Advertisment

Stomach Problems: ବର୍ଷା ଋତୁରେ କେମିତି ନେବେ ଶିଶୁମାନଙ୍କ ଯତ୍ନ...ଜାଣନ୍ତୁ କିଛି ଟିପ୍‌ସ

ସନ୍ତସନ୍ତିଆ ବାତାବରଣ, ଆପେକ୍ଷିକ ଆଦ୍ରତା ସହ ବର୍ଷାଋତୁ ବିଭିନ୍ନ ପ୍ରକାରର ସ°କ୍ରମଣ ମଧ୍ୟ ଆଣିଥାଏ, ଯାହା ଛୋଟ ପିଲାଙ୍କ କ୍ଷେତ୍ରରେ ବିଭିନ୍ନ ପ୍ରକାର ପେଟ ସମସ୍ୟାର କାରଣ ହୋଇଥାଏ। ଏହା ସର୍ବାଧିକ ଆଣ୍ଠଉଥିବା, ଗୁରୁଣ୍ଡୁଥିବା ଏବଂ ଚାଲି ଶିଖୁଥିବା ପିଲା ମାନଙ୍କୁ ଅଧିକ ପ୍ରଭାବିତ କରିଥାଏ, କାରଣ ଏହି ବୟସରେ ହିଁ ପିଲାମାନେ ହାତରେ ଯାହା ପଡ଼େ ପାଟିରେ ପୂରାଇ ଦିଅନ୍ତି, ଯାହା ଦ୍ବାରା ସ°କ୍ରମଣର ଆଶଙ୍କା ରହିଥାଏ ଏବଂ ଏହା ପେଟର ସଂକ୍ରାମକ ରୋଗର କାରଣ ହୋଇଥାଏ।

author-image
Ipsita Pradhan
ଅଦ୍ୟତନ ହୋଇଛି
ବର୍ଷା ଋତୁରେ ପିଲାଙ୍କ ଯତ୍ନ

ବର୍ଷା ଋତୁରେ ପିଲାଙ୍କ ଯତ୍ନ

ବର୍ଷା ଋତୁରେ ଦେଖା ଯାଉଥିବା ପେଟ ସମସ୍ୟା: 

● ଡାଇରିଆ: ପତଳା ଏବଂ ତରଳ ଝାଡ଼ା, ଡିହାଇଡ୍ରେସନ୍‌ର ଭୟ ରହିଥାଏ 

● ବାନ୍ତି: ଖାଦ୍ୟରେ ଜୀବାଣୁ ସ°କ୍ରମଣ କାରଣରୁ ଏବଂ ଭୁତାଣୁ କାରଣରୁ 

● ପେଟ କାଟିବା, ଦୁର୍ଗନ୍ଧ ବାୟୁ ନିର୍ଗତ ହେବା

● ବଦହଜମି ଏବଂ ପେଟ ଫାମ୍ପିବା

● ଭୋକ ନହେବା

● ଜିଆର୍ଡିଆ ଏବଂ କୃମି ସଂକ୍ରମଣ

ଲକ୍ଷଣ: 

● ହଠାତ୍ ପତଳା, ତରଳ ଝାଡ଼ା ହେବା

● ଓଠ ଶୁଖିଲା ଦିଶିବା ଏବଂ ଆଖି କୋରଡରେ ପଶିଯିବା (ଡିହାଇଡ୍ରେସନର ଲକ୍ଷଣ)

● ଖେଳା ଖେଳି ନକରି ମାନ୍ଦା ଏବଂ ହାଲିଆ ହୋଇ ବସିବା

● ଚିଡଚିଡା ହେବା, କାନ୍ଦିବା

● ଜ୍ବର ଆସି ପେଟ କାଟିବା 

● ଖାଦ୍ୟ -ପାନୀୟ ପ୍ରତି ଆଗ୍ରହ ପ୍ରକାଶ ନକରିବା

● ୨୪ ଘଣ୍ଟାରୁ ଅଧିକ ସମୟ ଧରି ଲକ୍ଷଣ ଲାଗି ରହିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ 

ସଂକ୍ରମଣର କାରଣ: 

● ସଫା ହୋଇନଥିବା ପାଣି ବଟଲ୍, କ୍ଷୀର ବଟଲ୍, ପାଣି ଟାଙ୍କି କିମ୍ବା ଫୁଟା ହୋଇନଥିବା ପାଣି ପିଇବା ଦ୍ବାରା 

Advertisment

● ସଫା ହୋଇନଥିବା ବାସନରେ ଖାଦ୍ୟ ଖାଇବା 

● ହାତ ସଫା ନକରି ଖାଦ୍ୟ ଖାଇବା

● ପିଲାମାନେ ପକା/ ଫ୍ଲୋର, ଖେଳନା ଏବଂ ମାଟି ଆଦିକୁ ହାତରେ ଧରି ପାଟିରେ ଲଗାଇବା 

● ଧୁଆ କିମ୍ବା ସଫା ନହୋଇଥଗବା ଫଳ କିମ୍ବା ପନିପରିବା ଖାଇବା 

● ସନ୍ତସନ୍ତିଆ ପାଗ ଏବଂ ଆପେକ୍ଷିକ ଆଦ୍ରତା କାରଣରୁ ଜଳବାୟୁରେ ଜୀବାଣୁ ଏବଂ ଅନ୍ୟାନ୍ୟ ପରଜୀବୀ ବଂଶବୃଦ୍ଧି କରି ସ°କ୍ରମିତ କରିବା 

ପ୍ରତିରୋଧର ଉପାୟ: 

● ପିଲାଙ୍କ ପିଇବା ପାଣି ଫୁଟାଇ, ଥଣ୍ଡା କରି ଦିଅନ୍ତୁ 

● ପିଇବା ପାଣି ପାତ୍ର, ବଟଲ୍ ଏବଂ ଖାଦ୍ୟ ପାତ୍ର ପାଣିରେ ଫୁଟାଇ ରଖନ୍ତୁ 

● ଫଳ କିମ୍ବା କଞ୍ଚା ପରିବା ସଫା କରି ଦିଅନ୍ତୁ

● ପିଲାମାନଙ୍କୁ ପାଟିରେ କୌଣସି ଜିନିଷ ମାରିବାରୁ ରୋକିବା ଅସମ୍ଭବ, ତେଣୁ ନିଜେ ପକା, ଖେଳଣା ଆଦି ସଫା ରଖନ୍ତୁ 

Advertisment

● ରାସ୍ତାକଡ ଠେଲା କିମ୍ବା ବାହାର ହୋଟେଲରୁ ଖାଦ୍ୟ ଦିଅନ୍ତୁ ନାହିଁ 

● ରାସ୍ତା କାଦୁଅ କିମ୍ବା ଜମା ହୋଇଥିବା ପାଣିରେ ଛୁଆଙ୍କୁ ଖେଳିବା ପାଇଁ ଦିଅନ୍ତୁ ନାହିଁ 

● ଛୁଆଙ୍କୁ ଖାଲି ପାଦରେ ବାହାରକୁ ଛାଡ଼ନ୍ତୁ ନାହିଁ 

ସାଧାରଣ ଲକ୍ଷଣର ଘରୋଇ ଉପଚାର: 

● ବାରମ୍ବାର ଓଆରେସ/ ORS ଦିଅନ୍ତୁ 

● ହାଲୁକା ଖାଦ୍ୟ ଦିଅନ୍ତୁ: ପତଳା ଖେଚୁଡ଼ି, ଦହି, ପଖାଳ, ତୋରାଣୀ, ପାଚିଲା କଦଳୀ 

● ଦହି ଛଡ଼ା କ୍ଷୀର ଏବଂ ଅନ୍ୟାନ୍ୟ କ୍ଷୀର ଜାତ ଦ୍ରବ୍ୟ ଦିଅନ୍ତୁ ନାହିଁ 

● ନିୟମିତ ସ୍ତନ୍ୟପାନ କରାନ୍ତୁ 

● ପ୍ରତି ୧୦-୧୫ ମିନିଟରେ ଢୋକେ ଢୋକେ କରି ପାଣି ଦିଅନ୍ତୁ

● ଡାକ୍ତରଙ୍କ ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍ସ ଦିଅନ୍ତୁ ନାହିଁ 

କ’ଣ ଖାଇବା ପାଇଁ ଦେବେ: 

● ଘରେ ପ୍ରସ୍ତୁତ ଦହି ଏବଂ ଘୋଳଦହି

● କଦଳୀ, ସିଝା ଆପଲ୍

● ମୁଗ ଡାଲି ଖେଚୁଡ଼ି

● ପଇଡ଼ ପାଣି

Health Problems Child Health Rainy Weather
Advertisment
Advertisment