Advertisment

Skin Tanning: କ’ଣ ଏହି ସ୍କିନ୍ ଟାନି°: ଜାଣନ୍ତୁ ଆପଣଙ୍କ ତ୍ୱଚାକୁ ଏଥିରୁ କେମିତି ଦେବେ ସୁରକ୍ଷା ?

ଟିଭି ପରଦା ଠୁ ଆରମ୍ଭ କରି ଇଣ୍ଟରନେଟ୍ ଆଉ କଲୋନୀର ପାର୍ଲର୍ ଆଣ୍ଟି ପର୍ଯ୍ୟନ୍ତ ସମସ୍ତେ ଆପଣଙ୍କୁ ଖରାରେ କଳା ପଡିଯାଇଥିବା ବା ଟାନିଂ ଦୂର କରିବା ପାଇଁଁ ଅଗଣିତ କ୍ରିମ୍ କିମ୍ବା ପ୍ରସାଧାନ ସାମଗ୍ରୀ ବିଷୟରେ ଉପଦେଶ ଦିଅନ୍ତି। ଘରେ ମାଇଁଠୁ ଆରମ୍ଭ କରି ପିଉସୀ ପର୍ଯ୍ୟନ୍ତ ହଜାରେ ଘରୋଇ ଉପଚାର କୁହନ୍ତି। ହେଲେ ଆପଣ କିଛି ଦିନ ଏସବୁ ମାନିଲା ପରେ ହତୋତ୍ସାହିତ ହୋଇ ପଡନ୍ତି ଏବଂ ପୁଣି ନୂଆ ଉପାୟ ଖୋଜନ୍ତି ଟାନି° ଦୂର କରିବାକୁ। କିନ୍ତୁ ଜାଣନ୍ତି ଟାନି° ହେବା ପରେ ଏତେ ସବୁ ଉପଚାର କରିବା ଅପେକ୍ଷା ଟାନି° ରୋକିବା ପାଇଁ ଉଦ୍ଦିଷ୍ଟ ପ୍ରତିକାର ସହଜ ଏବଂ ଫଳପ୍ରଦ ମଧ୍ୟ। ଆପଣ ଯେତେ ଜଲ୍‌ଦି ଏ ବିଷୟକୁ ବୁଝି ଏହି ଉପାୟ ଆପଣାଇବେ ସେତେ ଭଲ ଫଳ ମିଳିବ।

author-image
Ipsita Pradhan
ଅଦ୍ୟତନ ହୋଇଛି
ସ୍କିନ୍ ଟାନିଂ

ସ୍କିନ୍ ଟାନିଂ

ସ୍କିନ୍ ଟାନି° କ’ଣ ?: ସୂର୍ଯ୍ୟ କିମ୍ବା ଅପ୍ରାକୃତିକ ଅଟ୍ରାଭାଓଲେଟ୍ ରେ ସ°ସ୍ପର୍ଶରେ ଆସିବା ଦ୍ବାରା ତ୍ବଚାରେ ମେଲାନିନ୍ (ଆମ ତ୍ବଚାର ରଙ୍ଗ ନିର୍ଦ୍ଧାରିତ କରୁଥିବା ଉପାଦାନ) ଆମ ତ୍ବଚାକୁ ଅଟ୍ରାଭାଓଲେଟ୍ ରେର କୁପରିଣାମରୁ ରକ୍ଷା କରିବା ପାଇଁଁ ତ୍ବଚାର ଉପର ସ୍ତରକୁ ଚାଲିଆସେ, ଏହା ଦ୍ବାରା ଶରୀରର ଉକ୍ତ ଅ°ଶର ରଙ୍ଗ ଗାଢ ବା ଅପେକ୍ଷାକୃତ କଳା ପଡ଼ିଯାଏ। ଏହାକୁ ହିଁ ଟାନି° କୁହାଯାଏ। ଯଦିଓ ଆଖିକୁ କେବଳ ଏହା ତ୍ବଚାର ରଙ୍ଗ ପରିବର୍ତ୍ତନ ପରି ଜଣାପଡେ କିନ୍ତୁ ବାସ୍ତବରେ ଏହା ତ୍ବଚା କ୍ଷତାକ୍ତ ହେବାର ଚିହ୍ନ ହୋଇଥାଏ।

Advertisment

ଟାନିଂକୁ ନେଇ କେତୋଟି ଭ୍ରାନ୍ତ ଧାରଣା:

● ଟାନିଂ ହେଉଛି ସୁସ୍ଥ ତ୍ବଚାର ଚିହ୍ନ। ନା, ପ୍ରକୃତରେ ଟାନିଂ ହେଉଛି  ତ୍ବଚାର ଅଭ୍ୟନ୍ତରୀଣ ସ୍ତରକୁ ଅଟ୍ରାଭାଓଲେଟ୍ ରେରୁ ସୁରକ୍ଷିତ ରଖିବା ପାଇଁ ଶରୀରର ଡିଫେନ୍ସ ମେକାନିଜିମ୍। ଏହା ସୁସ୍ଥ ତ୍ବଚା ନୁହେଁ, ଅସୁସ୍ଥତାର ଚିହ୍ନ। ଏହା ସୁଚାଇ ଦିଏ ଯେ ତ୍ବଚା ଅଟ୍ରାଭାଓଲେଟ୍ ରେ ଦ୍ବାରା କ୍ଷତିଗ୍ରସ୍ତ ହୋଇଛି।

● ଶ୍ୟାମଳ ବା କଳା ରଙ୍ଗ ଥିବା ବ୍ୟକ୍ତିଙ୍କର ସନ୍-ପ୍ରୋଟେକ୍ସନ୍ ର ଆବଶ୍ୟକତା ନଥାଏ। ନା, ଶ୍ୟାମଳ କିମ୍ବା କଳା ତ୍ବଚାଧାରୀଙ୍କ ଠାରେ ମଧ୍ୟ ସୂର୍ଯ୍ୟ କିରଣରେ ଥିବା ଅଟ୍ରାଭାଓଲେଟ୍ ରେ କ୍ଷତି ପହଞ୍ଚାଇ ଥାଏ, ସନ୍-ବର୍ଣ୍ଣ ହୁଏ ଏବଂ ଚର୍ମ କର୍କଶ ଦେଖାଯାଇ ପାରେ। ଟାନିଂ କାରଣରୁ ଶ୍ୟାମଳ କିମ୍ବା କଳା ତ୍ବଚା ଆହୁରି ଗାଢ ରଙ୍ଗ କିମ୍ବା ଛାପିଛାପିକା ଦିଶିପାରେ। ଆପଣଙ୍କ ତ୍ବଚାର ରଙ୍ଗ ଯାହାବି ହୋଇଥାଉନା କାହିଁକି, ସନ୍-ପ୍ରୋଟେକ୍ସନ୍ ନିହାତି ଆବଶ୍ୟକ।

Advertisment

● ଭାଇଟାମିନ୍- D ପାଇଁ ତ୍ବଚାର ଟାନିଂ ଆବଶ୍ୟକ। ନା, ଭାଇଟାମିନ୍ D ପାଇବା ପାଇଁ ଆପଣ ତ୍ବଚାକୁ ଟାନ୍ ବା ବର୍ଣ୍ଣ ବା ପୋଡିବା ଆବଶ୍ୟକ ନୁହେଁ। ସପ୍ତାହକୁ ତିନି-ଚାରି ଥର, ସକାଳ ନ’ ଟା ପୂର୍ବର ଖରାରେ ୧୦ ରୁ ୧୫  ମିନିଟ୍ ବୁଲିବା ଶରୀର ପାଇଁ ଆବଶ୍ୟକ ଥିବା ଭାଇଟାମିନ୍ Dର ପରିମାଣ ପାଇଁ ଯଥେଷ୍ଟ। ଅଧିକ ସମୟ ସୂର୍ଯ୍ୟ କିରଣ ସଂସ୍ପର୍ଶରେ ଆସିବା ଦ୍ବାରା ତ୍ବଚାର ଚିରସ୍ଥାୟୀ କ୍ଷତି ହେବା ସହ ବୟସ୍କ ହେବାର ଗତି ବଢିଯାଏ।

● ସୂର୍ଯ୍ୟ କିରଣ ଅପେକ୍ଷା ଟାନିଂ ବେଡ୍ ସୁରକ୍ଷିତ ଅଟେ। ନା, ପ୍ରକୃତରେ ଟାନିଂ ବେଡରୁ ନିର୍ଗତ ହେଉଥିବା ଅଟ୍ରାଭାଓଲେଟ୍ ରେ, ମଧ୍ୟାହ୍ନ ସୂର୍ଯ୍ୟ କିରଣ ଠାରୁ ମଧ୍ୟ ଅଧିକ କ୍ଷତିକାରକ। ଟାନିଂ ବେଡ୍ ବ୍ୟୁ ଦ୍ବାରା ଚର୍ମ କର୍କଟ, କୁଞ୍ଚିତ ରେଖା ଓ ଆଖି ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ।

● ମେଘୁଆ କିମ୍ବା କୁହୁଡିଆ ପାଗରେ ଟାନିଂ ହୁଏ ନାହିଁ। ନା, ୮୦%ରୁ ଅଧିକ ଅଟ୍ରାଭାଓଲେଟ୍ ରେ ବାଦଲ ବା ମେଘକୁ ଭେଦ କରି ପାରେ। ତେଣୁ ମେଘୁଆ କିମ୍ବା କୁହୁଡିଆ ପାଗରେ କିମ୍ବା ଟାଣ ଖରା ନେଉଥିଲେ ମଧ୍ୟ ତ୍ବଚାକୁ ସନ୍-ପ୍ରୋଟେକ୍ସନର ଆବଶ୍ୟକତା ରହିଥାଏ।

● ଘରୋଇ ଉପଚାର ରାତାରାତି ସ୍କିନ୍ ଟାନିଂକୁ ଦୂର କରିପାରେ। ନା, କୌଣସି ଘରୋଇ ଉପଚାର ନା କୌଣସି କ୍ଲିନିକ୍ ଉପଚାର ଥରକରେ କିମ୍ବା ରାତାରାତି ତ୍ବଚାର ଟାନିଂ ଦୂର କରି ପାରେ ନାହିଁ। ଉପାୟ ଗୁଡ଼ିକୁ ନିୟମିତ ମାନିବା ଦ୍ବାରା ତ୍ବଚାର ରଙ୍ଗ ଧିରେଧିରେ ହାଲକା ହୁଏ। 

● ଟାନିଂ ହୋଇସାରିବା ପରେ, ସନସ୍କ୍ରିନ୍ କାମରେ ଆସେ ନାହିଁ। ନା, ଏମିତି ଭାବିବା ଭୁଲ୍। ସନସ୍କ୍ରିନ୍ ସଦା ସର୍ବଦା ଆପଣଙ୍କ ତ୍ବଚାକୁ ସୁରକ୍ଷା ପ୍ରଦାନ କରିଥାଏ। ଟାନ୍ ହୋଇଥିବା ତ୍ବଚାରେ ମଧ୍ୟ ସନସ୍କ୍ରିନ୍ ଲଗାଇବା ଦ୍ବାରା ତ୍ବଚା ଆଉ ଅଧିକ ଗାଢ ରଙ୍ଗ ହୁଏ ନାହିଁ, ସନ୍-ବର୍ଣ୍ଣରୁ ମଧ୍ୟ ସୁରକ୍ଷା ମିଳେ ଏବଂ ଧିରେଧିରେ ତ୍ବଚାର ରଙ୍ଗ ହାଲକା ହୁଏ।

ଟାନିଂରୁ ରକ୍ଷା ଏବଂ ନିୟନ୍ତ୍ରଣ କରିବାର ସରଳ ଉପାୟ:

● ଏସ୍ ପି ଏଫ୍ ୩୦-୫୦ ଯୁକ୍ତ ବ୍ରଡ୍-ସ୍ପେକଟ୍ରମ୍ ସନ୍-ସ୍କ୍ରିନ୍ ବ୍ୟବହାର କରନ୍ତୁ। ଘରେ ରହୁଥିଲେ ମଧ୍ୟ ଏବଂ ମେଘୁଆ ପାଗରେ ମଧ୍ୟ ସନ୍-ସ୍କ୍ରିନ୍ ବ୍ୟବହାର ଜରୁରୀ। ବାହାରକୁ ଯିବାର ଅତି କମରେ ୧୫ ମିନିଟ୍ ପୂର୍ବରୁ ସନ୍-ସ୍କ୍ରିନ୍ ଲଗାନ୍ତୁ ।

● ତୀବ୍ର ଖରା ବା ମଧ୍ୟାହ୍ନ ୧୧-୪ ଟା ପର୍ଯ୍ୟନ୍ତ ଖରାରେ ବାହାରନ୍ତୁ ନାହିଁ କିମ୍ବା ବୁଲାବୁଲି କରନ୍ତୁ ନାହିଁ।

● ସନ୍-ହ୍ୟାଟ୍, ସନ୍-ଗ୍ଲାସେସ୍ ଏବଂ ଫୁଲ୍-ସ୍ଲିଭ୍ ସୂତା କପଡାର ପୋଷାକ ପିନ୍ଧନ୍ତୁ।

● ଟାନିଂ ଦୂର କରିବା ପାଇଁଁ ଅତ୍ୟଧିକ ସ୍କ୍ରବିଂ ବା ଘରେ କେମିକାଲ୍ ପିଲିଂ କରନ୍ତୁ ନାହିଁ। 

● ବସା ଦହି ଏବଂ ମୁଲତାନି ମାଟିର ଲେପ ଟାନିଂକୁ ଧିରେଧିରେ ହାଲୁକା କରେ। ପ୍ରତିଦିନ ଆବଶ୍ୟକ ମୁତାବକ ଦହି ତ୍ବଚାରେ ମାଲିସ୍ କରି, ଶୁଖିବା ପରେ ଧୋଇ ଦିଅନ୍ତୁ। ମୁଲତାନୀ ମାଟିର ବ୍ୟବହାର ସପ୍ତାହକୁ ଦୁଇ- ତିନି ଥର କରନ୍ତୁ, ନହେଲେ ତ୍ବଚାର ପ୍ରାକୃତିକ ତୈଳ ନଷ୍ଟ ହୋଇଯିବ।● ରାତିରେ ଶୋଇବା ପୁର୍ବରୁ ମଏଶ୍ଚରାଇଜର୍ ବ୍ୟବହାର କରନ୍ତୁ।

● ଉପଯୁକ୍ତ ପରିମାଣର ପାଣି ପିଅନ୍ତୁ। ଡିହାଇଡ୍ରେସନରୁ ଶରୀରକୁ ରକ୍ଷା କରନ୍ତୁ।

Skin Care Protection Skin Problem
Advertisment
Advertisment