Advertisment

One Dose Of 'Magic Mushrooms': ଡିପ୍ରେସନରୁ ମୁକ୍ତି ଦେବ ‘ମ୍ୟାଜିକ୍ ଛତୁ’ର ଗୋଟିଏ ଡୋଜ୍

କର୍କଟ ରୋଗୀମାନଙ୍କୁ ଚିକିତ୍ସା ସମୟରେ ମାନସିକ ଦୁଶ୍ଚିନ୍ତାରୁ ମୁକ୍ତ ହେବା ପାଇଁ ‘ମ୍ୟାଜିକ୍ ଛତୁ’ରେ ଥିବା ସକ୍ରିୟ କମ୍ପାଉଣ୍ଡ ସାଇଲୋସାଇବିନ୍‌ର ଗୋଟିଏ ଡୋଜ ଫଳପ୍ରଦ ହେବ ବୋଲି ଅଧ୍ୟୟନରୁ ଜଣାପଡିଛି ।

ଅଦ୍ୟତନ ହୋଇଛି
Magic Mushrooms

Magic Mushrooms

Advertisment

କର୍କଟ ରୋଗୀମାନେ ଚିକିତ୍ସା ସମୟରେ ପ୍ରାୟତଃ ଚିନ୍ତାଗ୍ରସ୍ତ ରହିଥାନ୍ତି । ଚିକିତ୍ସା ସହିତ କିପରି ଏହି ଚିନ୍ତାରୁ ଦୂରେଇ ରହିବେ, ସେ ନେଇ ଅଧ୍ୟୟନରୁ ଏକ ତଥ୍ୟ ଜଣା ପଡିଛି । ଅଧ୍ୟୟନରୁ ଜଣା ପଡିଛି ଯେ, ମ୍ୟାଜିକ୍ ଛତୁରେ ଥିବା ସକ୍ରିୟ କମ୍ପାଉଣ୍ଡ ସାଇଲୋସାଇବିନ୍ କର୍କଟ ରୋଗର ଚିକିତ୍ସା ସମୟରେ ଚିନ୍ତାକୁ ଦୂର କରିବା ସହିତ ଭୟ ଓ ଅସହଜ ମନୋଭାବକୁ ଦୂର କରିବ । ଏହି ସାଇଲୋସାଇବିନ୍ ର ଗୋଟିଏ ଡୋଜ୍ ମାନସିକ ଚିନ୍ତାକୁ ୫ ବର୍ଷ ଯାଏଁ ଦୂର କରିବାରେ ସାହାଯ୍ୟ କରିବ । 

Advertisment

ଅଧିକ ପଢନ୍ତୁ: କାମରେ ଧ୍ୟାନ କେନ୍ଦ୍ରୀଭୂତ ହେଉନାହିଁ ? ବାରମ୍ବାର ଭୁଲି ଯାଉଛନ୍ତି କି ? କ’ଣ ରହିଛି ଏହା ପଛର କାରଣ ଜାଣନ୍ତୁ

ଆମେରିକାର କ୍ୟାନସର ସୋସାଇଟିର ଏକ ପତ୍ରିକା ୱିଲୀ ଅନଲାଇନ ଇନ କ୍ୟାନସର ପତ୍ରିକାରେ ଏ ନେଇ ପ୍ରକାଶିତ ହୋଇଛି । ପ୍ରକାଶନ ଅନୁଯାୟୀ, ମୁଖ୍ୟତଃ ଲୋକମାନେ କ୍ୟାନସରରେ ପୀଡିତ ଥିବା ବେଳେ ଚିନ୍ତାମଗ୍ନ ରହିଥାଆନ୍ତି । ଏହି ଅଧ୍ୟୟନ କରିବା ବେଳେ ରିସର୍ଚ୍ଚର ଫେଜ-୨ ପରୀକ୍ଷା ସମୟରେ ୨୮ ଜଣ କର୍କଟ ରୋଗୀ ଯିଏ କି ମାନସିକ ଦୁଶ୍ଚିନ୍ତା ଦେଇ ଗତି କରୁଥିଲେ, ସେମାନଙ୍କୁ ସାଇଲୋସାଇବିନର ୨୫ ମିଲିଗ୍ରାମର ଏକ ଡୋଜ ଦିଆଯାଇଥିଲା । ଯେଉଁମାନେ ମାନସିକ ଦୁଶ୍ଚିନ୍ତାରୁ ସାମାନ୍ୟ ରକ୍ଷା ପାଇଥିଲେ । 

Advertisment

୨ ବର୍ଷ ପରେ ଜଣା ପଡିଥିଲା ଯେ, ୧୫ (୫୩.୬%) ଜଣ ରୋଗୀଙ୍କ ପାଖରେ ମାତ୍ରାଧିକ ଡିପ୍ରେସନ ହ୍ରାସ ପାଇଥିଲା । ୧୪ (୫୦%) ଜଣ ରୋଗୀଙ୍କ ପାଖରେ ସ୍ଥାୟୀ ଭାବରେ ଡିପ୍ରେସନରୁ ମୁକ୍ତି ପାଇଥିଲେ । ସେହିପରି ୧୨ (୪୨.୯%) ଜଣ ରୋଗୀ ଭୟଜନିତ ଚିନ୍ତାରୁ ମୁକ୍ତି ପାଇଥିଲେ । 

‘‘ଡିପ୍ରେସନର ଚିକିତ୍ସା ପାଇଁ ସାଇକୋଲୋଜିକାଲ ସହାୟତା ସହିତ ସାଇଲୋସାଇବିନର ଗୋଟିଏ ଡୋଜରେ ୨ ବର୍ଷ ପର୍ଯ୍ୟନ୍ତ କ୍ୟାନସର ରୋଗୀ ଡିପ୍ରେସନରୁ ମୁକ୍ତି ପାଇଛନ୍ତି । ହେଲେ ଏହି ଚିକିତ୍ସା ବନ୍ଦ ହେବା ପରେ ପୁଣି ଥରେ ଆରମ୍ଭ କରିବା ଦ୍ୱାରା ରୋଗୀଙ୍କ ଡିପ୍ରେସନ ଦୂର ହୁଏ କି ନାହିଁ, ସେ ନେଇ ଆମେ ଏବେ ରିସର୍ଚ୍ଚ କରୁଛୁ । ଯଦି ଏହା ସମାନ ଭାବରେ ଫଳାଫଳ ଦେଖାଏ, ତାହାଲେ ଆମେ ଚିକିତ୍ସା ପାଇଁ ସାଇଲୋସାଇବିନର ବ୍ୟବହାର ଅଧିକ କରିବୁ’’ ବୋଲି ଏହି ପ୍ରକାଶନର ମୁଖ୍ୟ ଲେଖକ ମନିଷ ଅଗ୍ରୱାଲ କହିଛନ୍ତି ।

Advertisment

ଅଧିକ ପଢନ୍ତୁ: ହୃଦରୋଗୀ ଓ ଡାଏବେଟିସ ରୋଗୀଙ୍କ ପାଇଁ ସଞ୍ଜିବନୀ 'ବ୍ଲାକ୍ କଫି', ପିଇଲେ ମିଳେ ଏହି ଫାଇଦା...

Depression
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ