Breakfast
ପ୍ରତ୍ୟେକ ଦିନ ସକାଳେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଆଜି କ’ଣ ଖାଇବା, ଯାହା ସ୍ୱାଦିଷ୍ଟ ତଥା ସ୍ୱାସ୍ଥ୍ୟକର ମଧ୍ୟ ହେବ? ଭାରତୀୟ ରୋଷେଇରେ ଏପରି ଅନେକ ବିକଳ୍ପ ରହିଛି ଯାହା ହାଲୁକା, ଶୀଘ୍ର ତିଆରି ହେଇପାରୁଥିବା ଏବଂ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଏହା ଭିତରେ ରହିଛି ପୋହା ଏବଂ ଉପମା । ଏହି ଦୁଇଟି ଅତ୍ୟନ୍ତ ଲୋକପ୍ରିୟ ଏବଂ ପାରମ୍ପରିକ ଖାଦ୍ୟ, ଯାହା ପ୍ରତ୍ୟେକ ଘରେ କେବେ ନା କେବେ ନିଶ୍ଚିତ ଭାବେ ତିଆରି ହୁଏ। କିନ୍ତୁ ପ୍ରଶ୍ନ ହେଉଛି, ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଏମାନଙ୍କ ମଧ୍ୟରୁ କେଉଁଟି ଦେହ ପାଇଁ ଅଧିକ ଭଲ । ପୋହା ଠାରୁ ଉପମା ଅଧିକ ଭଲ କାରଣ ଏହା ଶୀଘ୍ର ହଜମ ହେଉଥିବା ଜଳଖିଆ ।
ଅଧିକ ପଢନ୍ତୁ: ବିନା ଡାଏଟିଂରେ କମିବ ଓଜନ, ଜଳଖିଆରେ ସାମିଲ କରନ୍ତୁ ଏହି ଖାଦ୍ୟ...
ପୋହା
• ପୋହା ଚାଉଳରୁ ତିଆରି ହୁଏ। ଏହା ଜଳଖିଆ ହିସାବରେ ଅତ୍ୟନ୍ତ ଲୋକପ୍ରିୟ ଏବଂ କମ କ୍ୟାଲୋରୀ ଯୁକ୍ତ ଖାଦ୍ୟ।
• ପୋହାରେ ଆଇରନର ମାତ୍ରା ଭଲ ଥାଏ, ବିଶେଷକରି ଏନିମିଆରେ ଆକ୍ରାନ୍ତ ଲୋକଙ୍କ ପାଇଁ।
• ଏହା ଶୀଘ୍ର ହଜମ ହୁଏ, ଯାହା ଦ୍ୱାରା ପେଟ ହାଲୁକା ଅନୁଭବ ହୁଏ।
• ଏଥିରେ ପିଆଜ, ମଟର, ବାଦାମ ଏବଂ ଲେମ୍ବୁ ମିଶାଇଲେ ପୋଷଣ ଏବଂ ସ୍ୱାଦ ବଢ଼ିଥାଏ ।
• ଏହା ଡାଇଜେଷ୍ଟିଭ ସିଷ୍ଟମ ପାଇଁ ଉପକାରୀ ଏବଂ ଗ୍ୟାସ କିମ୍ବା ଏସିଡିଟି ସୃଷ୍ଟି କରେ ନାହିଁ।
• ଏଥିରେ ପ୍ରୋଟିନର ମାତ୍ରା କମ ଥାଏ, ତେଣୁ ଏହାକୁ ଦହି କିମ୍ବା ସ୍ପ୍ରାଉଟ୍ସ ଭଳି ପ୍ରୋଟିନ ଯୁକ୍ତ ଖାଦ୍ୟ ସହିତ ଖାଇବା ଭଲ।
ଉପମା
• ଉପମା ମୁଖ୍ୟତଃ ସୁଜିରୁ ତିଆରି ହୁଏ । ଏହା ଦକ୍ଷିଣ ଭାରତୀୟ ରୋଷେଇରେ ବିଶେଷ ଭାବେ ପସନ୍ଦ କରାଯାଏ।
• ଉପମାରେ କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟ୍ ଥାଏ, ଯାହା ଧୀରେ ଧୀରେ ଶକ୍ତି ମୁକ୍ତ କରେ ଏବଂ ଲମ୍ବା ସମୟ ପର୍ଯ୍ୟନ୍ତ ପେଟ ଭରପୂର ରହେ।
• ଏହା ଫାଇବରରେ ସମୃଦ୍ଧ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ।
• ଏଥିରେ ପରିବା ମିଶାଇ ଏହାକୁ ଆହୁରି ସ୍ୱାସ୍ଥ୍ୟକର କରାଯାଇପାରେ।
• ଓଜନ ହ୍ରାସ କରୁଥିବା ଲୋକଙ୍କ ପାଇଁ ଏହା ଏକ ଭଲ ବିକଳ୍ପ ବୋଲି ବିବେଚନା କରାଯାଏ।
• ସୁଜି ରିଫାଇନ୍ଡ ହୋଇଥାଏ, ତେଣୁ ଅତ୍ୟଧିକ ସେବନ କଲେ ଏହା ଓଜନ ବଢ଼ାଇ ପାରେ।
• ମଧୁମେହ ରୋଗୀମାନେ ଉପମାକୁ ସୀମିତ ପରିମାଣରେ ଖାଇବା ଉଚିତ।
ଉଭୟ ଖାଦ୍ୟ ଶରୀର ପାଇଁ ଉପକାରୀ, କିନ୍ତୁ ଯଦି ଆପଣ ହାଲୁକା, ଶୀଘ୍ର ହଜମ ହେଉଥିବା ଏବଂ ଆଇରନ ଯୁକ୍ତ ଜଳଖିଆ ଚାହୁଁଛନ୍ତି, ତେବେ ଉପମା ଅଧିକ ଉତ୍ତମ। ଅନ୍ୟପକ୍ଷେ, ଯଦି ଆପଣ ଲମ୍ବା ସମୟ ପର୍ଯ୍ୟନ୍ତ ପେଟ ଭରପୂର ରଖିବାକୁ ଚାହୁଁଛନ୍ତି ଏବଂ ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି, ତେବେ ପୋହା ଏକ ଭଲ ବିକଳ୍ପ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Breakfast_1753009656.jpg)