Advertisment

ଫ୍ରୋଜନ ସୋଲ୍ଡର ସମସ୍ୟା ଭୋଗୁଛନ୍ତି କି, ଏହି ଯୋଗ କରନ୍ତୁ

ଫ୍ରୋଜନ ସୋଲ୍ଡର ଏମିତି ଏକ ସମସ୍ୟା ଯାହା ଦ୍ୱାରା କାନ୍ଧର ଯନ୍ତ୍ରଣା ଅସହ୍ୟ ହୋଇପଡେ। ଫଳରେ ସାଧାରଣ ଜୀବନ ପ୍ରଭାବିତ ହୁଏ। ତେବେ ଏହିସବୁ ସମସ୍ୟାକୁ ଦୂର କରିବାକୁ ହେଲେ ଦିନଚର୍ଯ୍ୟାରେ ଯୋଗକୁ ସାମିଲ କରିବାକୁ ହେବ। ଜାଣନ୍ତୁ କ’ଣ କରିବେ…

author-image
Pramod Behera
ଅଦ୍ୟତନ ହୋଇଛି
Yoga treatment for frozen shoulder

Yoga treatment for frozen shoulder

ସ୍ୱାସ୍ଥ୍ୟ ସମସ୍ୟା ଆଜିକାଲି ପ୍ରାୟ ସମସ୍ତଙ୍କ ପାଇଁ ସାଧାରଣ ହୋଇଯାଇଛି। ଏହାର ପଛରେ ରହିଛି ଏକ ଅସନ୍ତୁଳିତ ଜୀବନଶୈଳୀ। ଲୋକଙ୍କ ଜୀବନରେ ଶରୀର ପିଡା ଏକ ସାଧାରଣ ସମସ୍ୟା ହୋଇଯାଇଛି। ଫ୍ରୋଜନ ସୋଲ୍ଡର ଏମିତି ଏକ ସମସ୍ୟା ଯାହା ଦ୍ୱାରା କାନ୍ଧର ଯନ୍ତ୍ରଣା ଅସହ୍ୟ ହୋଇପଡେ। ଫଳରେ ସାଧାରଣ ଜୀବନ ପ୍ରଭାବିତ ହୁଏ। ତେବେ ଏହିସବୁ ସମସ୍ୟାକୁ ଦୂର କରିବାକୁ ହେଲେ ଦିନଚର୍ଯ୍ୟାରେ ଯୋଗକୁ ସାମିଲ କରିବାକୁ ହେବ।

Advertisment

ଯୋଗ ଅଭ୍ୟାସ ଶରୀରରେ ରକ୍ତ ସଂଚାଳନକୁ ବୃଦ୍ଧି କରିବା ସହ ହାଡ ଓ ମାଂସପେଶୀକୁ ଆରାମ ଦେଇଥାଏ ଏବଂ ଏସବୁ ଉପରେ ପଡୁଥିବା ଅନାବଶ୍ୟକ ଚାପକୁ କମ କରେ। ତେବେ ଯେଉଁମାନେ ଏହି ଫ୍ରୋଜନ ସୋଲ୍ଡର ସମସ୍ୟାକୁ ସମ୍ମୁଖିନ ହେଉଛନ୍ତି ସେମାନେ ଧ୍ୟାନ ଦିଅନ୍ତୁ ଯେ କେଉଁ ସବୁ ଯୋଗ କଲେ ଏଥିରୁ ମୁକ୍ତି ମିଳିବ।
ଭୁଜଙ୍ଗାସନ:

ଭୁଜଙ୍ଗାସନ କେବଳ ପେଟର ଚର୍ବିରୁ ମୁକ୍ତି ପାଇବାରେ ସାହାଯ୍ୟ କରେ ନାହିଁ, ବରଂ ପିଠିର ମାଂସପେଶୀର ନମନୀୟତା ବଢେଇବା ସହ ମେରୁଦଣ୍ଡକୁ ମଜବୁତ କରିବାରେ ଏବଂ କାନ୍ଧର ମାଂସପେଶୀର କଠିନତା କମେଇବାରେ ମଧ୍ୟ ସାହାଯ୍ୟ କରେ। ଭୁଜଙ୍ଗାସନର ନିୟମିତ ଅଭ୍ୟାସ ଫ୍ରୋଜନ ସୋଲ୍ଡର ସମସ୍ୟା ଭୋଗୁଥିବା ଲୋକଙ୍କ ପାଇଁ ବିଶେଷ ଲାଭଦାୟକ ହୋଇପାରେ। କାନ୍ଧ ବ୍ୟତୀତ, ଏହି ଯୋଗ ତଳ ପେଟରେ ଥିବା ବିଭିନ୍ନ ଅଙ୍ଗକୁ ଟୋନ୍ କରିବା, ବେକ ଏବଂ କାନ୍ଧରୁ ଅଧିକ ଟେନ୍‌ସନ୍‌ ଦୂର କରିବାରେ ମଧ୍ୟ ସାହାଯ୍ୟ କରେ।

Advertisment

ହଳାସନ:

ହଳାସନର ଅଭ୍ୟାସ ପିଠି ଏବଂ କାନ୍ଧ ଯନ୍ତ୍ରଣାରୁ ମୁକ୍ତି, ଶାରୀରିକ ନିଷ୍କ୍ରିୟତା ହ୍ରାସ କରିବା ଏବଂ ମାନସିକ ସ୍ୱାସ୍ଥ୍ୟକୁ ବଜାୟ ରଖିବାରେ ବହୁତ ସାହାଯ୍ୟ କରିଥାଏ। ଏହା କେବଳ ମନକୁ ଶାନ୍ତ କରେ ନାହିଁ ବରଂ ଶରୀରକୁ ଟୋନ୍‌ଡ ଏବଂ ଶକ୍ତିଶାଳୀ କରିଥାଏ। ଫ୍ରୋଜନ ସୋଲ୍ଡର ଏବଂ ଅନ୍ୟାନ୍ୟ ମାଂସପେଶୀୟ ସମସ୍ୟାକୁ ଏଡାଇବା ପାଇଁ ଏହାକୁ ନିୟମିତ ଅଭ୍ୟାସ କରନ୍ତୁ।

ଧନୁରାସନ:

ଧନୁରାସନ ଯୋଗକୁ କାନ୍ଧ ଏବଂ ପିଠି ସମସ୍ୟାରୁ ମୁକ୍ତି ଦେବା ପାଇଁ ଅଭ୍ୟାସ କରାଯାଏ। ଏହି ଯୋଗ ଅଭ୍ୟାସ ଛାତି, ବେକ ଏବଂ କାନ୍ଧର ପ୍ରସାରଣ ସହିତ ମାଂସପେଶୀରେ ରକ୍ତ ସଞ୍ଚାଳନକୁ ପ୍ରୋତ୍ସାହିତ କରିବାରେ ସହାୟକ ହୋଇପାରେ। ଚାପ ଏବଂ ଚିନ୍ତା ପରି ମାନସିକ ସମସ୍ୟାକୁ ହ୍ରାସ କରିବାରେ ଏହା ଅତ୍ୟନ୍ତ ଜରୁରୀ। ଏହି ଯୋଗର ନିୟମିତ ଅଭ୍ୟାସ ଆପଣଙ୍କୁ ମାଂସପେଶୀ ଚାପର ସମସ୍ୟାରୁ ମୁକ୍ତି ଦିଏ।

Yogasana Yoga For Frozen Souldier
Advertisment
Advertisment