• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଙ୍କଇଲୋଜିଂ ସ୍ପଣ୍ଡିଲାଇଟିସ୍ ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ରୋଗ ମୁଖ୍ୟତଃ ଯୁବାବସ୍ଥାରେ ୨୦ରୁ ୪୦ବର୍ଷ ମଧ୍ୟରେ ଆରମ୍ଭ ହୋଇଥାଏ । ଏହାର ଚିକିତ୍ସା ସମ୍ଭବ। କିନ୍ତୁ ଚିକିତ୍ସାରେ ଅବହେଳା ଯୋଗୁ ବୟସ ବଢିବା ବେଳକୁ ଏହି ରୋଗୀମାନଙ୍କ ସକ୍ରିୟତା କମି ଯାଇଥାଏ । କ୍ରମଶଃ ସେମାନେ ଆବଶ୍ୟକ ଚଳପ୍ରଚଳ କରିପାରିନଥାନ୍ତି, ବରଂ ସେମାନଙ୍କ ଶରୀର ନମନୀୟତା ହରାଇଥାଏ । ଯଦି ଆରମ୍ଭରୁ ଏହି ରୋଗର ଚିକିତ୍ସା କରାଯାଏ, ତେବେ ରୋଗୀ ସୁସ୍ଥ ହୋଇପାରିବେ ।

  • ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ କ’ଣ :

ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ଏକପ୍ରକାରର ଗଣ୍ଠିବାତ ରୋଗ, ଯାହା ସମୟ ସହିତ ମେରୁଦଣ୍ଡ , ହାତ ଓ ଏହାର ଆଖପାଖ ଗଣ୍ଠି ସମୂହକୁ ପ୍ରଭାବିତ କରିଥାଏ । କ୍ରମଶଃ ରୋଗୀର ମେରୁଦଣ୍ଡର ନମନୀୟତା ମଧ୍ୟ ନଷ୍ଟ ହୋଇଯାଏ । ପରିଣାମସରୂପ ଧିରେ ଧିରେ ଲୋକଟିର ଶରୀର ବଙ୍କା ହୋଇଯାଇଥାଏ । ଆଉ ଶଭୀର ନିଶ୍ୱାସପ୍ରଶ୍ୱାସ ନେବାର ସମସ୍ୟା ଉପୁଜିଥାଏ।

  • ପ୍ରଭାବିତ ହେଉଥିବା ଅଙ୍ଗପ୍ରତ୍ୟଙ୍ଗ
  1. ଶରୀରର ମେରୁଦଣ୍ଡ ଓ ଅଣ୍ଟା ମଧ୍ୟରେ ଥିବା ଜଏଣ୍ଟରେ ଯନ୍ତ୍ରଣା ।
  2. ଶରୀରର ନିମ୍ନ ଭାଗରେ ଥିବା ମେରୁଦଣ୍ଡର ଅସୁଖଣ୍ଡ
  3. କାନ୍ଧର ଜଏଣ୍ଟ ଏବଂ ହିପ୍‌ରେ ଯନ୍ତ୍ରଣା ।

ଏହି ରୋଗ ବଢିବା ସହ ଆଖୁକୁ ଠିକ୍‌ରେ ଦେଖାଯାଏନି ବରଂ ଆଖୁକୁ ଝାପ୍‌ସା ଦୃଶ୍ୟମାନ ହେବା ସହ ଲାଲ୍ ପଡିଯାଇଥାଏ । ଏପରି ବାରମ୍ବାର ହୋଇଡାଏ, ଯାହାକୁ ଇଂରାଜୀରେ କୁହାଯାଏ ‘ୟୁଭିଆଇଟିସ୍' (Uveities)

ଅନେକ ସମୟରେ ପେଟ ଦରଜ ହେବା, ବାରମାର ଝାଳଲାଳ ହେବା ଓ ବିଭିନ୍ନ ପ୍ରକାରର ଚର୍ମ ସମସ୍ୟା ଦେଖା ଦେଇଥାଏ।

  • କାରଣ:

ଏହି ରୋଗର ସଠିକ୍ କାରଣ ଏଯାଏ ଜଣାପଡି ନାହିଁ ପ୍ରାୟତଃ ବଂଶଗତ ଏବଂ ପରିବେଶର ପ୍ରଭାବରେ ଏହି ରୋଗ ହୋଇଥାଏ। HLA-B27 ନାମକ ଏକ ଜିନ୍ ଏହି ରୋଗୀମାନଙ୍କଠାରେ ଦେଖାଦେଇଥାଏ ।

ଚିହ୍ନଟ :

ଯଦି କୌଣସି ଲୋକ ନିୟମିତ ଭାବେ ସକାଳୁ ଉଠିବା ସମୟରେ ଅଣ୍ଟା ଯନ୍ତ୍ରଣା ହୋଇଥାଏ । କିନ୍ତୁ କିଛି ସମୟ ନିତ୍ୟ କ୍ରିୟାକଳାପ କରିବା ପରେ ଏହି ଯନ୍ତ୍ରଣା କମିଯାଇଥାଏ । ତେବେ ଏହା ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟ୍‌ସ୍‌ ବୋଲି ସନ୍ଦେହ କରାଯାଇପାରେ । ଏହି ପରିସ୍ଥିତିରେ ତୁରନ୍ତ ରିମାଟୋଲୋଜିଷ୍ଟଙ୍କ ପରାମର୍ଶ ନେବା ଉଚିତ୍ । ଏଥିପାଇଁ ବିଭିନ୍ନ ପ୍ରକାରର ରକ୍ତ ପରୀକ୍ଷା କରାଯାଏ ଯେପରି ଇଏସ୍ଆଇ. ସି.ଆର.ପି. ଓ ଅଣ୍ଟା ଏକ୍ସରେ କରିବାକୁ ପଡିଥାଏ । ଏହା ବ୍ୟତୀତ ରୋଗର ଚିହ୍ନଟ ପାଇଁ ଏମ୍.ଆର୍.ଆଇ. ଏବଂ HLA-B27 ଜିନ୍‌ର ପରୀକ୍ଷା ମଧ୍ୟ କରାଯାଇଥାଏ।

  • ଲକ୍ଷଣ:

ଏହି ସ୍ପଣ୍ଡିଲାଇଟିସ୍ ଆରମ୍ଭ ପର୍ଯ୍ୟାୟରେ ଅଣ୍ଡାର ନିମ୍ନ ଭାଗରେ ଯନ୍ତ୍ରଣା ହେବା ସହ ଷ୍ଟିପ୍ ହୋଇଯାଇଥାଏ । ଏହି ଯନ୍ତ୍ରଣା ବିଶେଷତଃ ସକାଳ ସମୟରେ କିମ୍ବା ଶରୀର ନିଷ୍କ୍ରିୟ ହେବା ପରେ ଅନୁଭୂତ ହୋଇଥାଏ । ଏହି ରୋଗ ହେବା ପରେ ବେକ ଯନ୍ତ୍ରଣା ଓ ଥକାପଣ ସ୍ୱାଭାବିକ । ସମୟ ସହିତ ଏସବୁ ଲକ୍ଷଣରେ ପରିବର୍ତ୍ତନ ଆସିଥାଏ ।

  1. ସକାଳୁ ଉଠିବା ପରେ ପ୍ରାୟ ୧ ଘଣ୍ଟା ଯାଏ ଅଣ୍ଟା ଦରଜ ରହିଥାଏ ।
  2. ରାତିରେ ଶୋଇବା ସମୟରେ ପିଠି ଦରଜ ବଢିଯାଏ।
  3. ବେକ ଦରଜ ହେବା ସହ ବୁଲାଇବାରେ ମଧ୍ୟ ଯନ୍ତ୍ରଣା ହୋଇଥାଏ।
  4. ଅନ୍ୟାନ୍ୟ ଗଣ୍ଠି ଯେପରିକି ଜଂଘସନ୍ଧି, ଆଣ୍ଠୁ, କାନ୍ଧ ଓ କହୁଣି ଆଦି ଫୁଲିବା ସହ ଦରଜ ହୋଇଥାଏ । ଭୂଇଁରେ ପାଦ ପକାଇବା କଷ୍ଟ ହୁଏ ।
  • ଅଧିକ ପ୍ରଭାବିତ ହୁଏ ଆଖି:

ସ୍ପଣ୍ଡିଲାଇଟିସ୍‌କୁ ସଂପୂର୍ଣ ଭଲ କରାଯାଇପାରିବନି । କିନ୍ତୁ ଲକ୍ଷଣକୁ ଦେଖୁ ନିୟନ୍ତ୍ରଣ କରାଯାଇପାରିବ । ଏଥିସହିତ ତୀବ୍ର ବେଗରେ ବଢ଼ୁଥିବା ରୋଗକୁ ସାମାନ୍ୟ କରିଦିଆଯାଇପାରେ । ପ୍ରତି ୧୦୦ ଜଣଙ୍କ ମଧ୍ୟରେ ପ୍ରାୟ ୫ ଜଣ ଏହି ରୋଗରେ ପୀଡିତ ହୋଇଥାନ୍ତି। ଏହି ସ୍ପଣ୍ଡିଲାଇଟିସ୍ ମୁଖ୍ୟତ ୨୦ ବର୍ଷରୁ ୪୦ବର୍ଷ ମଧ୍ୟରେ ଆରମ୍ଭ ହୋଇଥାଏ । ମହିଳାମାନଙ୍କ ଅପେକ୍ଷା ପୁରୁଷମାନଙ୍କଠାରେ ଏହି ରୋଗ ଅଧିକା ଦେଖାଦେଇଥାଏ ।

  • ରିସ୍କ ଫ୍ୟାକ୍ଟର:
  1. ଆଙ୍କାଇଲୋଜି ସ୍ପଣ୍ଡିଲାଇଟିସ୍ ମହିଳାଙ୍କୁ ଅପେକ୍ଷା ପୁରୁଷଙ୍କଠାରେ ଅଧିକା ଦେଖା ଦେଇଥାଏ ।
  2. ଏହିରୋଗ ମୁଖ୍ୟତଃ ୨୦ରୁ ୪୦ ବର୍ଷ ମଧ୍ୟରେ ଆରମ୍ଭ ହୋଇଥାଏ ।
  3. HLA-B27 ଜିନ୍ ପ୍ରାୟ ୯୦ ଭାଗ ଲୋକଙ୍କଠାରେ ରହିଥାଏ । ମାତ୍ର ଖୁବ୍ କମ୍ ଲୋକ ଏହି ରୋଗରେ ପ୍ରଭାବିତ ହୋଇଥାନ୍ତି । ଏହି ରୋଗ ବଂଶଗତ ହୋଇପାରେ ।
  • ବ୍ୟାୟାମ:

ଯଦି ଆପଣ ଅଶାଙ୍କାଇଲୋଜି ସ୍ପଣ୍ଡିଲାଇଟିସ୍ ଆକ୍ରାନ୍ତ, ତେବେ ବ୍ୟାୟାମ୍କୁ ନିୟମିତ ଜୀବନରେ ସାମିଲ କରିବା ଆବଶ୍ୟକ । ଅତ୍ୟଧିକ ବ୍ୟାୟାମ କରନ୍ତୁ ନାହିଁ । ଏହି ରୋଗୀମାନଙ୍କ ପାଇଁ ନିମ୍ନ ମୁଦ୍ରାଗୁଡିକ ବହୁତ ଉପକାରୀ ହୋଇଥାଏ । ଡାକ୍ତରଙ୍କ ପରାମର୍ଶ କ୍ରମେ ବ୍ୟାୟାମ କରିବା ଉଚିତ୍ ହେବ ।

  1.  ଦଣ୍ଡାୟମାନ ମୁଦ୍ରା
  2. ଚୟନ ମୁଦ୍ରା
  3.  ସନ୍ତରଣ
  4. ଗଭୀର ନିଶ୍ବାସ
  5.  ଯୋଗ
  6. ଚାଲିବା
  7. ବସିବା

( ପ୍ରଫେସର ଡ଼ଃ ଜ୍ୟୋତିରଞ୍ଜନ ପରିଡା, ଚିକିତ୍ସା ନିର୍ଦ୍ଦେଶକ ଓଡ଼ିଆ ଆର୍ଥ୍ରାଇଟିସ୍‌ ଏବଂ ର୍ୟୁମାଟୋଲୋଜି ସଂଣ୍ଟର ଶହୀଦ ନଗର, ଭୁବନେଶ୍ୱର )