ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ଏକପ୍ରକାରର ଗଣ୍ଠିବାତ ରୋଗ, ଯାହା ସମୟ ସହିତ ମେରୁଦଣ୍ଡ , ହାତ ଓ ଏହାର ଆଖପାଖ ଗଣ୍ଠି ସମୂହକୁ ପ୍ରଭାବିତ କରିଥାଏ ।ଶରୀରକୁ ସୁସ୍ଥ ରଖିବା ପାଇଁ କମ୍ ଫ୍ୟାଟ୍ ଓ କମ୍ କାର୍ବୋହାଇଡ୍ରେଡ୍ଯୁକ୍ତ ଖାଦ୍ୟ ଖାଇବାକୁ କୁହାଯାଏ । ଯଦି ଆପଣ ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ରୋଗରେ ଆକ୍ରାନ୍ତ, ତେବେ ଏହି ଡାଏଟ୍ ପ୍ଲାନ୍ ଆପଣଙ୍କ ଉପରେ ବେଶ୍ ପ୍ରଭାବ ପକାଇବ । ତେବେ ଜାଣନ୍ତୁ କ'ଣ ଖାଇବେ କ'ଣ ଖାଇବେନି ।
- ସନ୍ତୁଳିତ ଆହାର ନିଅନ୍ତୁ
Also Read
ଦୈନନ୍ଦିନ ଜୀବନରେ ବିଭିନ୍ନ ଚ୍ୟାଲେଞ୍ଜକୁ ସମାନା କରିବା ପାଇଁ ବିଭିନନ୍ ପ୍ରକାରର ପୋଷକ ତନ୍ତ୍ରର ଆବଶ୍ୟକତା ରହିଛି । ଫଳ,ପନିପରିବା, ବିଭିନ୍ନ ଶସ୍ୟଜାତୀୟ ଖାଦ୍ୟ ସହ ସତେଜ ଓ ସୁମୁକର ଖାଦ୍ୟ ଦରକାର । ସୀମିତ ମାତ୍ରାରେ ଚର୍ବିଜାତୀୟ ଖାଦ୍ୟ ବିଶେଷ କରି ମ୍ୟାଟ୍ ଥିବା ଖାଦ୍ୟ ଖାଇବା ଅନୁଚିତ୍।
- କ’ଣ ଖାଇବେ ନାହିଁ
କୌଣସି ପ୍ରକାରର ଅର୍ଥରାଇଟ୍ସ ସମସ୍ୟାକୁ ଭଲ କରିବା ପାଇଁ କୌଣସି ଖାଦ୍ୟ ନାହିଁ । ତେବେ ଜାଣନ୍ତୁ, ଯେ କେଉଁ ଖାଦ୍ୟ କେତେ କ୍ଷତି ପହଞ୍ଚାଇଥାଏ । ଉଚ୍ଚମାତ୍ରାର କପରଯୁକ୍ତ ଲୁଣ, ଜିଙ୍କ୍ ଥିବା ଖାଦ୍ୟଠାରୁ ଦୂରରେ ରୁହନ୍ତୁ । ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ଶିକାର ହୋଇଥିଲେ ପୋଷକତତ୍ତ୍ୱ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ୍ ହେବ ।
- ଖାଦ୍ୟ ଅଭ୍ୟାସକୁ ଗୁରୁତ୍ଵ
ଯଦି ଆପଣ ଆଙ୍କାଇଲୋଜି ସ୍ପଣ୍ଡିଲାଇଟିସ୍ ଆକ୍ରାନ୍ତ ତେବେ ଖାଇବା ଅଭ୍ୟାସରେ ପରିବର୍ତ୍ତନ ଆଣନ୍ତୁ । ଯେମିତିକା କେତେବେଳେ ଖାଇବେ ଓ କ’ଣ ଖାଇବେ ଏକ ରୁଟିନ୍ ପ୍ରସ୍ତୁତ କରନ୍ତୁ । ଏପରି କରିବା ଦ୍ବାରା ଆପଣ ସୁସୁତା ଅନୁଭବ କରିପାରିବେ ।
- ଅଧିକ ମଦ୍ୟପାନ କରୁନ୍ତୁ ନାହିଁ
ଆଙ୍କାଇଲୋଜି ସ୍ପଣ୍ଡିଲାଇଟିସ୍ ଆକ୍ରାନ୍ତ ରୋଗୀଙ୍କ କ୍ଷେତ୍ରରେ ହାଡ ପତଳା ହେବା ରୋଗ ଅଷ୍ଟିଓଥୋରେସିସ୍ ହେବାର ଆଶଙ୍କା ଅଧିକ ରହିଥାଏ । ଏହି ପରିସ୍ଥିତିରେ ଅଧିକ ମଦ୍ୟପାନ ଶରୀରକୁ ଦୁର୍ବଳ କରିଥାଏ । ମଦ କେତେକ ଔଷଧ ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ । ତେଣୁ ଏହି ରୋଗ ପାଇଁ ଔଷଧ ସହ ମଦ୍ୟପାନ କେତେ କରିବା କେତେ ସୁରକ୍ଷିତ ଡାକ୍ତରଙ୍କ ପରାମର୍ଶ କରିବା ଆବଶ୍ୟକ ।
- ପର୍ଯ୍ୟାପ୍ତ ମାତ୍ରାର କ୍ୟାଲେସିୟମ୍ ଓ ଭିଟାମିନ୍ ଡି ଖାଆନ୍ତୁ
ଏହି ଦୁଇ ପୋଷକ ତତ୍ତ୍ଵ ହାଡକୁ ମଜଭୁତ କରିଥାଏ । ଆଉ ଅଷ୍ଟିଓପୋରେସିସ୍ର ଆଶଙ୍କାଙ୍କୁ କମ୍ କରିଥାଏ । ବୟସ୍କଙ୍କ କ୍ଷେତ୍ରରେ ଦିନକୁ ୧୦୦୦ରୁ ୧୨୦୦ମି ଗ୍ରାର କ୍ୟାଲେସିୟମ୍ ଆବଶ୍ୟକ ହୋଇଥାଏ । କିନ୍ତୁ ଆପଣଙ୍କ ପାଇଁ କେତେ କ୍ୟାଲସିୟମ୍ ଆବଶ୍ୟକ, ତାହା ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । କ୍ୟାଲସିୟମ୍ଯୁକ୍ତ ଖାଦ୍ୟପଦାର୍ଥ ମଧ୍ୟରେ ଦୁଗ୍ଧ ଜାତୀୟ ଉତ୍ପାଦ, କଦଳୀ, ବ୍ରୋକଲୀ, ଶସ୍ୟଜାତୀୟ ଓ ଜୁସ୍ ସାମିଲ କରନ୍ତୁ । ସେହିପରି ମାଛ ଓ ସୂର୍ଯ୍ୟକିରଣରେ ଭିଟାମିନ୍ ଡି ରହିଛି । ଏ ସମ୍ପର୍କରେ ଡାକ୍ତରଙ୍କ ସହ ପରାମର୍ଶ କରିପାରନ୍ତି ।
- ଓଜନ ନିୟନ୍ତ୍ରଣରେ ରଖନ୍ତୁ
ଓଜନକୁ ସୀମିତ ରଖିବା ପାଇଁ ନିୟମିତ ଖାଦ୍ୟ ଖାଉଥିବା କ୍ୟାଲୋରୀକୁ ସନ୍ତୁଳିତ ରଖନ୍ତୁ । ଅଧିକ ଓଜନ ବଢ଼ିବା ଦ୍ୱାରା ଜଏଣ୍ଟ ଉପରେ ପ୍ରଭାବ ପଡିଥାଏ । ସେହିପରି ଓଜନ ଖୁବ୍ କମିଲେ ମଧ୍ୟ ସମସ୍ୟା ଦେଖାଦେଇଥାଏ । ଥକାପଣଠାରୁ ଆରମ୍ଭ କରି ଆନେମିଆ ଓ ଅଷ୍ଟିଓପେରୋସିସ୍ ଆଦିର ଆଶଙ୍କା ରହିଥାଏ ।
( ପ୍ରଫେସର ଡ଼ଃ ଜ୍ୟୋତିରଞ୍ଜନ ପରିଡା, ଚିକିତ୍ସା ନିର୍ଦ୍ଦେଶକ ଓଡ଼ିଆ ଆର୍ଥ୍ରାଇଟିସ୍ ଏବଂ ର୍ୟୁମାଟୋଲୋଜି ସଂଣ୍ଟର ଶହୀଦ ନଗର, ଭୁବନେଶ୍ୱର )