଥ ବନ୍ଧୁଙ୍କ ଠାରୁ ପରାମର୍ଶ ନେଇଥାନ୍ତି । ଆତ୍ମଶକ୍ତି ଅନେକ ଥିବାରୁ ଏମାନଙ୍କ ପାଇଁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ କିଛି ଅସୁବିଧା ହୁଏ ନାହିଁ ।

ଶୁଭ:

ଶୁଭବାର- ରବି, ବୁଧ, ଶୁକ୍ର

ଶୁଭରଙ୍ଗ- ନୀଳ, ସବୁଜ

ଶୁଭସଂଖ୍ୟା- ୫, ୬

ଶୁଭରତ୍ନ- ପାନା

ଦେବତା- ଶ୍ରୀ ବିଷ୍ଣୁ

ଦେବୀ- ତ୍ରିପୁରା ସୁନ୍ଦରୀ

ରୁଦ୍ରାକ୍ଷ- ୪ମୁଖୀ

ଅଶୁଭ:

ଘାତବାର- ଶନିବାର

ଘାତ ଚନ୍ଦ୍ର- ମିଥୁନ

ଘାତତୀଥି- ପଞ୍ଚମୀ, ଦଶମୀ, ପୂର୍ଣ୍ଣମୀ, ଅମାବାସ୍ୟା

ନକ୍ଷତ୍ର- ଶ୍ରବଣା