ଯଦି ଆପଣଙ୍କର ବାରମ୍ବାର ଦେହ ଖରାପ ହେଉଛି ଏବଂ ଏହାର କାରଣ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ବୋଲି ଡାକ୍ତର ଆପଣଙ୍କୁ କହୁଛନ୍ତି ତେବେ ଆଜିର ଆଲୋଚନାରୁ ଆପଣ ନିଶ୍ଚୟ ଲାଭ ପାଇବେ। କଥା ହେଲା, ଶରୀରରେ ଆମ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ କେତୋଟି ମୁଖ୍ୟ ଭିଟାମିନ୍ କାର୍ଯ୍ୟକରେ। ଭିଟାମିନ୍ ସି, ଭିଟାମିନ୍ ବି ଓ ଭିଟାମିନ୍ ଏ ପରି ଖାଦ୍ୟସାର ସବୁଠାରୁ ଉତ୍ତମ ଭାବେ ରୋଗପ୍ରତିରୋଧକ ଶକ୍ତିକୁ ନିୟନ୍ତ୍ରିତ କରେ। ଆମ ଶରୀରରେ ଯେବେ କୌଣସି ବାହ୍ୟ ଇନଫେକସନ୍ ହୁଏ ସେତେବେଳେ ଶରୀର ମଧ୍ୟରେ ଥିବା ପ୍ରତିରକ୍ଷା ଆଣ୍ଟିବଡ଼ି ଏହାକୁ ପ୍ରତିରୋଧ କରେ ଏବଂ ଆମକୁ ସୁରକ୍ଷା ମିଳେ। ଏହିପ୍ରତିରକ୍ଷା ପ୍ରତିକ୍ରିୟାରେ ପ୍ରମୁଖ ଭୂମିକା ଥାଏ ଟି-ସେଲ୍ସ, ସାଇଟୋକାଇନିନ୍ ଆଦି ଜୈବ କେମିକାଲ୍ସମାନଙ୍କର। ଆସନ୍ତୁ ଆଜି ଏହି ବିଷୟରେ ଜାଣିବା।
ଶରୀରର ଅନେକ ପ୍ରକାର କାର୍ଯ୍ୟକାରିତା ମଧ୍ୟରୁ ପ୍ରତିରକ୍ଷା କାର୍ଯ୍ୟକାରିତା ନିୟନ୍ତ୍ରଣ ପାଇଁ ମଧ୍ୟ ଖାଦ୍ୟ ଓ ପୋଷକ ତତ୍ତ୍ୱର ଅତ୍ୟନ୍ତ ଆବଶ୍ୟକତା ରହିଛି। ଆମର ପ୍ରତିରକ୍ଷା ବ୍ୟବସ୍ଥା ଦୁଇ ପ୍ରକାର ହୋଇଥାଏ,
ଇନ୍ନେଟ୍ ଇମ୍ୟୁନିଟି ତଥାଜନ୍ମଗତ ପ୍ରତିରକ୍ଷା ଯାହା ଖାଦ୍ୟନଳୀର ଏପିଥେଲିୟମ୍ ଓ ଚର୍ମରେ ଥାଏ ଏବଂ ଏଥିରେ ଲ୍ୟୁକେସାଇଟ୍(ଶ୍ୱେତ ରକ୍ତ କଣିକା), ବାସୋଫିଲ୍ସ, ନ୍ୟୁଟ୍ରୋଫିଲ୍ସ ରହିଥାଏ। ଏହା ଶାରୀରିକ ପ୍ରତିରୋଧି ହୋଇଥାଏ। କିନ୍ତୁ ଏଗୁଡ଼ିକ କେତେକ ସ୍ୱତନ୍ତ୍ର ପାଥୋଜେନ୍କୁ ମାରି ପାରେ ନାହିଁ।
Also Read
ଆଡାପ୍ଟିଭ୍ ଇମ୍ୟୁନିଟି ତଥା ଅନୁକୂଳିତ ପ୍ରତିରକ୍ଷା ବ୍ୟବସ୍ଥା ଯାହା ବି-ଲିମ୍ଫୋସାଇଟ୍, ଟି-ଲିମ୍ଫୋସାଇଟ୍ ଓ ଆଣ୍ଟିବଡ଼ିଗୁଡ଼ିକୁ ନେଇ ଗଠିତ। ଏହା ବୟସ ବଢ଼ିବା ସହ ବିଭିନ୍ନ ବାହ୍ୟ ରୋଗ ବାହକ ତଥା ପାଥୋଜେନ୍କୁ ମାରିବାର ପ୍ରକ୍ରିୟା ସହ ଧୀରେ ଧୀରେ ବିକଶିତ ହୋଇଥାଏ। ଆମର ଖାଦ୍ୟ ଓ ବିଶେଷ ଟୀକାକରଣ ଏହି ବ୍ୟବସ୍ଥା ବିକାଶକୁ ତ୍ୱରିତ କରିଥାଏ।
ଶରୀରରେ ଯ କୌଣସି ବାହ୍ୟ ପାଥୋଜେନ୍ ସହ ପ୍ରତିକ୍ରିୟା ବେଳେ ଚର୍ମରେ ଲାଲ୍ ପଡ଼ିଯିବା, ଫୁଲିଯିବା ପରି ଲକ୍ଷଣ ଦେଖାଯାଏ। ଏହା ଦ୍ୱାରା ଇମ୍ୟୁନିଟି ଠିକ୍ ରହିଛି ବୋଲି ଜଣାଯାଏ। ତେବେ ଏହା କାର୍ଯ୍ୟକାରିତାର ପରିମାଣ ଠିକ୍ ରହିବାକୁ ହେଲେ ଆମକୁ ନିୟମିତ ପୁଷ୍ଟିକର ଖାଦ୍ୟ ଖାଇବାକୁ ପଡ଼ିବ। ଭିଟାମିନ୍ ଏ, ଡି, ଇ ଓ ସି ଏବଂ ସେଲେନିୟମ୍ ଓ ଜିଙ୍କ୍ ପରି ମିନେରାଲ୍ସ ଇତ୍ୟାଦି ସେବନ ଦ୍ୱାରା ଇମ୍ୟୁନୋ ବ୍ୟବସ୍ଥା ଠିକ୍ ରହେ। ପ୍ରତିରକ୍ଷା କୋଷଗୁଡ଼ିକର ପୋଷଣରେ ଭିଟାମିନ୍ ସି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ମ ଭୂମିକା ଗ୍ରହଣ କରେ।
ନିମ୍ନୋକ୍ତ ଖାଦ୍ୟସାରଗୁଡ଼ିକ ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ଉପଯୋଗୀ ହୋଇଥାଏ।
ଭିଟାମିନ୍ ଏ- ଦୁଗ୍ଧଜାତୀୟ ଉତ୍ପାଦ, ଅର୍ଗାନ୍ ମିଟ୍, ବିଟାକାରୋଟିନ୍ ଥିବା ପରିବା ଯେପରି ଗାଜର, ବିଟ୍ ଇତ୍ୟାଦି, ଶାଗ ପରି ପତ୍ରଜାତୀୟ ପରିବା ଆଦିରେ ଭିଟାମିନ୍ ଏ ଭରପୂର ଥାଏ। ଶିଶୁମାନଙ୍କର ଇମ୍ୟୁନିଟି ନିୟନ୍ତ୍ରଣ ପାଇଁ ନିୟମିତ ବ୍ୟବଧାନରେ ଭିଟାମିନ୍ ଏ ର ମାତ୍ରା ଦିଆଯାଏ। ଶିଶୁମାନଙ୍କଠାରେ ରୋଗ ପ୍ରତିରକ୍ଷା ଶକ୍ତି କମ୍ ହେଲେ ଡାଇରିଆ ପରି ଲକ୍ଷଣ ଦେଖାଯାଏ ଏବଂ ଏହାର ପ୍ରତିକାର ପାଇଁ ଭିଟାମିନ୍ ଏ ଭଲ କାର୍ଯ୍ୟକାରେ।
ଭିଟାମିନ୍ ସି- ସାଧାରଣତଃ ଇମ୍ୟୁନୋ କୋଷ ବିକାଶରେ ସହାୟକ ହେଉଥିବା ଭିଟାମିନ୍ ସି କମଳା, ଅଁଳା, ଲେମ୍ୱୁ, ପିଜୁଳି, ଟମାଟୋ ପରି ଫଳରେ ମିଳେ। ଦୈନିକ 15 ରୁ 115 ମି.ଗ୍ରା ସେବନ କରିବାକୁ ଖାଦ୍ୟବିଜ୍ଞାନୀମାନେ ପରାମର୍ଶ ଦିଅନ୍ତି। ଭିଟାମିନ୍ ସି ର ଅନ୍ୟନାମ ଆସକର୍ବିକ୍ ଏସିଡ୍ ଯାହା ଆଣ୍ଟିଅକ୍ସିଡାଣ୍ଟ ବଢ଼ାଇ ଜନ୍ମଗତ ଇମ୍ୟୁନିଟିକୁ ବଜାୟ ରଖେ। ଏହା ଶରୀରରେ ବିଭିନ୍ନ ଆମିନୋ ଏସିଡ୍ ପରିମାଣ ବଢ଼ାଇ ଶ୍ୱେତ ରକ୍ତକଣିକା ଆଦି ବୃଦ୍ଧି କରେ ଯାହା ଇମ୍ୟୁନିଟି ବଜାୟ ରଖେ। ଭିଟାମିନ୍ ସି କମ୍ ରହିଥିବା ଶରୀରରେ ବିଭିନ୍ନ ଇନଫେକ୍ସନ୍ ହେବା ସହଜ ହୋଇଥାଏ।
ଭିଟାମିନ୍ ଡି ଓ ଇ- ଏହା ସାଧାରଣତଃ ଦୁଇ ପ୍ରକାର ହୋଇଥାଏ, ଡି2 ଓ ଡି3। ଏହି ଭିଟାମିନ୍ ଖୁବ୍ କମ୍ ଖାଦ୍ୟ ପଦାର୍ଥ ଯେପରି ସାଲମୋନ୍ ମାଛ, ଅଣ୍ଡା କେଶର, ପଶୁ ଚର୍ବି ଓ ଲିଭର ଆଦି ରେ ପ୍ରାକୃତିକ ଭାବେ ମିଳିଥାଏ। ଏହାଛଡ଼ା ସୂର୍ଯ୍ୟକିରଣ ଦେହରେ ପଡ଼ିବା ଦ୍ୱାରା ଶରୀରରେ ଏହି ଭିଟାମିନ୍ ତିଆରି ହୁଏ। ଦୈନିକ 10-15 ମାଇକ୍ରୋ ଗ୍ରା. ପରିମାଣରେ ଭିଟାମିନ୍ ଡି ଆମ ଶରୀର ପାଇଁ ଆବଶ୍ୟକ। ଏହାର ରେପ୍ଲିକେସନ୍ ବା ପ୍ରତିରୂପନ ହାର କମ୍ ହୋଇଥିବାରୁ ଏହା ଇନଫ୍ଲେମେସନ୍ କମ୍ କରେ ଏବଂ ଟି ସେଲ୍ ଗ୍ରହଣ କ୍ଷମତା ବଢ଼ାଏ। ଏହାର ଅଭାବରେ ଇନଫ୍ଲୁଏଞ୍ଜା, ଫ୍ଲୁ, ଭାଇରାଲ୍ ଇନଫେକ୍ସନ୍ ଆଦି ଦେଖାଯଂ ଇଥିବାରୁ ଏହା ଇନଫ୍ଲେମେସନ୍ କମ୍ କରେ ଏବଂ ଟି ସେଲ୍ ଗ୍ରହଣ କ୍ଷମତା ବଢ଼ାଏ। ଯାହା ର ଥାଏ। କୋଷଗୁଡ଼ିକର ାଏ। ଭିଟାମିନ୍ ଇ ମଧ୍ୟ ଇମ୍ୟୁନୋ ସେଲ୍ ଯେପରିକି କିଲର୍ ସେଲ୍, ମନୋସାଇଟ୍ ଆଦି ତିଆରିରେ ସହାୟ ଅଟେ।
ସେଲେନିୟମ୍ ଓ ଜିଙ୍କ୍- ସେଲେନିୟମ୍ ବିଭିନ୍ନ ନଟ୍ସ, ଅଣ୍ଡା, ବିଭିନ୍ନ ଶସ୍ୟଜାତୀୟ ଖାଦ୍ୟ, ସି ଫୁଡ୍ ପରି ଉତ୍ସରୁ ସହଜରେ ମିଳିଥାଏ। ଏହା ଟି-ସେଲ୍ ମ୍ୟାଚୁର୍ ହେବା ଓ କିଲର୍ ସେଲ୍ କାର୍ଯ୍ୟକାରିତା ବଢ଼ାଇବାରେ ସାହାଯ୍ୟ କରେ। ଆଣ୍ଟିଅକ୍ସିଡାଣ୍ଟ କାର୍ଯ୍ୟକଳାପ ବଢ଼ାଉଥିବା ଏନଜାଇମ୍ ପ୍ରସ୍ତୁତ କରି ଏହା ଇନଫ୍ଲେମେସନ୍ କମ୍ କରେ। ଏଥିସହିତ ଜିଙ୍କ୍ ମଧ୍ୟ ହୋଲ୍ ଗ୍ରେନ୍, ଅୟେଷ୍ଟର୍, ପୋର୍କ୍, ବିନ୍ସ, ନଟ୍ସ, କଙ୍କଡ଼ା ଓ ବିଭିନ୍ନ ଦୁଗ୍ଧଜାତୀୟ ଉତ୍ପାଦରେ ପ୍ରଚୁର ମିଳେ। ଏହା କୋଷର ମେଟାବୋଲିଜମ୍ ବଢ଼ାଇ ଇମ୍ୟୁନୋ ପ୍ରତିକ୍ରିୟା ବଢ଼ାଏ। ଏହା ଅଭାବରେ ଲିମ୍ଫୋସାଇଟ୍ ଠିକ୍ରେ ବଢ଼ିପାରେ ନାହିଁ। ଏହାର ଅଭାବରେ ସହାୟକ କୋଷ ଓ ଟି-ସେଲ୍ ଅନୁପାତ ଖୁବ୍ କମ୍ ହୋଇଥାଏ। ଏଣୁ ଏହାର ଉପଯୁକ୍ତ ପରିମାଣରେ ସେବନ ବିଭିନ୍ନ ପ୍ରତିରକ୍ଷା କୋଷ ଗଠନ ଠିକ୍ ଭାବେ ହୋଇଥାଏ।
ବିଭିନ୍ନ ଖାଦ୍ୟସାରରେ ଶରୀର ପ୍ରତିରକ୍ଷା ପାଇଁ ଉପଯୁକ୍ତ ଉପାଦାନ ଉପଲବ୍ଧ ରହିଛି। ଯେବେ ବି ଆପଣଙ୍କ ଶରୀର ବାରମ୍ବାର ଖରାପ ହେଉଛି ତେବେ ପ୍ରଥମେ ଇମ୍ୟୁନିଚି ପରୀକ୍ଷା କରି ବିଭିନ୍ନ ଭିଟାମିନ୍ ଓ ମିନେରାଲ୍ସ ଥିବା ଖାଦ୍ୟସାର ତଥା ସପ୍ଲିମେଣ୍ଟ୍ ସେବନ ଦ୍ୱାରା ଆପଣ ସୁସ୍ଥ ରହିପାରିବେ।
ଇମେଲ୍ - jmohapatra13@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)