Advertisment

Moong Dal: ଆଜି ଠାରୁ ଖାଆନ୍ତୁ, ହେବନି ଭିଟାମିନ ବି12ର ଅଭାବ

ଭିଟାମିନ୍ ବି12 ଆମିଷ ଖାଦ୍ୟରୁ ଅଧିକ ପରିମାଣରେ ମିଳେ। କିନ୍ତୁ ଆପଣ କ’ଣ ଜାଣିଛନ୍ତି ଯେ ଆପଣଙ୍କ ରୋଷେଇ ଘରେ ମିଳୁଥିବା ମୁଗ ଡାଲିରେ ମଧ୍ୟ ଏହା ପ୍ରଚୁର ପରିମାଣରେ ମିଳେ ।

moong dal

moong dal

Advertisment

ଆପଣଙ୍କ ରୋଷେଇ ଘରେ ଥିବା ଅନେକ ଜିନିଷ କେବଳ ସ୍ୱାଦ ନୁହେଁ, ସ୍ୱାସ୍ଥ୍ୟବାନ ବି କରିଥାଏ । ଯଦି ଆପଣ ଏଗୁଡ଼ିକୁ ସଠିକ୍ ଉପାୟରେ ସେବନ କରନ୍ତି, ତେବେ ଏହା ଶରୀରରେ କୌଣସି ଭିଟାମିନ ଅଭାବ ହେବାରୁ ରକ୍ଷା କରିବାରେ ସାହାଯ୍ୟ କରେ। ଆଜି ଆମେ ଏପରି ଏକ ଡାଲି ବିଷୟରେ ଆଲୋଚନା କହୁଛୁ, ଯାହାକୁ ଭିଟାମିନ୍ ବି12ର ଭଣ୍ଡାର ବୋଲି କୁହାଯାଏ। ମୁଗ ଡାଲିର ସେବନ ଅନେକ ଉପାୟରେ କରାଯାଏ। ଏହାକୁ ଡାଲି, ଖିଚଡ଼ି ଏବଂ ବିଭିନ୍ନ ପନିପରିବାରେ ପକାଇ ଡାଲମା କରି ଖାଇଥାଆନ୍ତି ।

Advertisment

ଭିଟାମିନ୍ ବି12 ଏକ ଏପରି ତତ୍ତ୍ୱ ଯାହା ଆମ ଡିଏନଏ ତିଆରି କରିବାରେ ଏବଂ ଆମ କୋଷଗୁଡ଼ିକୁ ଶକ୍ତି ଉତ୍ପାଦନ କରିବାରେ ସାହାଯ୍ୟ କରେ। ଶରୀରରେ ଏହି ଭିଟାମିନ୍‌ର ଅଭାବ ହେଲେ ରକ୍ତହୀନତା, ଥକ୍କା ଏବଂ ଦୁର୍ବଳତା ଆଦି ସମସ୍ୟା ଦେଖାଦେଇପାରେ।

ଅଧିକ ପଢନ୍ତୁ: ବିନା ଡାଏଟିଂରେ କମିବ ଓଜନ, ଜଳଖିଆରେ ସାମିଲ କରନ୍ତୁ ଏହି ଖାଦ୍ୟ...

ଏପରି ପରିସ୍ଥିତିରେ, ଏହାର ଅଭାବ ପୂରଣ କରିବା ପାଇଁ ଆପଣ ସପ୍ଲିମେଣ୍ଟ ସହିତ ଏପରି ଖାଦ୍ୟ ସେବନ କରିପାରିବେ, ଯେଉଁଥିରୁ ଭିଟାମିନ୍ ବି12 ମିଳେ। ଏହି ଭିଟାମିନ୍‌ର ଉତ୍ପାଦନ ଶରୀରରେ ଆପେ ଆପେ ହୁଏ ନାହିଁ, ତେଣୁ ଆପଣଙ୍କୁ ଆପଣଙ୍କ ଖାଦ୍ୟରେ ଏପରି ଜିନିଷ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦିଆଯାଏ, ଯେଉଁଥିରେ ଭିଟାମିନ୍ ବି12 ମିଳେ।

Advertisment

ଭିଟାମିନ୍ ବି12 ଆମିଷ ଖାଦ୍ୟରୁ ଅଧିକ ପରିମାଣରେ ମିଳେ। କିନ୍ତୁ ଆପଣ କ’ଣ ଜାଣିଛନ୍ତି ଯେ ଆପଣଙ୍କ ରୋଷେଇ ଘରେ ମିଳୁଥିବା ମୁଗ ଡାଲିରେ ମଧ୍ୟ ଏହା ପ୍ରଚୁର ପରିମାଣରେ ମିଳେ। ଜାଣି ରଖନ୍ତୁ, ଆପଣ ରାତିରେ ଶୋଇବା ପୂର୍ବରୁ ଏକ କପ୍ ମୁଗ ଡାଲିକୁ ଭଲ ଭାବେ ଧୋଇ ସଫା କରି ପାଣିରେ ଭିଜାଇ ରଖନ୍ତୁ। ସକାଳେ ଡାଲି ଭଲ ଭାବେ ଭିଜି ଯିବା ପରେ ଆପଣ ଏହି ପାଣି ପିଇ ପାରିବେ। ଏହା ବ୍ୟତୀତ, ବଳକା ଡାଲିରେ ପିଆଜ ଓ ଲେମ୍ବୁ ମିଶାଇ ଏହାର ସେବନ କରିପାରିବେ।

ଅଧିକ ପଢନ୍ତୁ: ଓଜନ ହ୍ରାସରୁ ହୃଦରୋଗ ଯାଏଁ ସବୁ କରିଦେବ ମୂଳପୋଛ, ଶରୀର ପାଇଁ ବରଦାନ ଏହି ଫଳ...

Advertisment
Vitamin B12 Vitamins
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ