cancer
କର୍କଟ ରୋଗ ବିଶ୍ୱ ପାଇଁ ଦଶନ୍ଧି ଧରି ଏକ ଚ୍ୟାଲେଞ୍ଜ ହୋଇ ରହିଛି। କର୍କଟ ବିରୋଧରେ ଟୀକା ତିଆରି କରିବାରେ ଏଯାଏ ସଫଳତା ମିଳିନଥିଲା, କିନ୍ତୁ ବର୍ତ୍ତମାନ ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ ହୋଇଛି। ବୈଜ୍ଞାନିକମାନେ ଏକ ଏମଆରଏନଏ (mRNA) ଟୀକା ବିକଶିତ କରିଛନ୍ତି, ଯାହା କର୍କଟକୁ ବିଶ୍ୱରୁ ନାଶ କରିପାରିବ। ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହି ଟୀକା ପ୍ରସ୍ତୁତ କରିଛନ୍ତି, ଯାହା ଟ୍ୟୁମର ବିରୁଦ୍ଧରେ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରେ। ଯଦିଓ ମାନବ ଶରୀର ଉପରେ ଏହାର ଫଳାଫଳ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ନେଚର ବାୟୋମେଡିକାଲ ଇଞ୍ଜିନିୟରିଂ ଜର୍ଣ୍ଣାଲରେ ପ୍ରକାଶିତ ଅଧ୍ୟୟନ ଅନୁସାରେ, ଏହି ଟୀକାକୁ ଇମ୍ୟୁନ ଚେକପଏଣ୍ଟ ଇନହିବିଟର ନାମକ ଇମ୍ୟୁନୋଥେରାପି ଔଷଧ ସହିତ ମୂଷାମାନଙ୍କ ଉପରେ ପରୀକ୍ଷଣ କରାଯାଇଛି। ଏହା ଦେବା ଦ୍ୱାରା ମୂଷାମାନଙ୍କ ଶରୀରରେ ଏକ ଶକ୍ତିଶାଳୀ ଟ୍ୟୁମର-ବିରୋଧୀ ପ୍ରଭାବ ଦେଖାଯାଇଛି। ଏହି ଟୀକାର ବିଶେଷତ୍ୱ ହେଉଛି ଏହା କୌଣସି ନିର୍ଦ୍ଦିଷ୍ଟ ଟ୍ୟୁମର ପ୍ରୋଟିନ PD-L1କୁ ଲକ୍ଷ୍ୟ କରେ ନାହିଁ। ଏହା ବଦଳରେ କର୍କଟ ବିରୋଧରେ ରୋଗ ପ୍ରତିରୋଧକ ଶକ୍ତି (ଇମ୍ୟୁନ ସିଷ୍ଟମ) ତିଆରି କରିବ। ମୂଷାମାନଙ୍କ ପରେ ଏହାର ମାନବ ଉପରେ ପରୀକ୍ଷଣ ଆରମ୍ଭ ହେବ।
UF ହେଲଥର ଅଙ୍କୋଲୋଜିଷ୍ଟ ତଥା ପ୍ରମୁଖ ଗବେଷକ ଡକ୍ଟର ଏଲିଆସ ସାୟୋର ଏହି ଆବିଷ୍କାର ବିଷୟରେ କହିଛନ୍ତି ଯେ ଏହା ଅସ୍ତ୍ରୋପଚାର, ରେଡିଏସନ କିମ୍ବା କେମୋଥେରାପି ଉପରେ ନିର୍ଭର ନକରି କର୍କଟ ଚିକିତ୍ସାର ଏକ ନୂଆ ଉପାୟ ଆଣିପାରେ। ତେବେ ଏପର୍ଯ୍ୟନ୍ତ ଏହି ଟୀକାକୁ ମନୁଷ୍ୟ ଉପରେ ପରୀକ୍ଷଣ କରାଯାଇନାହିଁ। ଯଦି ମାନବ ଶରୀରରେ ଏହି ଟୀକାର ସମାନ ଫଳାଫଳ ମିଳେ, ତେବେ ଏହା କର୍କଟ ଟୀକା ନିର୍ମାଣରେ ଆଉ ପାଦେ ଆଗେଇବ। ଏହା ଦ୍ୱାରା ଏହି ଗମ୍ଭୀର ରୋଗକୁ ଭଲ କରାଯାଇପାରିବ। ଏହି ଟୀକା କର୍କଟ ଟ୍ୟୁମର ବିରୁଦ୍ଧରେ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିପାରିବ।"
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/cancer_1752914646.jpg)