Advertisment

Health Scare In Air India: ଏୟାର ଇଣ୍ଡିଆର ପିଛା ଛାଡୁନି ବିପଦ, ମଝି ଆକାଶରେ ଅସୁସ୍ଥ ହେଲେ ଏକାଧିକ ଯାତ୍ରୀ

ମଝି ଆକାଶରେ ହଠାତ୍ ଅସୁସ୍ଥ ହେଲେ ଯାତ୍ରୀ ଓ କ୍ୟାବିନ କ୍ରୁ । ଲଣ୍ଡନରୁ ମୁମ୍ବାଇକୁ ଆସିବାବେଳେ ଘଟିଛି ଏଭଳି ଅଘଟଣ । ୧୧ ଜଣ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ । ଅମ୍ଳଜାନ ଅଭାବ ଓ ଫୁଡ୍ ପଏଜନିଂ ଯୋଗୁ ଏପରି ହୋଇଥିବା ସନ୍ଦେହ କରାଯାଉଛି ।

ଅଦ୍ୟତନ ହୋଇଛି
Passengers Fall ill

Passengers Fall ill

Advertisment

ମଝି ଆକାଶରେ ଅସୁସ୍ଥ ହେଲେ ୧୧ ଜଣ । ଏୟାର ଇଣ୍ଡିଆ ବିମାନରେ ଯାତ୍ରୀମାନେ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ମଧ୍ୟରେ ରହିଥିଲେ ୬ ଜଣ କ୍ୟାବିନ କ୍ରୁ । ଗତକାଲି(ସୋମବାର) ଲଣ୍ଡନରୁ ମୁମ୍ବାଇକୁ ଆସିବାବେଳେ ମଝି ଆକାଶରେ ଥିବାବେଳେ ହିଁ ଏପରି ଅଘଟଣ ଘଟିଥିବା ଜଣାପଡ଼ିଛି । ସେପଟେ ଏୟାର ଇଣ୍ଡିଆ ପକ୍ଷରୁ ଯଦିଓ ଏକଥା ସ୍ୱୀକାର କରାଯାଇଛି, କିନ୍ତୁ ୧୧ ନୁହେଁ ୫ ଜଣ ଯାତ୍ରୀ ଅସୁସ୍ଥ ଥିବା ନେଇ ସୂଚନା ଦେଇଛି ଏୟାର ଇଣ୍ଡିଆ । ଏୟାର ଇଣ୍ଡିଆ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କେବଳ ୫ ଯାତ୍ରୀ ଓ ୨ ଜଣ କ୍ୟାବିନ କ୍ରୁ ଅସୁସ୍ଥ ହୋଇଥିଲେ । 

Advertisment

AI-130 ବିମାନ ବୋଇଂ ୭୭୭ ଏୟାରକ୍ରାଫ୍ଟ ଦ୍ୱାରା ଅପରେଟ୍ ହେଉଛି । କାରଣ ଅହମ୍ମଦାବାଦରେ ହୋଇଥିବା ଭୟଙ୍କର ଦୁର୍ଘଟଣା ପରେ ବୋଇଂ ୭୮୭ ଡ୍ରିମ୍ ଲାଇନରର ଏବେ ଯାଞ୍ଚ ଚାଲିଛି । ସେପଟେ ଗତକାଲି ଯାତ୍ରୀ ଅସୁସ୍ଥ ହେବା ପଛର କାରଣ ନେଇ ତଦନ୍ତ ଜାରି ରହିଛି । ପ୍ରାରମ୍ଭିକ ସୂଚନା ଅନୁସାରେ, ଅକ୍ସିଜେନ ସପ୍ଲାଏ କମ୍ ଥିଲା । ଯେଉଁଥିପାଇଁ ହାଇପୋକ୍ସିଆ ଯୋଗୁ ଅସୁସ୍ଥ ହୋଇପଡ଼ିଲେ ଯାତ୍ରୀ । କହିରଖୁଛୁ, ହାଇପୋକ୍ସିଆ ହୋଇଛି ଏପରି ଏକ ଅବସ୍ଥା ଯାହା ରକ୍ତରେ ଅମ୍ଳଜାନର ପରିମାଣ କମିଗଲେ ଦେଖାଯାଏ । ଏହାଦ୍ୱାରା ଶରୀରରେ ରକ୍ତ ପ୍ରବାହ କମେ । ହାର୍ଟ ବିଟ୍ ମଧ୍ୟ ଠିକ୍ ରହେ ନାହିଁ । ଏହାସହ ଶ୍ୱାସକ୍ରିୟାରେ ସମସ୍ୟା ହୁଏ । ଅନ୍ୟପଟେ ଫୁଡ୍ ପଏଜନିଂ କାରଣରୁ ମଧ୍ୟ ଏପରି ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।

ଘଟଣା ସମ୍ପର୍କରେ ଏୟାର ଇଣ୍ଡିଆ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ବିମାନଟି ସୁରକ୍ଷିତ ଭାବେ ମୁମ୍ବାଇରେ ଅବତରଣ କରିଛି । ସେତେବେଳକୁ ଦୁଇ ଜଣ ପାସେଞ୍ଜର ଓ ଦୁଇ ଜଣ କ୍ୟାବିନ କ୍ରୁ ଅସୁସ୍ଥ ଅନୁଭବ କରୁଥିବାରୁ ତାଙ୍କୁ ମେଡିକାଲ୍ ରୁମ୍‌କୁ ନିଆଯାଇ ଚିକିତ୍ସା କରାଯାଇଥିଲା । ପରେ ସୁସ୍ଥ ଅନୁଭବ କରିବାରୁ ଡିସ୍‌ଚାର୍ଜ ମଧ୍ୟ କରାଯାଇଛି । କାହିଁକି ମଝି ଆକାଶରେ ଏପରି ଘଟିଲା ସେନେଇ ଛାନଭିନ ଚାଲିଛି । 

Advertisment

ଭାରତରେ ଭୟାନକ ବିମାନ ଦୁର୍ଘଟଣା ଇତିହାସରେ ଆଉ ଏକ କଳା ଫର୍ଦ୍ଦ ଯୋଡ଼ିଥିବା ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଗତ ୧୨ ତାରିଖରେ ଘଟିଥିଲା । ଆଉ ଏହି  ଭୟଙ୍କର ଦୁର୍ଘଟଣାରେ ୨୭୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଯାହାକୁ ନେଇ ସମସ୍ତେ ଭୟଭୀତ ଥିବାବେଳେ ବିମାନ ସହ ଜଡ଼ିତ ଗୋଟିଏ ପରେ ଗୋଟିଏ ଅଘଟଣର ଖବର ଆସୁଛି । 

ଅଧିକ ପଢନ୍ତୁ: ଅଶାନ୍ତ ମଧ୍ୟପ୍ରାଚ୍ୟ; ଏୟାର ଇଣ୍ଡିଆ ବିମାନ ଉଡାଣ ବନ୍ଦ, ଆଡଭାଇଜରି ଜାରି କଲେ ଏହି ବିମାନ କମ୍ପାନୀ

Advertisment
Air India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ