Advertisment

ପ୍ରଜନନ ସମସ୍ୟାକୁ ଦୂର କରିବ ଏହି ୪ ଯୋଗାସନ

ଆଜିକାଲି ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ପ୍ରଜନନ ସମସ୍ୟା ବଢିବାରେ ଲାଗିଛି। ଅନେକ ଲୋକ ଏନେଇ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି। ଯେଉଁମାନେ ବିନା ଖର୍ଚ୍ଚରେ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହାନ୍ତି ସେମାନଙ୍କ ପାଇଁ ଏହି ଯୋଗ ଟିପ୍ସ।

author-image
Pramod Behera
ଅଦ୍ୟତନ ହୋଇଛି
Yoga asanas for Infertility Causes

Yoga asanas for fertility problems for men and women

ପ୍ରତ୍ୟେକ ବିବାହିତ ଦମ୍ପତିଙ୍କ ଇଛାଥାଏ ଏକ ପିଲାର ବାପା-ମା ହେବା। କାରଣ ପିଲାଟିଏ ହିଁ ପରିବାରକୁ ସଂପୂର୍ଣ୍ଣ କରିଥାଏ। ଫଳରେ ଦମ୍ପତିମାନେ ଉତ୍ସାହିତ ହୋଇ ଏକ ସନ୍ତାନ ଜନ୍ମ ପାଇଁ ଅନେକ ଯୋଜନା ପ୍ରସ୍ତୁତ କରନ୍ତି। କିନ୍ତୁ ଆଜିର ଯୁଗରେ ସେ ମହିଳା ହୁଅନ୍ତୁ ବା ପୁରୁଷ ସେମାନଙ୍କ କ୍ଷେତ୍ରରେ ପ୍ରଜନନ ସମସ୍ୟା ବଢିବାରେ ଲାଗିଛି। ଅନେକ ବିବାହିତ ଦମ୍ପତି ଅଛନ୍ତି, ଯେଉଁମାନେ ଚାହିଁଲେ ମଧ୍ୟ ଗର୍ଭଧାରଣ କରିବାରେ ଅସମର୍ଥ ହେଉଛନ୍ତି।

Advertisment

ପ୍ରସବ ସମ୍ବନ୍ଧୀୟ ସମସ୍ୟା ପାଇଁ ପୁରୁଷ ଏବଂ ମହିଳାମାନେ ଡାକ୍ତରଙ୍କ ନିକଟକୁ ଯାଆନ୍ତି। ତେବେ ଗର୍ଭଧାରଣ ସମସ୍ୟାକୁ ରୋକିବା ପାଇଁ କିଛି ଯୋଗାସନ ମଧ୍ୟ ଅଛି, ଯାହାର ଅଭ୍ୟାସ ଫଳପ୍ରଦ ହୋଇଥାଏ। ମହିଳାମାନଙ୍କ ବ୍ୟତୀତ ପୁରୁଷମାନେ ମଧ୍ୟ ନିୟମିତ ଏହି ଯୋଗାସନ ଅଭ୍ୟାସ କରିବା ଉଚିତ। ଏହିସବୁ ଯୋଗାସନ ଉଭୟ ଶରୀର ଏବଂ ମନ ପାଇଁ ଅତ୍ୟନ୍ତ ଲାଭଦାୟକ। ତେବେ ଉଭୟ ପୁରୁଷ ଓ ମହିଳା ବନ୍ଧ୍ୟାଦୋଷ ସମସ୍ୟାରୁ ମୁକ୍ତି ପାଇବା ପାଇଁ କେଉଁ ଯୋଗ କରିବା ଜରୁରୀ ଆସନ୍ତୁ ଜାଣିବା।

ସୂର୍ଯ୍ୟ ନମସ୍କାର :

ମାସିକ ଋତୁସ୍ରାବ ଅନିୟମିତତା ଏବଂ ମେନୋପୋଜ୍‌ ସମୟରେ ହେଉଥିବା ସମସ୍ୟାରୁ ମୁକ୍ତି ପାଇଁ ଯୋଗାସନ ଅତ୍ୟନ୍ତ ଉପକାରୀ। ମାସିକ ଋତୁସ୍ରାବରେ ହେଉଥିବା ଅନିୟମିତତାକୁ ରୋକିବା ପାଇଁ ସୂର୍ଯ୍ୟ ନମସ୍କାର ଅଭ୍ୟାସ କରନ୍ତୁ। ଯୋଗାସନ ମଧ୍ୟ ମହିଳାଙ୍କ ଗର୍ଭାଶୟରେ ମେନୋପୋଜ୍‌ରେ ପ୍ରଭାବ ପକେଇବା ସହ ଏବଂ ପିଲା ଜନ୍ମ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ସୂର୍ଯ୍ୟ ନମସ୍କାର ଯୌନ ଗ୍ରନ୍ଥିରେ ଥିବା ସମସ୍ୟାକୁ ଦୂର କରିବାରେ ସହଯୋଗ କରେ।

Advertisment

ବଦ୍ଧକୋଣାସନ:

ବଦ୍ଧକୋଣାସନକୁ ପ୍ରଜାପତି ଆସନ ମଧ୍ୟ କୁହାଯାଏ। ଏହି ସ୍ଥିତିରେ ଭିତର ଜଙ୍ଘ, ପିଚାର ଅଂଶ ଏବଂ ଆଣ୍ଠୁର ମାଂସପେଶୀରେ ପ୍ରଭାବ ପଡେ। ଏହା ଶରୀରରେ ନମନୀୟତା ଆଣିଥାଏ। ଏହି ଆସନର ଅଭ୍ୟାସ ପ୍ରଜନନ କ୍ଷମତାକୁ ବୃଦ୍ଧି କରିଥାଏ। ଏହା ଆସନ୍ନ ପ୍ରସବ ସମୟରେ ହେଉଥିବା ଯନ୍ତ୍ରଣାକୁ ମଧ୍ୟ ହ୍ରାସ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ।

ପଶ୍ଚିମୋତ୍ତାନାସନ:

ପଶ୍ଚିମୋତ୍ତାନାସନ ଦେହର ମାଂସପେଶୀକୁ ଷ୍ଟ୍ରେଚ୍ କରିଥାଏ। ଏହି ଆସନ ଅଭ୍ୟାସ କଲେ ପ୍ରଜନନ କ୍ଷମତା ବୃଦ୍ଧି ପାଇବା ସହ ମାନସିକ ଚାପ କମିଯାଏ।

ବାଳାସନ:

ପ୍ରଜନନ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବାଳାସନ ମଧ୍ୟ ଅତ୍ୟନ୍ତ ଉପକାରୀ। ଏହି ଆସନ ପ୍ରଜନନ ଅଙ୍ଗରେ ରକ୍ତ ପ୍ରବାହ ବୃଦ୍ଧି କରିବାରେ ସହଯୋଗ କରେ। ଏହା ବ୍ୟତୀତ ପିଠି, ଆଣ୍ଠୁ, ପିଚା ଏବଂ ଜଙ୍ଘର ମାଂସପେଶୀ ମଧ୍ୟ ଏହି ଆସନ ଦ୍ୱାରା ମଜଭୁତ ହୋଇଥାଏ।

Yogasana Yoga Tips Yoga For Pregnancy
Advertisment
Advertisment