Advertisment

କୋରାପୁଟରେ ଭୁଶୁଡ଼ି ପଡ଼ିଛି ସ୍ୱାସ୍ଥ୍ୟସେବା : ଅଧିକାଂଶ ପଦବୀ ଖାଲି, ହଇରାଣ ହେଉଛନ୍ତି ରୋଗୀ

ବିଭାଗୀୟ ତଥ୍ୟ ଅନୁସାରେ କୋରାପୁଟ ଜିଲ୍ଲାରେ ୧୮ ଟି, ନବରଙ୍ଗପୁର ଜିଲ୍ଲାରେ ୧୬ ଟି, ରାୟଗଡ଼ା ଜିଲ୍ଲାରେ ୧୪ ଓ ମାଲକାନଗିରି ଜିଲ୍ଲାରେ ୮ ଟି ଚିକିତ୍ସାଳୟ ରହିଛି । ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲାରେ ଥିବା ଦୁଇଟି ଡିସ୍ପେନସରୀକୁ ଦେଖିଲେ ଜାଣିହେବ କି ଅଞ୍ଚଳବାସୀ ହୋମିଓପାଥି ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ।  ତେବେ ଚିକିତ୍ସାଳୟ ଅବ୍ୟବସ୍ଥାକୁ ନେଇ ଜିଲ୍ଲା ହୋମିଓପାଥି ଚିକିତ୍ସା ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି

ଅଦ୍ୟତନ ହୋଇଛି
 Medical Negligence In Koraput

Homeopathic doctors Issue

Advertisment

ଦେହ ଅସୁସ୍ଥ ହେଲେ କେବେ କେବେ ଆପଣ ମାନେ ହୋମିଓପାଥି ଖାଇଥିବେ । ହୋମିଓପାଥି ଚିକିତ୍ସା ସେବାକୁ ଲୋକେ ଆଜି ମଧ୍ୟ ଭରସା କରୁଛନ୍ତି । ରାଜ୍ୟ ସରକାର ମଧ୍ୟ ଏହି ବିଭାଗକୁ ଗୁରୁତ୍ଵ ଦେବା ସହିତ ପ୍ରୋତ୍ସାହନ ଦେଇ ନିଯୁକ୍ତି ପ୍ରକ୍ରିୟା କରୁଛନ୍ତି । ତେବେ ଅବିଭକ୍ତ କୋରାପୁଟ ଜିଲ୍ଲାରେ କିନ୍ତୁ ଏହି ସେବା ଦିଗହରା ହୋଇ ପଡ଼ିଛି । କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରିରେ ଥିବା ହୋମିଓପାଥିକ ଚିକିତ୍ସାଳୟ ଗୁଡ଼ିକରେ ୨୬ ଟି ପଦବୀ ଫାଙ୍କା ପଡ଼ିଥିବା ବେଳେ ଅନ୍ୟ କର୍ମଚାରୀ ପଦବୀ ମଧ୍ୟ ଫାଙ୍କା ପଡ଼ିଛି। ସବୁଠୁ ବଡ କଥା ହେଉଛି ଦୀର୍ଘ ବର୍ଷ ହେବ ଏହି ଜିଲ୍ଲା ଗୁଡିକରେ ଚିକିତ୍ସାଳୟ ଏଯାଏଁ ଖୋଲି ନାହିଁ । ଏ ଦିଗରେ ନାଁ ବିଭାଗ ଗୁରୁତ୍ବ ଦେଇଛି ନାଁ ସରକାର।

Advertisment

ଅଧିକ ପଢ଼ନ୍ତୁ: ଟ୍ୟୁମର ରୋଗୀକୁ ପ୍ରସୂତି ରୋଗୀ ପରି କରୁଥିଲେ ଚିକିତ୍ସା

ବିଭାଗୀୟ ତଥ୍ୟ ଅନୁସାରେ କୋରାପୁଟ ଜିଲ୍ଲାରେ ୧୮ ଟି, ନବରଙ୍ଗପୁର ଜିଲ୍ଲା ରେ ୧୬ ଟି, ରାୟଗଡ଼ା ଜିଲ୍ଲା ରେ ୧୪ ଓ ମାଲକାନଗିରି ଜିଲ୍ଲା ରେ ୮ ଟି ଚିକିତ୍ସାଳୟ ରହିଛି । ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲାରେ ଥିବା ଦୁଇଟି ଡିସ୍ପେନସରୀକୁ ଦେଖିଲେ ଜାଣିହେବ କି ଅଞ୍ଚଳବାସୀ ହୋମିଓପାଥି ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ।  ତେବେ ଚିକିତ୍ସାଳୟ ଅବ୍ୟବସ୍ଥାକୁ ନେଇ ଜିଲ୍ଲା ହୋମିଓପାଥି ଚିକିତ୍ସା ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି ।

କହିଛନ୍ତି, ଅନୁମୋଦନ ସତ୍ୱେ ଡାକ୍ତରଖାନା ନଥିବା ସ୍ଥାନ ଗୁଡିକରେ ଡାକ୍ତରଖାନା ଖୋଲାଯାଇଛି । ପର୍ଯ୍ୟାୟକ୍ରମେ ଅନ୍ୟ ସ୍ଥାନ ଗୁଡ଼ିକରେ ଡାକ୍ତରଖାନା ଖୋଲିବା ପାଇଁ ବିଭାଗ ପଦକ୍ଷେପ ନେଉଛି । ସେହିପରି ଡାକ୍ତର ନଥିବା ସ୍ଥାନ ଗୁଡିକରେ ଅନ୍ୟ ଡାକ୍ତରଖାନାର ଡାକ୍ତର ମାନଙ୍କୁ ଡେପୁଟସନ୍‌ରେ ପଠାଇ ଲୋକଙ୍କୁ ଚିକିତ୍ସା ସେବା ପ୍ରଦାନ କରାଯାଉଛି ବୋଲି କହିଛନ୍ତି ।

Advertisment
Medical Negligence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ