Advertisment

ବିଶ୍ୱ କିଡ୍‌ନୀ ଦିବସରେ କେୟାର ହସ୍ପିଟାଲ ପକ୍ଷରୁ ୱାକାଥନ

ଚଳିତ ବର୍ଷର ବାର୍ତ୍ତା କିଡ୍‌ନୀ ହେଲଥ ଫର୍ ଅଲ୍...

ଅଦ୍ୟତନ ହୋଇଛି
OTV’s Litisha Mangat Panda Graces Kidney WALK, An Awareness Programme By Care Hospitals

awareness programme

Advertisment

ବିଶ୍ୱ କିଡନୀ ଦିବସ ଅବସରରେ ଭୁବନେଶ୍ୱର କେୟାର ହସ୍ପିଟାଲ ପକ୍ଷରୁ ଏକ ୱାକାଥନ ଅନୁଷ୍ଟିତ ହୋଇଯାଇଛି । ଚଳିତ ବର୍ଷର ବାର୍ତ୍ତା ‘କିଡନୀ ହେଲଥ ଫର୍ ଅଲ'କୁ ନେଇ ଏହି ସଚେତନତା ରାଲି କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଓଟିଭି ନେଟୱର୍କର ହେଡ୍ ଅଫ୍ ବିଜିନେସ୍ ଲିତିଶା ମଙ୍ଗତ ପଣ୍ଡା ଯୋଗଦେଇଥିଲେ । ବିଶ୍ୱରେ କିଡନୀ ଜନିତ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ କିପରି ପ୍ରତିହତ କରିହେବ ସେନେଇ ବାର୍ତ୍ତା ଦିଆଯାଇଛି । କିଡନୀ ରୋଗକୁ ଚିହ୍ନିବା ଏବଂ କିଭଳି ଏହାର ଉପଚାର କରାଯାଇପାରିବ, ସେ ଦିଗରେ ଲୋକମାନଙ୍କୁ ସଚେତନ କରିବାକୁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ କିଡ୍‌ନୀ ରୋଗରୁ ରକ୍ଷା ପାଇଁ ବିଭିନ୍ନ ଉପାୟ ସଂପର୍କରେ କୁହାଯାଇଥିଲା। 

Advertisment

ଅଧିକ ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଶିଖାଇଲେ ୟୁଥ୍ ଆଇକନ୍‌ ଲିତିଶା ମଙ୍ଗତ

କିଡନୀ ରୋଗରୁ ରକ୍ଷା ପାଇବା ପାଇଁ ଏହି ଦିଗ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ . . .

  • କମ୍ ଲୁଣ ଖାଆନ୍ତୁ
  • ମୋଟାପଣରୁ ବଞ୍ଚନ୍ତୁ
  • ଏପରି କୌଣସି ଦେଶୀ ଔଷଧ ଗ୍ରହଣ କରନ୍ତୁ ନାହିଁ, ଯାହା ବିଷୟରେ ଜଣା ନାହିଁ
  • ଅନାବଶ୍ୟକ ଭାବରେ ବ୍ରୁଫେନ୍ କିମ୍ବା ଫ୍ଲେକ୍ସନ୍ ପରି ପେନ୍ କିଲର୍ ବ୍ୟବହାର କରନ୍ତୁ ନାହିଁ
  • NSAIDରୁ ଦୂରେଇ ରୁହନ୍ତୁ (ନନ୍-ଷ୍ଟେରଏଡାଲ୍ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଡ୍ରଗ୍ସ୍)। ଏହି କାରଣରୁ, କିଡ୍‌ନୀ ଅତି ଶୀଘ୍ର ନଷ୍ଟ ହୋଇଯାଏ
  • ଯଦି ମଧୁମେହ ଏବଂ ରକ୍ତଚାପକୁ ନିୟନ୍ତ୍ରଣରେ ରଖାଯାଏ, ତେବେ କିଡ୍‌ନୀ ପ୍ରତିରୋପଣ କିମ୍ବା ଡାୟଲିସିସ୍ ବିଷୟରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ
  • ଏଥିପାଇଁ ଆମର ଜୀବନଶୈଳୀ ସନ୍ତୁଳିତ ଏବଂ ଗୁଣାତ୍ମକ ହେବା ଆବଶ୍ୟକ
Advertisment
Care Hospitals
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ