/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669455330.jpg)
SCB Medical College
ରୋଗୀଙ୍କ ପାଇଁ ଷ୍ଟ୍ରେଚର ନାହିଁ, ହେଲେ ଷ୍ଟ୍ରେଚରରେ ବୁହାହେଉଛି ସାମଗ୍ରୀ । ରାଜ୍ୟ ସରକାର ବିକାଶର ଡିଣ୍ଡିମ ପିଟୁଛନ୍ତି, ହେଲେ ଚିତ୍ର କିନ୍ତୁ ଭିନ୍ନ କଥା ବଖାଣୁଛି । କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ, ରାଜ୍ୟର ସବୁଠୁ ବଡ଼ ରେଫରାଲ ହସ୍ପିଟାଲ କଟକ ଏସସିବିରେ ଏଭଳି ବିକଳ ଚିତ୍ର ଦେଖିବା ପାଇଁ ମିଳୁଛି ।
ମେଡିକାଲରେ ଷ୍ଟ୍ରେଚର ନମିଳିବାରୁ ଜଣେ ରୋଗୀଙ୍କୁ ତାଙ୍କ ସ୍ୱାମୀ କାନ୍ଧରେ ବୋହି ନେଉଥିବା ଚିତ୍ର କ୍ୟାମେରାରେ କଏଦ ହୋଇଛି । କଟକ ସଦର ବ୍ରାହ୍ଣଣଝରିଲୋ ରାମ ସିଂ ନିଜ ପତ୍ନୀଙ୍କ ଚିକିତ୍ସା ପାଇଁ କଟକ ଏସସିବି ପ୍ଲାଷ୍ଟିକ ସର୍ଜରୀ ବିଭାଗକୁ ଆସିଥିଲେ । ଡାକ୍ତରଙ୍କୁ ଦେଖାଇବା ପରେ ସେ ପରୀକ୍ଷା କରାଇବାକୁ କହିଥିଲେ । ହେଲେ ରାମଙ୍କ ସ୍ତ୍ରୀ ଚାଲିବାକୁ ଅକ୍ଷମ ଥିବାରୁ ସେ ଷ୍ଟ୍ରେଚର କିମ୍ବା ବ୍ୟାଟେରୀ ଗାଡ଼ି ପାଇଁ କହିଥିଲେ । ମାତ୍ର ମେଡିକାଲ କର୍ତ୍ତପକ୍ଷ ଷ୍ଟ୍ରେଚର ନଦେବାରୁ ସେ ବାଧ୍ୟ ହୋଇ କାନ୍ଧରେ ବୋହି ବୋହି ନେଇଥିବା ଅଭିଯୋଗ କରିଛନ୍ତି ।
ଅନ୍ୟପଟେ କ୍ୟାମେରାରେ ଆଉ ଏକ ଦୃଶ୍ୟ ମଧ୍ୟ କଏଦ୍ ହୋଇଛି । ଯେଉଁଠି ରୋଗୀଙ୍କୁ ଷ୍ଟ୍ରେଚର ମିଳୁନି, ହେଲେ ସିଲିଣ୍ଡର ଓ ଅନ୍ୟ ଜିନିଷ ବୋହିବାକୁ ବ୍ୟବହାର ହେଉଛି ରୋଗୀବୁହା ଷ୍ଟ୍ରେଚର । ଏସସିବିକୁ ବିଶ୍ୱସ୍ତରୀୟ ମେଡ଼ିକାଲ କରିବା ପାଇଁ ରାଜ୍ୟ ସରକାର ଯୋଜନା ଆରମ୍ଭ କରିଥିବା ବେଳେ ରୋଗୀଙ୍କ ପାଇଁ ଷ୍ଟ୍ରେଚର ଅଭାବ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।
ସେପଟେ ଘଟଣାନେଇ ପ୍ରତିକ୍ରିୟା ରଖିଛନ୍ତି ଏସସିବି ଜରୁରୀ କାଳୀନ ଅଧିକାରୀ । ଏହି ଘଟଣା ଆମ ନଜରକୁ ଆସି ନାହିଁ ,ଯଦି ଏପରି ହୋଇଥାଏ, ତେବେ ଆଗକୁ କିପରି ନହେବ ସେଥିପ୍ରତି ଦୃଷ୍ଟି ଦିଆଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)