Advertisment

Be Aware of Packaged Foods: ପ୍ୟାକେଟ୍ ଫୁଡ୍ କିଣିବା ଆଗରୁ ପଢ଼ନ୍ତୁ ସବୁ ସୂଚନା, ନହେଲେ ଆସିପାରେ ସମସ୍ୟା

କାହିଁ କେଉଁ କାଳରୁ ମାନବ ସଭ୍ୟତା ଦ୍ୱାରା ପ୍ରାକୃତିକ ରଙ୍ଗର ବ୍ୟବହାର ରହିଆସିଛି। ପରିବା ଚୋପା, ଫୁଲ ଆଦିରୁ ଏହି ରଙ୍ଗ ପ୍ରସ୍ତୁତ ହୁଏ। କେତେକ ପ୍ରାକୃତିକ ରଙ୍ଗର ନାମ ହେଲା ବିଟାକାରୋଟିନ୍, କାନ୍ଥାଜାନିନ୍, କ୍ଲୋରୋଫଇଲ୍, ରାଇବୋଫ୍ଲୋବିନ୍, କାରାମେଲ୍, ସାଫ୍ରନ୍, କ୍ୟୁକରମିନ୍ ଇତ୍ୟାଦି। ଏହା ଉଲ୍ଲେଖିତ ସ୍ତର ପର୍ଯ୍ୟନ୍ତ ବ୍ୟବହାର କରିବା ବୈଧ ଅଟେ।

author-image
Jyotsna Mohapatra
ଅଦ୍ୟତନ ହୋଇଛି
ପ୍ୟାକେଟ୍ ଖାଦ୍ୟ

ପ୍ୟାକେଟ୍ ଖାଦ୍ୟ

ବଜାରରୁ କୌଣସି ପ୍ୟାକେଟ୍‌ରେ ଥିବା ଖାଦ୍ୟ କିଣି ଆଣିବା ବେଳେ ଆପଣ କେବେ ପ୍ୟାକେଟ୍ ଉପରେ ଲେଖାହୋଇଥିବା କଥା ସବୁ ପଢ଼ନ୍ତି ? ମୁଁ ନିଶ୍ଚିତ ଯେ ଅଧିକାଂଶ ଲୋକେ ନାହିଁ କରିବେ ଏବଂ ସେ ଲେଖାରେ କଣ ରହିଛି ବୋଲି ପ୍ରଶ୍ନ କରିବେ। ସାଧାରଣତଃ ଆମ ମଧ୍ୟରୁ ଅନେକ ଲୋକ କେବଳ ଜିନିଷର ମୂଲ୍ୟ, ଏକ୍ସପାୟରି ତାରିଖ ହିଁ ଦେଖିଥାଉ। ହେଲେ ଏହା ବ୍ୟତୀତ ଆହୁରି ଅନେକ ଜାଣିବା କଥା ଉକ୍ତ ପ୍ୟାକେଟ୍‌ରେ ଲେଖାହେଇଥାଏ ଯାହା ଆମର ଦେଖିବା ଓ ଜାଣିବା ନିତାନ୍ତ ଆବଶ୍ୟକ। ସମସ୍ତ ପ୍ରକାର ପ୍ୟାକେଟ୍ ଖାଦ୍ୟରେ ସ୍ୱାଦ ବଢ଼ାଇବା ପାଇଁ ବିଭିନ୍ନ ରାସାୟନିକ ପଦାର୍ଥ ଏହାର ରଙ୍ଗ, ସ୍ୱାଦ, ବାସ୍ନା ଆକର୍ଷଣ ବଢ଼ାଇବାକୁ ବ୍ୟବହୃତ ହୁଏ। ଏଗୁଡ଼ିକୁ ଫୁଡ୍ ଆଡିଟିଭ୍ କୁହାଯାଏ। ଏଣୁ ଏସବୁ ବିଶେଷ ଭାବେ ଜାଣିବା ପାଇଁ ଆପଣ ସର୍ବଦା ପ୍ୟାକେଟ୍ ଦେଖି ଆଣିବା ଉଚିତ୍। ଆଜି ଆସନ୍ତୁ ସେପରି କିଛି ଆବଶକୀୟ ତଥ୍ୟ ବିଷୟରେ ଜାଣିବା।

Advertisment

ପ୍ରଥମେ ଜାଣିବା କଣ ସବୁ କୃତ୍ରିମ ଫ୍ଲେଭର ବା ସ୍ୱାଦ କାରକ ଖାଦ୍ୟରେ ମିଶାଯାଏ। ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧୀକରଣ (FSSAI) ଦ୍ୱାରା ପ୍ରଣୀତ ନିୟାମକ ଅନୁସାରେ ଖାଦ୍ୟରେ ମିଶାଯାଉଥିବା ଫ୍ଲେଭର୍‌ରେ ନିମ୍ନଲିଖିତ କେତୋଟି ଗୁଣ ରହିବା ଆବଶ୍ୟକ।

ପ୍ରାକୃତିକ ସ୍ୱାଦବର୍ଦ୍ଧକ- ଏହା ମୁଖ୍ୟତଃ ପନିପରିବା, ବେଳେବେଳେ ପଶୁମାନଙ୍କ ଶରୀରକୁ କଞ୍ଚାମାଲ୍ ଭାବେ ନେଇ ପ୍ରସ୍ତୁତ ହୋଇଥାଏ।

Advertisment

ପ୍ରାକୃତିକ ସ୍ୱାଦ ସହ ମିଶିଯାଉଥିବା ଫ୍ଲେବର ବାସ୍ୱାବର୍ଦ୍ଧକ- ଏହା କୃତ୍ରିମ ଉପାୟରେ ଲାବୋରେଟୋରୀରେ ପ୍ରସ୍ତୁତ ରାସାୟନିକ ଏରୋମାଟିକ୍ ତଥା ବାସ୍ନାଯୁକ୍ତ ପଦାର୍ଥରୁ ପ୍ରସ୍ତୁତ ଯାହା ଖାଦ୍ୟରେ ପ୍ରକୃତ ଖାଦ୍ୟ ପରି ସ୍ୱାଦ ଦେଇଥାଏ। ଉଦାହରଣ, କେତେକ ଫଳର ଫ୍ଲେବର୍, ଯାହା ଜୁସ୍ ପ୍ୟାକେଟ୍‌ରେ ମିଶେ। ବିଭିନ୍ନ କେକ୍ ଓ ଚକୋଲେଟ୍ ଆଦିରେ ମିଶୁଥିବା ଫ୍ଲେବର୍ ଯାହା ପ୍ରକୃତରେ କୌଣସି ଫଳ ବା ଫୁଲର ସ୍ୱାଦ ଦେଇଥାଏ। ଏସବୁ ଖାଦ୍ୟର ପ୍ୟକେଟ୍ ଉପରେ ‘Contains Added Flavour’ ଲେଖାଥିବା ଆପଣ ଲକ୍ଷ୍ୟ କରିବେ।

କୃତ୍ରିମ ଫ୍ଲେବର ଥିବା ପଦାର୍ଥ- ଏହା ସମ୍ପୂର୍ଣ୍ଣଭାବେ ଲାବୋରେଟୋରୀରେ ପ୍ରସ୍ତୁତ ଏବଂ ଏହାର କୌଣସି ପ୍ରାକୃତିକ ସାମଞ୍ଜସ୍ୟ ନଥାଏ।

କେତେକ ସାଧାରଣ ଭାବେ ବ୍ୟବହୃତ ଫ୍ଲେବରିଂ ଏଜେଣ୍ଟମାନଙ୍କ ନାମ ହେଲା ଇଥାଇଲ୍ ମିଥାଇଲ୍ କିଟୋନ୍, ଇଥାଇଲ୍—-ଫିନାଇଲ୍‌ଗ୍ଲାସିଡେଟ୍, ଇଉଜିନାଇଲ୍ ମିଥାଇଲ୍ ଇଥର୍, ଇଷ୍ଟ୍ରାଜୋଲ୍ ଇତ୍ୟାଦି। ଅଧିକାଂଶ ଫାଷ୍ଟଫୁଡ୍‌ରେ ବ୍ୟବହାର ହେଉଥିବା ମନୋସୋଡ଼ିୟମ୍ ଗ୍ଲୁଟାମେଟ୍ ବା ଆଜିନାମୋଟେ ଏକ ବୈଧ ଫ୍ଲେବରିଂ ଏଜେଣ୍ଟ କିନ୍ତୁ ଏହାର ମାତ୍ରା ଉପରେ ଅଙ୍କୁଶ ରହିଛି।

ଖାଦ୍ୟକୁ ଆକର୍ଷଣୀୟ ଦେଖାଇବା ପାଇଁ ମିଶାଯାଏ ଫୁଡ୍ କଲର୍ ବା ଖାଦ୍ୟର କୃତ୍ରିମ ରଙ୍ଗ। ଅନେକ ଖାଦ୍ୟର ପ୍ରକ୍ରିୟାକରଣ ସମୟରେ ଏହାର ପ୍ରାକୃତିକ ରଙ୍ଗ ନଷ୍ଟ ହୋଇଯାଏ, ତେଣୁ କୃତ୍ରିମ ରଙ୍ଗର ବ୍ୟବହାର ରହିଛି। ଏଥିସହିତ ଖାଦ୍ୟର ଭିଟାମିନ୍ ଓ ମିନେରାଲ୍‌ଗୁଡ଼ିକ ଉପରେ ସୂର୍ଯ୍ୟକିରଣର ପ୍ରଭାବ କମ୍ କରିବା ପାଇଁ ମଧ୍ୟ କୃତ୍ରିମ ରଙ୍ଗ ବ୍ୟବହାର କରିବା ଅନୁମତି ରହିଛି। ତେବେ କୃତ୍ତ୍ରିମ ରଙ୍ଗ ବ୍ୟବହାର ହୋଇଥିବା ଖାଦ୍ୟର ପ୍ୟାକେଟ୍‌ରେ ଲେଖାହେଇଥିବ- Contains permitted natural colour(s) କିମ୍ୱା Contains permitted synthetic food colours କିମ୍ୱା Contains permitted Natural and synthetic colours.

ଖାଦ୍ୟରେ ବ୍ୟବହୃତ ରଙ୍ଗ ସାଧାରଣତଃ ଦୁଇପ୍ରକାର- ପ୍ରାକୃତିକ ଓ କୃତ୍ରିମ ଉପାୟରେ ଲାବୋରେଟୋରୀରେ ପ୍ରସ୍ତୁତ ରଙ୍ଗ।

ପ୍ରାକୃତିକ ରଙ୍ଗ- କାହିଁ କେଉଁ କାଳରୁ ମାନବ ସଭ୍ୟତା ଦ୍ୱାରା ପ୍ରାକୃତିକ ରଙ୍ଗର ବ୍ୟବହାର ରହିଆସିଛି। ପରିବା ଚୋପା, ଫୁଲ ଆଦିରୁ ଏହି ରଙ୍ଗ ପ୍ରସ୍ତୁତ ହୁଏ। କେତେକ ପ୍ରାକୃତିକ ରଙ୍ଗର ନାମ ହେଲା ବିଟାକାରୋଟିନ୍, କାନ୍ଥାଜାନିନ୍, କ୍ଲୋରୋଫଇଲ୍, ରାଇବୋଫ୍ଲୋବିନ୍, କାରାମେଲ୍, ସାଫ୍ରନ୍, କ୍ୟୁକରମିନ୍ ଇତ୍ୟାଦି। ଏହା ଉଲ୍ଲେଖିତ ସ୍ତର ପର୍ଯ୍ୟନ୍ତ ବ୍ୟବହାର କରିବା ବୈଧ ଅଟେ।

କୃତ୍ରିମ ରଙ୍ଗ- ଅଜୈବିକ ରଙ୍ଗ ପଦାର୍ଥ ଓ ପିଗ୍‌ମେଣ୍ଟ କୌଣସି ଖାଦ୍ୟରେ ବ୍ୟବହାର ପାଇଁ ଅନୁମତି ନାହିଁ। ନାଲି ରଙ୍ଗ ପାଇଁ ଏରିଥ୍ରୋସାଇନ୍(45430), ହଳଦିଆ ପାଇଁ ଟାଟ୍ରାଜଜାଇନ୍(19140) ଓ ସନ୍‌ସେଟ୍ ୟେଲୋ ଏଫ୍‌ସିଏଫ୍ (15985)।

ଏପରି ରଙ୍ଗର ମିଶ୍ରଣ ସାଧରଣତଃ କ୍ଷୀର, ଫ୍ରୋଜେନ୍ ଫୁଡ୍ସ, ଫ୍ରୋଜେନ୍ ଡେଜର୍ଟ, ବାହାରୁ ଆସୁଥିବା ଫଳ, ଆଇସ୍ କ୍ରିମ୍, ବିଭିନ୍ନ ମିଠା ପାଇଁ ରେଡ଼ି ମିକ୍ସ ଗୁଣ୍ଡ, ବିସ୍କୁଟ ଇତ୍ୟାଦିରେ ବ୍ୟବହୃତ ହୁଏ। ତେବେ ଏହାର ଅତ୍ୟଧିକ ପରିମାଣର ବ୍ୟବହାର ଶରୀରରେ କ୍ୟାନସର, ଫୁସ୍‌ଫୁସ୍ ଟ୍ୟୁମର୍, ଆନିମିଆ, କିଡନି ଓ ଲିଭର ସମସ୍ୟା ଆଦି ପରି ରୋଗ ସୃଷ୍ଟି କରିପାରେ।

ଏଥିସହିତ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଖାଦ୍ୟରେ ମିଶେ। ଏହା ହେଉଛି ଏକ ପଦାର୍ଥ ଯାହା ଖାଦ୍ୟର କଣିକାଗୁଡ଼ିକର ଅକ୍ସିଡେସନ୍ ବା ଜାରଣ ହେବାରୁ ରୋକେ। ସରଳ ଭାଷାରେ କହିଲେ ଖାଦ୍ୟକୁ ଶୀଘ୍ର ନଷ୍ଟ ହେବାରୁ ବଞ୍ଚାଏ ଏବଂ ଏହାର ପୋଷକ ପଦାର୍ଥ ନଷ୍ଟ ହେବାକୁ ଦିଏନାହିଁ। ଇଥାଇଲ୍, ପ୍ରୋପାଇଲ୍., ଅକ୍ଟାଇଲ୍ ଗାଲାଇଲ୍ ପରି ମିଶ୍ରଣ, ବ୍ୟୁଟିଲୋଟେଡ୍ ହାଇଡ୍ରକ୍ସିଆନିସୋଲ୍, ସାଇଟ୍ରିକ୍ ଏସିଡ୍, ଟାର୍ଟାରିକ୍ ଏସିଡ୍, ଗ୍ୟାଲିକ୍ ଏସିଡ୍ ଇତ୍ୟାଦି ସାଧାରଣରେ ବ୍ୟବହୃତ ଆଣ୍ଟିଅକ୍ସିଡାଣ୍ଟ।

କେତେକ ପ୍ରିଜରଭେଟିଭ୍ ଅର୍ଥାତ୍ ଖାଦ୍ୟରେ ଅଣୁଜୀବ ବା ମାଇକ୍ରୋବ୍ସ ବୃଦ୍ଧିକୁ ରୋକିବାକୁ ଦିଆଯାଉଥିବା ପଦାର୍ଥ ମଧ୍ୟ ଖାଦ୍ୟକୁ ନଷ୍ଟ ନ କରିବାକୁ ମିଶାଯାଏ। ଏହା ଦୁଇପ୍ରକାର ହୋଇଥାଏ

କ୍ଲାସ୍ 1- ଲୁଣ, ଚିନି, ମସଲା, ମହୁ, ଭିନେଗାର୍, ଭେଜିଟେବୁଲ୍ ତେଲ, ଡେକ୍ସଟ୍ରୋଜ୍

କ୍ଲାସ୍ 2- ଏହା ପ୍ରାଧୀକରଣର ନିୟାମକ ଅନୁସାରେ ବୈଧ ଖାଦ୍ୟ ପଦାର୍ଥରେ ମିଶାଯାଏ। ବେଞ୍ଜଇକ୍ ଏସିଡ୍, ସଲଫରସ୍ ଏସିଡ୍, ନାଇଟ୍ରେଟ୍, ପ୍ରୋପିନିକ୍ ଏସିଡ୍, ସୋଡ଼ିୟମ୍ ଡାଇେସିଟେଟ୍ ଇତ୍ୟାଦି ଏହା ଜାତୀୟ ପ୍ରିଜରଭେଟିଭ୍ ବା ସଂରକ୍ଷକ।

ଏସବୁ ବ୍ୟତୀତ ମଧ୍ୟ ଖାଦ୍ୟରେ କେତେକ ଇମଲସିଫାୟର୍ ଅର୍ଥାତ୍ ଖାଦ୍ୟରେ ତେଲର ମାତ୍ରାକୁ ସମାନ ଭାବେ ରଖୁଥିବା ପଦାର୍ଥ କେକ୍, ଆଇସ୍କ୍ରିମ୍ ଆଦି ଖାଦ୍ୟରେ ବ୍ୟବହୃତ ହୁଏ। ଆଣ୍ଟି କେକିଂ ଏଜେଣ୍ଟ ଅର୍ଥାତ୍ ଖାଦ୍ୟ ପଦାର୍ଥ ଟାଣ ହେଇ ଲାଖି ନଯିବା ପାଇଁ ଦିଆଯାଉଥିବା ପଦାର୍ଥ ମଧ୍ୟ ଖାଦ୍ୟରେ ମିଶେ। କ୍ୟାଲସିୟମ୍ କାର୍ବୋନେଟ୍, କ୍ୟାଲସିୟମ୍ ଫସଫେଟ୍ ଇତ୍ୟାଦି ଏହାର ଉଦାହରଣ। ଭଫରିଂ ଏଡେଣ୍ଟ(ଅମ୍ଲୀୟ, କ୍ଷାରୀୟ ତଥା ଲବଣ ମାତ୍ରାକୁ ନିୟନ୍ତିତ କରୁଥିବା), ସ୍ୱିଟେନିଂ ଏଜେଣ୍ଟ ଅର୍ଥାତ୍ କୃତ୍ରିମ ମିଠା ମଧ୍ୟ ମିଶାଯାଇଥାଏ। ଏହି କୃତ୍ରିମ ମିଠା ବା ସ୍ୱେଟନର୍‌ଗୁଡ଼ିକ ମଧ୍ୟରେ କିଛି ଅଧିକ କ୍ୟାଲୋରୀ, କମ୍ କ୍ୟାଲୋରୀ ଯୁକ୍ତ ମିଠା ମଧ୍ୟ ରହିଛି। ସାକାରିନ୍ ନାମ ଆପଣମାନେ ଶୁଣିଥିବେ, ଏକ କମ୍ କ୍ୟାଲୋରୀଯୁକ୍ତ ସ୍ୱେଟନର୍ ଭାବେ ଗଣାଯାଏ।

ଏଥିସହିତ ବିଭିନ୍ନ ସସ୍ ମଧ୍ୟ ସ୍ୱାଦ ବଢ଼ାଇବାତୁ ଖାଦ୍ୟରେ ମିଶିଥାଏ। ତେବେ ଏସବୁର ପରିମାଣ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧୀକରଣ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ପରିମାଣରୁ ଅଧିକ ହେଲେ ଏହା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ। ଏଣୁ ବର୍ତ୍ତମାନ ଯେକୌଣସି ଖାଦ୍ୟ ପ୍ୟାକେଟ୍ କିଣିବା ବେଳେ ଏହି ସବୁ ଦିଗ ପ୍ରତି ଯତ୍ନବାନ୍ ହେବା ଆବଶ୍ୟକ।

Artificial Colour Health Awareness Package Fast Food
Advertisment
Advertisment