Advertisment

Doctors Baffled: ଥଣ୍ଡା ଜିନିଷ ଧରିଲେ ଗରମ୍ ଓ ଗରମ୍ ଜିନିଷ ଧରିଲେ ଲାଗୁଛି ଥଣ୍ଡା, ରୋଗ ଜାଣି ପାରୁନାହାନ୍ତି ଡାକ୍ତର

ଗତ ୫ ବର୍ଷ ଧରି ଏହି ରୋଗରେ ପୀଡିତ ଅଛନ୍ତି ସେ । ତାଙ୍କର ହାତ ଓ ପାଦକୁ ଚିମୁଟିଲେ ସେ କିଛି ଜାଣିପାରୁନାହାନ୍ତି । ପ୍ରାୟତଃ ବଧିରା ହୋଇଯାଇଛି । କିନ୍ତୁ ଆଶ୍ଚର୍ଯ୍ୟର କଥା, ଅଷ୍ଟ୍ରେଲିଆର ଅଇଡାନ୍ ମ୍ୟାକମାନୁସ୍ ନାମକ ଏହି ଯୁବକ ଥଣ୍ଡା ଜିନିଷ ଧରିଲେ, ତାଙ୍କ ହାତ ତାତିଯାଉଛି । ଠିକ୍ ସେହିଭଳି ଗରମ୍ ଜିନିଷ ଧରିଲେ ତାଙ୍କୁ ଥଣ୍ଡା ଥଣ୍ଡା ଲାଗୁଛି ।

ଅଦ୍ୟତନ ହୋଇଛି
Health Condition

Health Condition

Advertisment

ଇଏ ଏମିତି ଏକ ନୂଆ ରୋଗ, ଯାହା ବିଷୟରେ ଆପଣ ଆଗରୁ କେବେ ଶୁଣିନଥିବେ । ଜଣେ ୨୨ ବର୍ଷୀୟ ଯୁବକଙ୍କୁ ହୋଇଛି ଏହି ରୋଗ । ଗତ ୫ ବର୍ଷ ଧରି ଏହି ରୋଗରେ ପୀଡିତ ଅଛନ୍ତି ସେ । ତାଙ୍କର ହାତ ଓ ପାଦକୁ ଚିମୁଟିଲେ ସେ କିଛି ଜାଣିପାରୁନାହାନ୍ତି । ପ୍ରାୟତଃ ବଧିରା ହୋଇଯାଇଛି । କିନ୍ତୁ ଆଶ୍ଚର୍ଯ୍ୟର କଥା, ଅଷ୍ଟ୍ରେଲିଆର ଅଇଡାନ୍ ମ୍ୟାକମାନୁସ୍ ନାମକ ଏହି ଯୁବକ ଥଣ୍ଡା ଜିନିଷ ଧରିଲେ, ତାଙ୍କ ହାତ ତାତିଯାଉଛି । ଠିକ୍ ସେହିଭଳି ଗରମ୍ ଜିନିଷ ଧରିଲେ ତାଙ୍କୁ ଥଣ୍ଡା ଥଣ୍ଡା ଲାଗୁଛି ।

Advertisment

ତାଙ୍କ ମାଆ ଆଞ୍ଜେଲା ମ୍ୟାକମାନୁସ୍ କହିଛନ୍ତି, ଏହି ରୋଗ ଯେତେବେଳେ ଜଣାପଡିଲା ପରେ ସେ ଭାବିଥିଲେ ଡାକ୍ତରଙ୍କୁ ଦେଖାଇଲେ ଏହା ଭଲ ହୋଇଯିବ । କିନ୍ତୁ ବହୁତ ଡାକ୍ତର ଦେଖି ସାରିଲେଣି । ବହୁତ ଟେଷ୍ଟ ବି ହୋଇସାରିଲାଣି, କିନ୍ତୁ କମୁନାହିଁ । କୌଣସି ଔଷଧ କାମ ଦେଉନାହିଁ । ତାଙ୍କର ଅବସ୍ଥା ଏବେ ଖରାପ ଅଛି । ଅଇଡାନ୍ ଚାଲିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଅଧିକ ପଢ଼ନ୍ତୁ: ଭୟ ଓ ଆତଙ୍କ ଭିତରେ ମାନସିକ ସ୍ୱାସ୍ଥ୍ୟକୁ କିପରି ଦେବେ ସୁରକ୍ଷା ?

ଦିନକୁ ଦିନ ଅବସ୍ଥା ଖରାପ ହେବାରୁ ତାଙ୍କୁ ଜଣେ ନ୍ୟୁରୋଲୋଜିଷ୍ଟଙ୍କ ପାଖକୁ ନିଆଯାଇଥିଲା । ସେ ବହୁତ ଟେଷ୍ଟ କଲେ । ଏପରିକି ରକ୍ତର ୨୦ଟି ବିଭିନ୍ନ ପ୍ରକାରର ଟେଷ୍ଟ କରାଯାଇଥିଲା । ଏପରିକି ତାଙ୍କ ଗୋଡରୁ ଏକ ନର୍ଭ କଟାଯାଇ ବାୟୋସ୍ପି ପାଇଁ ପଠାଯାଇଥିଲା । ତାଙ୍କର ମେରୁଦଣ୍ଡରେ ବି ଟେଷ୍ଟ କରାଗଲା । ଜେନେଟିକ୍ ଟେଷ୍ଟିଂ ବି କରାଗଲା । କିନ୍ତୁ କେଉଁଥିରୁ କିଛି ବାହାରିଲାନି ବୋଲି କହିଛନ୍ତି ଆଞ୍ଜେଲା । ଡାକ୍ତର କହିଲେ, ତାଙ୍କର ନର୍ଭ ଡିଜଅର୍ଡର ଅଛି । ନର୍ଭ ସେଲ୍ ଶରୀରର ବିଭିନ୍ନ ଅଙ୍ଗକୁ ସିଗନାଲ୍ ପଠାଇ ପାରୁନଥିବାର କହିଛନ୍ତି ଡାକ୍ତର । ଅଇଡାନଙ୍କ ଥଣ୍ଡା ଓ ଗରମ୍ ଅନୁଭବ ବିପରୀତଧର୍ମୀ ହୋଇଥିବାରୁ ଅଇଡାନ୍ ରୋଷେଇ କରିପାରୁନାହାନ୍ତି ।

Advertisment

ଅଇଡାନଙ୍କ ଅବସ୍ଥା ଧୀରେ ଧୀରେ ସୁଧୁରିବ ବୋଲି କହୁଛନ୍ତି ଚିକିତ୍ସା କରୁଥିବା ଡାକ୍ତର । ଏବେ ସମସ୍ୟା ହେଉଛି, ଅଷ୍ଟ୍ରେଲିଆର ନ୍ୟାସନାଲ୍ ଡିଜାବିଲିଟି ଇନସ୍ୟୁରାନ୍ସ ଏଜେନସୀ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ମନା କରିଦେଇଛି । ତେଣୁ ତାଙ୍କ ପରିବାରର ଚିନ୍ତା ବଢ଼ିଯାଇଛି । ଡାକ୍ତର ମଧ୍ୟ ଇନସ୍ୟୁରାନ୍ସ ଏଜେନସୀକୁ ଏକ ଚିଠି ଲେଖିଛନ୍ତି । ଟେଷ୍ଟ ରିପୋର୍ଟରେ କିଛି ବାହାରୁନି । ଏହାର ଚିକିତ୍ସା ମଧ୍ୟ ଏଇମିତି ଚାଲିବ ବୋଲି କହିଛନ୍ତି ଡାକ୍ତର । ତାଙ୍କର କଷ୍ଟ ଲାଘବ ପାଇଁ ମେଡିସିନ୍ ଦିଆଯାଉଛି ।

ଅଧିକ ପଢ଼ନ୍ତୁ: କାମ କରି କରି ଦୁର୍ବଳ ଅନୁଭବ କରୁଛନ୍ତି କି… କ୍ଷୀର ସହ ଖାଆନ୍ତୁ ଏହି ଜିନିଷ, ମିଳିବ ଶକ୍ତି

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ