/odishatv-khabar/media/post_attachments/uploadimage/library/16_9/16_9_0/IMAGE_1636799894.jpg)
coriander leaves benefits
ଡାଲି ହେଉ କି ତରକାରୀ ଯଦି ଟିକେ ଧନିଆ ପତ୍ର ପକାଯାଏ ତେବେ ତାର ସ୍ୱାଦ ବଢ଼ିଯାଏ । ସେଥିପାଇଁ ସମସ୍ତଙ୍କ ରୋଷେଇ ଘରେ ଧନିଆ ପତ୍ର ଓ ଧନିଆର ବ୍ୟବହାର କରାଯାଏ । ଧନିଆ ସ୍ୱାଦ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର । ଆୟୁର୍ବେଦରେ ଧନିଆ ପତ୍ରକୁ ଗୋଟିଏ ଔଷଧ ଭାବରେ ବ୍ୟବହାର କରାଯାଏ । ତେବେ ଚାଲନ୍ତୁ ଜାଣିବା ଧନିଆ ପତ୍ରର ଲାଭଦାୟକ ଗୁଣ ବିଷୟରେ...
Advertisment
- ଧନିଆ ପତ୍ରରେ ପ୍ରୋଟିନ,କାର୍ବୋହାଇଡ୍ରେଡ଼ ,ଫାଇବର ,କ୍ୟାଲସିୟମ ,ସୋଡ଼ିୟମ ,ଆଇରନ ,ଭିଟାମିନ-ଇ ଇତ୍ୟାଦି ରହିଥିବା ପୋଷାକ ତତ୍ୱ ରହିଥାଏ ।
- ପାଚନ ତନ୍ତ୍ରକୁ ସୁସ୍ଥ ରଖେ ଧନିଆ ପତ୍ର । ଧନିଆ ପତ୍ର ବ୍ୟବହାର କରିବା ଦ୍ୱାରା ପାଚନ ପ୍ରକ୍ରିୟା ଠିକ ରହିଥାଏ । ଏଥିରେ ଲିନାଲୁଲ ନାମକ କମ୍ପାଉଣ୍ଡ ମିଳିଥାଏ ଯାହା ପେଟର ଅନେକ ସମସ୍ୟାକୁ ଦୂର କରିଥାଏ l
- ଓଜନ କମ୍ କରିବାରେ ସାହାଯ୍ୟ କରେ ଧନିଆ ପତ୍ର । ଧନିଆ ପତ୍ରର ବ୍ୟବହାର ଓଜନ କମେଇବେ ସାହାଯ୍ୟ କରିଥାଏ । ଗବେଷଣାରୁ ଜଣାପଡିଛି ଯେ ଧନିଆ ପାତ୍ରରେ କ୍ୱେରସେଟିନ ନାମକ ଫ୍ଲେବନୋଏଡ ମିଳିଥାଏ । ଏହି ଫ୍ଲେବନୋଏଡରେ ଆଣ୍ଟିଓ଼ବେସିଟି ଗୁଣ ରହିଛି ଯାହା ଓଜନ କମାଇବାରେ ସାହାଯ୍ୟ କରେ ।
coriander leaves benefits- ସଂକ୍ରମଣକୁ ଦୂର କରେ ଧନିଆ ପତ୍ର । ଧନିଆ ପତ୍ର ବ୍ୟବହାର ଦ୍ୱାରା ଅନେକ ପ୍ରକାର ସଂକ୍ରମଣକୁ କିଛି ମାତ୍ରାରେ ଦୂର କରାଯାଇ ପାରିବ । ଏକ ଗବେଷଣା ଅନୁସାରେ ଧନିଆ ପତ୍ରର ତେଲରୁ ବିଭିନ୍ନ ପ୍ରକାର ସଂକ୍ରମଣକୁ ରୋକାଯାଇ ପାରିବ । ଧନିଆ ତେଲକୁ ଗରମ ପାଣି ଲୁଣରେ ପକାଇ ଗର୍ଗଲ କଲେ ତଣ୍ଟିରେ ସଂକ୍ରମଣ ଦୂର ହୁଏ ।
- କୋଷ୍ଠକାଠିନ୍ୟ ଦୂର କରେ ଧନିଆ ପତ୍ର । ଧନିଆ ପତ୍ର କୋଷ୍ଠକାଠିନ୍ୟ ପାଇଁ ଅତ୍ୟନ୍ତ ଲାଭକାରୀ । ୨୦ ଗ୍ରାମ ଧନିଆ ପତ୍ରକୁ ନେଇ ୧୨୦ ଗ୍ରାମ ପାଣିରେ ଛୋଟଛୋଟ କାଟି ମିଶାଇ ଦିଅନ୍ତୁ ,ରାତିସାରା ଏହାକୁ ଗୋଡ଼ାଇ ରଖି ଦିଅନ୍ତୁ । ପରଦିନ ସକାଳେ ଏଥିରେ କିଛି ଜିରା ଗୁଣ୍ଡ ମିଶାଇ ପିଅନ୍ତୁ ଏହା କୋଷ୍ଠକାଠିନ୍ୟକୁ ଦୂର କରିଥାଏ ।
- ଆଖିରୁ ବାରମ୍ବାର ପାଣି ବାହାରିଲେ ଧନିଆ ପତ୍ର ବ୍ୟବହାର କରନ୍ତୁ । ଧନିଆ ପତ୍ରକୁ ଛୋଟଛୋଟ କାଟି ଏକ ଗ୍ଲାସ ପାଣିରେ ଫୁଟାଇ ନିଅନ୍ତୁ । ଏହି ପାଣିକୁ ଛାଣି ସେହି ପାଣିରେ ଗୋଟିଏ ସଫା କପଡା ଦ୍ୱାରା ଆଖିକୁ ସେକାନ୍ତୁ ଏହା ଦ୍ୱାରା ଆଖିରୁ ପାଣି ବାହାରିବା ବନ୍ଦ ହେବ ସହିତ ଆଖି କୁଣ୍ଡେଇ ହେବା ମଧ୍ୟ କମିଯାଏ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)