Heart Attack Cases
ଗତ କିଛି ବର୍ଷ ହେବ ଦେଶରେ ହୃଦଘାତ ମାମଲା ବଢ଼ିବାରେ ଲାଗିଛି । ଏଭଳି ଭିଡିଓ ସାମନାକୁ ଆସୁଛି ଯେଉଁଥିରେ କହି ଡ୍ୟାନ୍ସ କଲାବେଳେ , କିଏ ଜିମରେ ଏକ୍ସରସାଇଜ କରିବା ବେଳେ ହୃଦଘାତର ଶିକାର ହେଉଛନ୍ତି । ଏହାକୁ ନେଇ ଲୋକମାନେ ଭୟଭୀତ ହୋଇପଡିଛନ୍ତି । ନିଜ ହେଲଥକୁ ନେଇ ଚିନ୍ତାରେ ଅଛନ୍ତି । ଏହାରି ଭିତରେ କର୍ଣ୍ଣାଟକର ମହୀଶୂରରେ ଲୋକଙ୍କ ଭିତରେ ହାର୍ଟ ଆଟାକକୁ ନେଇ ଡରର ମାହୋଲ ରହିଛି ।
ମହୀଶୂରର ଜୟଦେବ ହସପିଟାଲରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଶହ ଶହ ଲୋକ ହସପିଟାଲ ଆସିଥିଲେ ଚେକଅପ ପାଇଁ । ହସପିଟାଲ ପକ୍ଷରୁ କୁହାଯାଇଛି ପୂରା ରାଜ୍ୟରେ ହୃଦଘାତର ମାମଲା ବଢ଼ିଛି । ଏଥିପାଇଁ ଲୋକମାନେ ଚିନ୍ତାରେ ଅଛନ୍ତି । ଖାସକରି ରାଜ୍ୟର ହାସଲ ଜିଲ୍ଲାରେ ହୃଦଘାତ ମାମଲା ସବୁଠୁ ଅଧିକ ସାମନାକୁ ଆସିଛି ।
ଅଧିକ ପଢନ୍ତୁ: ଦେବଦୂତ ସାଜି ଆସିଲେ ଡାକ୍ତର, ଏବେ ସବୁଠି ପ୍ରଶଂସା...ସୁସ୍ଥ ଅଛନ୍ତି ମାଆ ଓ ନବଜାତ
ଜୟଦେବ ହସପିଟାଲର ଅଧିକ୍ଷକ କହିଛନ୍ତି ମିଡିଆରେ ଖବର ଦେଖି ଲୋକମାନେ ଭୟଭୀତ ହୋଇ ହସପିଟାଲ ଆସୁଛନ୍ତି । ଜୟଦେବ ହସପିଟାଲରେ ଥରେ ଯାଞ୍ଚ କଲେ ସମସ୍ୟାର ସମାଧାନ ହେବନି । ପାଖରେ ଥିବା କୌଣସି ହସପିଟାଲରେ ଲୋକମାନେ ନିଜର ଯାଞ୍ଚ କରିପାରିବେ । କେବଳ ହାର୍ଟର ଚେକଅପ କରିଦେଲେ ଭବିଷ୍ୟତରେ ହେବାକୁ ଥିବା ସମସ୍ୟାର ସମାଧାନ ହେଇଯିବନି ।
ହାର୍ଟକୁ ସୁସ୍ଥ ରଖିବା ପାଇଁ ଜୀବନଶୈଳିରେ ପରିବର୍ତ୍ତନ ନିହାତି ଦରକାର । ନିୟମିତ ଏକ୍ସରସାଇଜ କରିବା ଦରକାର । ସମସ୍ତେ ଯଦି ଜୟଦେବ ହସପିଟାଲ ଆସିବେ ତେବେ ଏଠାରେ ପୂର୍ବରୁ ଥିବା ରୋଗୀଙ୍କୁ ଚିକିତ୍ସା କରିବାରେ ଅସୁବିଧା ହେବ ।
ଜୟଦେବ ହସପିଟାଲର ମହୀଶୂର ଓ ବେଙ୍ଗାଲୁରୁ ଶାଖାରେ ରୋଗୀଙ୍କ ସଂଖ୍ୟା ଜୁନ ମାସରୁ ବଢ଼ିଛି । ହାସନ ଜିଲ୍ଲାରେ ୪୦ ଦିନରେ ହୃଦଘାତରେ ୨୩ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୬ଜଣଙ୍କ ବୟସ ୧୯ବର୍ଷରୁ ୨୫ବର୍ଷ ଭିତରେ ଥିଲା । ୮ଜଣଙ୍କ ବୟସ ୨୫ରୁ ୪୫ ବର୍ଷ ଭିତରେ ଥିଲା ।
ରାଜ୍ୟରେ ଏଭଳି ସ୍ଥିତି ଦେଖି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଆଶ୍ବାସନା ଦେଇଛନ୍ତି ରାଜ୍ୟ ସରକାର ଏହି ଘଟଣାକୁ ଗମ୍ଭୀରତାର ସହ ନେଉଛନ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟରେ ହେଉଥିବା ହୃଦଘାତ ଜନିତ ମୃତ୍ୟୁର ଯାଞ୍ଚ ପାଇଁ ଗତ ମାସରେ ଏକ କମିଟି ଗଠନ କରିଥିଲେ । ଏହି କମିଟି ସରକାରଙ୍କୁ ତାର ରିପୋର୍ଟ ଦେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752153319.jpg)