Advertisment

ପାଦ ଓ ମେରୁଦଣ୍ଡକୁ ମଜବୁତ କରେ ଉତ୍କଟାସନ

ପାଦ ଶରୀରର ଏକ ମୁଖ୍ୟ ଅଙ୍ଗ ହୋଇଥିଲେ ବି ଏହାର ସୁସ୍ଥତାକୁ ପ୍ରାୟ ଅଣଦେଖା କରିଥାନ୍ତି। ଏହି କାରଣରୁ ଆର୍ଥ୍ରାଇଟିସ୍ ଏବଂ ମାଂସପେଶୀ ସହିତ ଜଡିତ ଅନ୍ୟାନ୍ୟ ସମସ୍ୟା ଦେଖାଦିଏ। ତେବେ କେଉଁ ଯୋଗ ଏଥିରୁ ମୁକ୍ତି ଦେବ ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Utkatasana yoga pose and its benefits

Utkatasana yoga pose and its benefits

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଶରୀରର ସମସ୍ତ ଅଙ୍ଗକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ଧ୍ୟାନ ଦେବା ଆବଶ୍ୟକ। ଶରୀର ପାଦ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପାଦରେ ଶରୀରର ସମ୍ପୂର୍ଣ୍ଣ ଓଜନ ରହିଥାଏ, ତେଣୁ ଗୋଡର ମାଂସପେଶୀରେ ଅତିରିକ୍ତ ଚାପ ହେବାର ଆଶଙ୍କା ଅଧିକ। ପାଦର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଅଭାବରୁ ଆର୍ଥ୍ରାଇଟିସ୍ ଏବଂ ମାଂସପେଶୀ ସହିତ ଜଡିତ ଅନ୍ୟାନ୍ୟ ସମସ୍ୟା ଦେଖାଦିଏ।

Advertisment

ତେଣୁ ପାଦକୁ ସୁସ୍ଥ ଏବଂ ଫିଟ୍ ରଖିବାକୁ ହେଲେ ଉତ୍କଟାସନର ନିୟମିତ ଅଭ୍ୟାସ ବିଶେଷ ଲାଭଦାୟକ ହୋଇଥାଏ। ଆସନ୍ତୁ ଜାଣିବା ଏହି ଆସନ କିପରି ଅଭ୍ୟାସ କରାଯାଏ ଓ ଏହାର ଲାଭ କ’ଣ?

କିପରି କରିବେ:

  • ଉତ୍କଟାସନ ଅଭ୍ୟାସ ପାଇଁ ବିଶେଷ ଏକାଗ୍ରତା ଏବଂ ସନ୍ତୁଳନ ଆବଶ୍ୟକ
  • ପ୍ରଥମେ ସିଧା ଠିଆ ହୁଅନ୍ତୁ
  • ଦୁଇ ହାତ ସାମ୍ନାକୁ ରଖି ଆଣ୍ଠୁକୁ ବଙ୍କା କରନ୍ତୁ
  • ଚେୟାରରେ ବସିବା ଭଳି ବସନ୍ତୁ
  • ହାତକୁ ଭୂମି ସହିତ ସମାନ୍ତରାଳ ରଖନ୍ତୁ
  • ଦୀର୍ଘ ନିଶ୍ୱାସ ନେବା ଜାରି ରଖନ୍ତୁ
  • ଯଥାସମ୍ଭବ ଏହି ଅବସ୍ଥାରେ ରହିବାକୁ ଚେଷ୍ଟା କରନ୍ତୁ
  • ଏହା ପରେ ସ୍ୱାଭାବିକ ଅବସ୍ଥାକୁ ଫେରି ଆରାମ କରନ୍ତୁ
  • ଏଭି ଅଭ୍ୟାସକୁ ୮ ରୁ ୧୦ ଥର କରନ୍ତୁ
Advertisment

ଫଳାଫଳ:

  • ଗୋଡ, ଜଙ୍ଘ, ପେଣ୍ଡା ଏବଂ ମେରୁଦଣ୍ଡକୁ ମଜବୁତ କରେ
  • କାନ୍ଧ ଏବଂ ଛାତିର ଉତ୍ତମ ପ୍ରସାରଣରେ ସହାୟକ ହୋଇଥାଏ
  • ପେଟର ଅଙ୍ଗ ଏବଂ ଡାଇଫ୍ରାମକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ
  • ହୃଦ୍‌ସ୍ପନ୍ଦନ ବୃଦ୍ଧି, ରକ୍ତ ସଞ୍ଚାଳନ ଏବଂ ମେଟାବୋଲିଜିମକୁ ଠିକ କରେ
  • ସ୍ନାୟୁ ପ୍ରଣାଳୀକୁ ସୁସ୍ଥ ରଖିବା ଏବଂ ପାଦକୁ ଟୋନ୍ କରିବା ସହ ସହନଶୀଳତାକୁ ବଢାଏ
Yogasana Yoga Tips
Advertisment
Advertisment