Advertisment

କୁଆଡୁ ଆସିଲେ ବିଷାକ୍ତ ନାଲି ପିମ୍ପୁଡ଼ି ? କାରଣ ଖୋଜିଲା ଓୟୁଏଟି ଟିମ୍

କାମୁଡିବା କ୍ଷଣି ଲାଲ ପଡିଯାଇ କୁଣ୍ଡେଇ ହୋଇ ଘାଆ ହୋଇଯାଉଛି।

author-image
Chandan Shishu
ଅଦ୍ୟତନ ହୋଇଛି
undefined

Pipili Red ant menace

ପିପିଲିରେ ପିମ୍ପୁଡି ଆତଙ୍କ। ୬ ମାସ ତଳେ କାଁ ଭାଁ ଦେଖାଯାଉଥିବା ନାଲି ପିମ୍ପୁଡି ବନ୍ୟା ପରେ ଲୋକଙ୍କୁ ଅସ୍ତବ୍ୟସ୍ତ କରିଛି। ସ୍ଥିତି ଏମିତି ହେଲାଣି ଯେ, ପିପିଲି ଚନ୍ଦ୍ରାଦେଇପୁର ଗାଁକୁ ଆସିବାକୁ ଲୋକେ ଡରିଲେଣି । ଅଭିଯୋଗ ପରେ ଆଜି ଓୟୁଏଟିର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବା ସହ ରାଣୀ ପିମ୍ପୁଡ଼ିକୁ ଠାବ କରିବା ଉପରେ ଗୁରୁତ୍ୱ ଦେଇଛି।

Advertisment

ଘରଦ୍ୱାର.. ବାଡି ବଗିଚା.. ଚାରିଆଡେ ପିମ୍ପୁଡି ହିଁ ପିମ୍ପୁଡି। ଯୁଆଡେ ଦେଖିବ ପୁଳା ପୁଳା ବ୍ୟାପିଛନ୍ତି। ମାସେ ହେଲାଣି କଲବଲ କଲେଣି । ଲୋକେ ଏଥିରେ ଅତିଷ୍ଠ ହୋଇପଡିଲେଣି। ପିପିଲି ଚନ୍ଦ୍ରାଦେଇପୁର ୧୧ ନମ୍ବର ଓ୍ବାର୍ଡର ବ୍ରାହ୍ମଣ ସାହି ବାସିନ୍ଦା ଗାଁରେ ୭-୮ମାସ ହେଲା ଏହି ପିମ୍ପୁଡି ଦେଖାଦେଲେଣି । ଆଗରୁ କାଁ ଭାଁ ଥିଲେ, ହେଲେ ବନ୍ୟା ପରେ ଏମାନଙ୍କ ସଂଖ୍ୟା ବଢିଯାଇଛି। ଟିକେ ଥଣ୍ଡା ପାଗ ହେଲେ ମାଡିଆସୁଛନ୍ତି । ବର୍ଷା ହେଲେ ତ ରହିବା ମୁସ୍କିଲ । ନା ବାହାରକୁ ବାହାରି ହେଉଛି ନା ଘରେ ରହିପାରୁଛନ୍ତି।

କାମୁଡିବା କ୍ଷଣି ଲାଲ ପଡିଯାଇ କୁଣ୍ଡେଇ ହୋଇ ଘାଆ ହୋଇଯାଉଛି। ପିମ୍ପୁଡି ଦାଉରୁ ରକ୍ଷା ପାଇବାକୁ ଲୋକେ ଫିନାଇଲ୍, ବ୍ଲିଚିଂ ଓ ଔଷଧ ପକାଉଛନ୍ତି। ହେଲେ ଦିନେ ଦୁଇ ଦିନ ପରେ ଯାହାକୁ ତାହା। ବାଧ୍ୟ ହୋଇ କିଛି ଲୋକ ବନ୍ଧୁବାନ୍ଧବଙ୍କ ଘରକୁ ଚାଲିଯାଉଛନ୍ତି। ସ୍ଥିତି ଏଭଳି ହେଲାଣି ଯେ, ଗାଁକୁ ଆସିବାକୁ ଲୋକେ ଡରିଲେଣି।

Advertisment

ପିମ୍ପୁଡିଙ୍କ ଉପଦ୍ରବ ନେଇ ଅଭିଯୋଗ ପରେ ଗାଁରେ ସ୍ଥିତି ଅନୁଧ୍ୟାନ କରିଛି ଓୟୁଏଟିର ୪ ଜଣିଆ ଟିମ୍। ଆରମ୍ଭ ହୋଇଛି ନାଲି ପିମ୍ପୁଡି ନିୟନ୍ତ୍ରଣ ଅଭିଯାନ। ପ୍ରାଥମିକ ପର୍ଯ୍ୟାୟରେ ଅଧିକ ପିମ୍ପୁଡି ହେଉଥିବା ସ୍ଥାନରେ କୀଟନାଶକ ପକାଯାଇଛି। ନାଲି ପିମ୍ପୁଡି ସଂଗ୍ରହ କରି ପରୀକ୍ଷା ପାଇଁ ନେଇଛନ୍ତି ବିଶେଷଜ୍ଞ ଟିମ୍। ବନ୍ୟାରେ ପିମ୍ପୁଡି ରହୁଥିବା ସ୍ଥାନ ଧୋଇଯିବା ପରେ ଗାଁ ଉପକଣ୍ଠରେ ଜଙ୍ଗଲିଆ ପରିବେଶ ହୋଇଥିବାରୁ ପିମ୍ପୁଡିଙ୍କ ସଂଖ୍ୟା ବଢିଥିବା କହିଛନ୍ତି ବିଶେଷଜ୍ଞ।

(ରିପୋର୍ଟ: ଦ୍ୱିତୀକୃଷ୍ଣ ପଟ୍ଟନାୟକ, ପିପିଲି)

Pipili Red Ant Menace
Advertisment
Advertisment