Advertisment

Guillain-Barre Syndrome: ଆତଙ୍କ ଖେଳାଉଛି ବିରଳ GBS, ହୁ ହୁ ହୋଇ ବଢୁଛି ସଂଖ୍ୟା

ସୁସ୍ଥ ଥିବା ଲୋକଙ୍କ କ୍ଷେତ୍ରରେ ହଠାତ ମାଂସପେଶୀ ଦୁର୍ବଳ ହୋଇଯାଉଛି। ଫଳରେ ସେମାନେ ଚାଲି ବି ପାରୁନାହାନ୍ତି। GBS ସିଧାସଳଖ ସ୍ନାୟୁକୁ ଆକ୍ରମଣ କରୁଥିବାରୁ ରୋଗୀମାନେ ପକ୍ଷାଘାତର ଶିକାର ହୋଇ ଭେଣ୍ଟିଲେଟରେ ଭର୍ତ୍ତି ହେଉଛନ୍ତି।

ଅଦ୍ୟତନ ହୋଇଛି
Guillain-Barre syndrome

Guillain-Barre syndrome

Advertisment

ଭାରତରେ ଆତଙ୍କ ଖେଳାଇ ଚାଲିଛି GBS ବା ଗୁଇଲେନ୍-ବାରେ ସିଣ୍ଡ୍ରୋମ୍। ଏହା ଏକ ବିରଳ ଜୀବାଣୁ ଜନିତ ରୋଗ ବୋଲି ଜଣାପଡ଼ିଛି। ଏଯାଏଁ ଏହା ଦ୍ୱାରା ୧୬୩ ଆକ୍ରାନ୍ତ ହୋଇଥିବା ବେଳେ ୨୧ ଜଣ ରୋଗୀଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଆଉ ୫ ଜଣ ରୋଗୀଙ୍କର ଜୀବନ ଯାଇଛି। ତେବେ ମହାରାଷ୍ଟ୍ରର ପୁଣେରୁ ସବୁଠାରୁ ଅଧିକ GBS ମାମଲା ସାମ୍ନାକୁ ଆସୁଛି।

Advertisment

ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଏହି ବିରଳ ରୋଗ ବ୍ୟାପିବାର କୌଣସି ସଠିକ କାରଣ ଜଣାପଡୁନାହିଁ। ତେବେ ଅପରିଷ୍କାର ପାଣି ପିଇବା ଦ୍ୱାରା GBS ବ୍ୟାପୁଥିବା ସନ୍ଦେହ କରାଯାଉଛି। ତେଣୁ ପୁଣେ ମୁନିସିପାଲିଟି ଅଞ୍ଚଳରେ ପାଣିକୁ ଫୁଟାଇ ପିଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। GBS ଆକ୍ରାନ୍ତ ହେଲେ ଶରୀରର ରୋଗ ପ୍ରତିରୋଧକ ଶରୀରକୁ ହିଁ ଆକ୍ରମ କରିଥାଏ। ଫଳରେ ଏହା ଏବେ ଘାତକ ସାବ୍ୟସ୍ତ୍ୟ ହେଉଛି।

ସୁସ୍ଥ ଥିବା ଲୋକଙ୍କ କ୍ଷେତ୍ରରେ ହଠାତ ମାଂସପେଶୀ ଦୁର୍ବଳ ହୋଇଯାଉଛି। ଫଳରେ ସେମାନେ ଚାଲି ବି ପାରୁନାହାନ୍ତି। GBS ସିଧାସଳଖ ସ୍ନାୟୁକୁ ଆକ୍ରମଣ କରୁଥିବାରୁ ରୋଗୀମାନେ ପକ୍ଷାଘାତର ଶିକାର ହୋଇ ଭେଣ୍ଟିଲେଟରେ ଭର୍ତ୍ତି ହେଉଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଏହାକୁ ଗୁରତର ସହ ଦେଖିବା ସହ ଡାକ୍ତରଖାନା ଗୁଡ଼ିକୁ ଆଲର୍ଟ ମୋଡ଼ରେ ରଖିଛନ୍ତି। ଆଉ ପ୍ରଭାବିତ ଅଞ୍ଚଳ ଗୁଡିକରେ ପାଣିର ନମୁନାର ପରୀକ୍ଷା ଚାଲିଛି।

Advertisment

ଏହାରି ଭିତରେ ଏକ ଆଶ୍ୱସ୍ତିକର ଖବର ମଧ୍ୟ ସାମ୍ନାକୁ ଆସିଛି। ଡାକ୍ତରଖାନାରୁ ଆକ୍ରାନ୍ତ ରୋଗୀମାନେ ସୁସ୍ଥ ହୋଇ ଘରକୁ ଫେରିବାର ସଂଖ୍ୟା ବଢିଛି। ଡାକ୍ତରମାନେ କହିଛନ୍ତି ଏବେ ଡିସଚାର୍ଜ ହେଉଥିବା ରୋଗୀଙ୍କ ସଂଖ୍ୟା ବଢିଛି। କିଛି ବିଶେଷ ଥେରାପି ଦ୍ୱାରା ରୋଗୀଙ୍କ ଚିକିତ୍ସା କରାଯାଉଛି। ଗତ କିଛି ସପ୍ତାହ ହେଲା GBS ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ଏବେ ଧିରେ ଧିରେ ଏହି ମାମଲା କମିବାରେ ଲାଗିଛି। ଆଶା କରାଯାଉଛି ଖୁବଶୀଘ୍ର GBSକୁ ସମ୍ପୁର୍ଣ୍ଣ ଭାବେ ଆୟତ୍ତକୁ ଅଣାଯାଇ ପାରିବ ।

ଅଧିକ ପଢ଼ନ୍ତୁ: କିପରି ଜାଣିବେ ସ୍ତନ କର୍କଟର ପ୍ରାରମ୍ଭିକ ଲକ୍ଷଣ; କେଉଁମାନଙ୍କ ପାଇଁ ହୁଏ ସାଙ୍ଘାତିକ…

Advertisment
Paralytic Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ