• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଫୁଲବାଣୀ(ତ୍ରିନାଥ ସାହୁ):  ’ମୋ ପୁଅ ରାଜଭୀର ଗମ୍ଭୀର ରୋଗରେ ପୀଡ଼ିତ । ଚାଲି ପାରୁନି, ଖାଇ ପାରୁନି କି ବସି ପାରୁନି ।  ଏପରିକି ଖାଇବା ଢ଼ୋକି ପାରୁନି । ନିଶ୍ୱାସ ପ୍ରଶ୍ୱାସ ପାଇଁ ସ୍ୱତନ୍ତ୍ର ମେସିନ୍ ଲଗାଇବାକୁ ପଡ଼ୁଛି । ଖାଇବା ପାଇଁ ଟ୍ୟୁବ୍ ଲାଗିଛି । ଡାକ୍ତର କହୁଛନ୍ତି, ତା’ ପାଖରେ ବେଶୀ ଦିନ ନାହିଁ । ଶୀଘ୍ର ଚିକିତ୍ସା କରାନଗଲେ ରାଜଭୀର ସହ କିଛି ବି ହୋଇପାରେ । ଆମ ପାଖରେ ମାତ୍ର ଦୁଇ ମାସ ସମୟ ଅଛି । ଆଉ ଦୁଇ ମାସରେ ଆମକ ୧୬ କୋଟି ଟଙ୍କା ଯୋଗାଡ଼ କରିବାକୁ ପଡ଼ିବ । ଦୟାକରି ମୋ ରାଜବୀର ପାଇଁ ସାହାଯ୍ୟ କର । ମା’ବାପା ହୋଇ ପିଲାକୁ ଏପରି ଅବସ୍ଥାରେ ଦେଖି ପାରୁନୁ । ବହୁତ କଷ୍ଟ ହେଉଛି । ସବୁ ରାତି, ସବୁ ଦିନ ବର୍ଷ ବର୍ଷ ପରି ଲାଗୁଛି । ଗୋଟିଏ ରାତି କଟିବା ମୁସ୍କିଲ ହୋଇପଡ଼ୁଛି । ୧୬ କୋଟି ବହୁତ ବଡ଼ ରକମ । କିନ୍ତୁ କିଛି କିଛି ସାହାଯ୍ୟ କଲେ ଟଙ୍କା ଯୋଗାଡ଼ ହୋଇଯିବ । ଯେତିକି ହୋଇପାରୁଛି ସାହାଯ୍ୟ କରନ୍ତୁ କହି ଗୁହାରୀ କହୁଛି ଅଭାଗିନୀ ମା ।

 Account number : 90922555912074

- Account name : Rajveer Rana

- IFSC code : IDFB0020101

For UPI Transaction: assist.rajveer@icici

Impact guru account Number

[19:02, 15/12/2021] Trinath sahoo: 6360371595 phnpy

[19:02, 15/12/2021] Trinath sahoo: Kulamani Rana

ପୁଅର ନାକରେ ବଡ଼ ନଳୀ ଲାଗିଛି । ମେଡ଼ିକାଲ ବେଡରେ ଜୀବନ ପାଇଁ କୁନି ବୟସରେ ସଂଘର୍ଷ କରୁଛି । ବଡ଼ କଷ୍ଟ ହେଉଛି, ବେଳେ ବେଳେ କଷ୍ଟରେ ଅତିଷ୍ଠ ହୋଇ ରାହା ଧରି କାନ୍ଦୁଛି । ପୁଅର ଏ ଅବସ୍ଥା ଦେଖି ବଞ୍ଚାଇ ଦେବାକୁ ହାତଯୋଡ଼ି କାକୁତି ମିତନୀ ହେଉଛନ୍ତି ମାବାପ । ତା’ର ଗୁଲୁଗୁଲିଆ ଡଉଲଡାଉଲ ଚେହେରା ଦେଖିରେ କଉ ବାପାମା’ର ଦେହ ସହିବ ।

କନ୍ଧମାଳ ଆମ୍ବପଡ଼ା ଗାଁର କୁଳମଣି ରଣାଙ୍କ ଦେଢ଼ ବର୍ଷର ପୁଅ ରାଜଭୀର୍‌ । କୁନି ବୟସରେ ରାଜଭୀର୍‌ Spinal Muscular Atrophy( SMA) ରୋଗରେ ପୀଡ଼ିତ । ମେରୁଦଣ୍ଡରେ ସମସ୍ୟା ଯୋଗୁ ନା ସେ ଛିଡ଼ା ହୋଇ ପାରୁଛନ୍ତି ନା ଠିକ୍‌ରେ ବସି ପାରୁଛନ୍ତି । ସବୁବେଳେ ତାଙ୍କୁ ତଳେ ଶୁଆଇ ଓ କାନ୍ଧରେ ପକାଇ ରଖୁଛନ୍ତି ମାଆ,ବାପା । ଚିକିତ୍ସା ପାଇଁ ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଆବଶ୍ୟକ ୧୬ କୋଟି ଟଙ୍କା । ପୁଅର ଚିକିତ୍ସା ପାଇଁ ଆବଶ୍ୟକ ପଡ଼ୁଛି Zolgensma ଇଞ୍ଜେକ୍ସନ ଓ ଏଥିପାଇଁ ଖର୍ଚ୍ଚ ହେବ ୧୬ କୋଟି ଟଙ୍କା । ଏବେ ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ରାଜଭୀର୍‌ ଚିକିତ୍ସିତ ହେଉଛନ୍ତି ।

ପ୍ରଶାସନ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କୁ ପୁଅର ଚିକିତ୍ସା ପାଇଁ ସହଯୋଗ ନିବେଦନ କରିଥିଲେ ବାପାମା’ । ହେଲେ ନବୀନ ନିବାସକୁ ଯିବା ବାଟରେ ସୁରକ୍ଷାକର୍ମୀ ସେମାନଙ୍କୁ ଯିବାକୁ ଦେଇନଥିଲେ । ଆର୍ଥିକ ସାହାଯ୍ୟ ପାଇଁ ରାଜଭୀର୍‌ଙ୍କ ପରିବାର ପୂର୍ବରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ ମଧ୍ୟ ଆବେଦନ କରିଥିଲେ । ହେଲେ କୌଣସି ସହାୟତା ମିଳି ନଥିଲା ।

ସବୁଆଡ଼ୁ ବିଫଳ ହେବା ପରେ ଶେଷରେ ବର୍ତ୍ତମାନ ମୁମ୍ବାଇରେ ପହଞ୍ଚିଛନ୍ତି ରାଜଭୀର୍‌ଙ୍କ ପରିବାର। ଗରିବଙ୍କ ମସିହା ସୋନୁ ସୁଦ୍‌ଙ୍କୁ ଦେଖା କରି ରାଜଭୀର୍‌ଙ୍କ ପରିବାର ତାଙ୍କଠୁ ସହାୟତା ମାଗିଛନ୍ତି । ଅନ୍ୟପଟେ ରାଜଭୀର୍‌ଙ୍କ ପରିବାର ତାଙ୍କୁ ଭେଟି ସାହାଯ୍ୟ ଲୋଡ଼ିବା ପରେ ଏତେ ବଡ଼ ପରିମାଣର ଟଙ୍କା ଜୁଟାଇବା ପାଇଁ ସାମର୍ଥ୍ୟ ଅନୁସାରେ କିଛି କିଛି ଯୋଗଦାନ ଦେବାକୁ ସୋନୁ ଦେଶବାସୀଙ୍କୁ ଅପିଲ୍ କରିଛନ୍ତି ।