Advertisment

Health Benefits of Seeds: ଆପଣ ସୂର୍ଯ୍ୟମୁଖୀ ମଞ୍ଜି ଖାଉଛନ୍ତି କି...ଜାଣନ୍ତୁ ଶରୀର ପାଇଁ ଏହା କେତେ ଭଲ ?

ଆମ ଭାରତୀୟ କିମ୍ୱା ଓଡ଼ିଆ ଘରେ ମଧ୍ୟ କିଛି ମଞ୍ଜିର ନିୟମିତ ବ୍ୟବହାର ବହୁଳ ଭାବେ ହୁଏ ଯେପରି ରାଶି, କଖାରୁ ମଞ୍ଜି, ଇତ୍ୟାଦି। ତେବେ ଆଉ କେତୋଟି ଏପରି ମଞ୍ଜି ଏବେ ବଜାରରେ ମିଳୁଛି ଯାହା ଆମ ସ୍ୱାସ୍ଥ୍ୟପାଇଁ ଅତ୍ୟନ୍ତ ଆବଶ୍ୟକ। ମଞ୍ଜିଗୁଡ଼ିକ ସାଧାରଣତଃ ଆଣ୍ଟିଆକ୍ସିଡାଣ୍ଚ ଓ ମିନେରାଲ୍ ବା ଖଣିଜ ଲବଣର ଗନ୍ତାଘର।

author-image
Jyotsna Mohapatra
ଅଦ୍ୟତନ ହୋଇଛି
ସ୍ୱାସ୍ଥ୍ୟ ଉପଯୋଗୀ ମଞ୍ଜି

ସ୍ୱାସ୍ଥ୍ୟ ଉପଯୋଗୀ ମଞ୍ଜି

ଆପଣମାନେ ନିଜ ପାଇଁ ଖାଦ୍ୟସାମଗ୍ରୀ କିଣିବା ବେଳେ ଡ୍ରାଏଫ୍ରୁଟ୍ସ ଓ ନଟ୍ସ ନିଶ୍ଚୟ ଆଣୁଥିବେ। କାଜୁ, ଆଲମଣ୍ଡ, ୱାଲନଟ୍, ପିସ୍ତା ଏସବୁ କିଣିବା ସହ କେବେ ଆପଣ କେତେ ପ୍ରକାର ମଞ୍ଜି କିଣିଛନ୍ତି କି? ଅନ୍ତତଃ କେବେ କେବେ ତରକାରି ଆଦିରେ ପକାଇବାକୁ ଚାର ମଗଜ ତ ଆଣିଥିବେ। ସେଇଟା କେଉଁଥିରୁ ପ୍ରସ୍ତୁତ ଜାଣନ୍ତି? ସେଇ ପାଖରେ ଆହୁରି କିଛି ଏମିତି ମଞ୍ଜି ଥିବା ମଧ୍ୟ ଦେଖିଥିବେ। ସେସବୁର ବ୍ୟବହାର ବିଷୟରେ ଜାଣନ୍ତି କି? ଆଜି ଆମେ କଥା ହେବା ପ୍ରଚୁର ପୋଷଣ ତତ୍ତ୍ୱ ଥିବା ଏହିପରି କିଛି ମଞ୍ଜି ବିଷୟରେ ଯାହା ମିନେରାଲ୍ସ ଓ ଭିଟାମିନ୍‌ରେ ଭରପୂର ହେବା ସହ ଆମ ଶରୀରକୁ ଆବଶ୍ୟକ ପୋଷଣ ଦେଇଥାଏ।

Advertisment

ତେବେ ଏଠାରେ କହିରଖୁ ଯେ, ଆମ ଭାରତୀୟ କିମ୍ୱା ଓଡ଼ିଆ ଘରେ ମଧ୍ୟ କିଛି ମଞ୍ଜିର ନିୟମିତ ବ୍ୟବହାର ବହୁଳ ଭାବେ ହୁଏ ଯେପରି ରାଶି, କଖାରୁ ମଞ୍ଜି, ଇତ୍ୟାଦି। ତେବେ ଆଉ କେତୋଟି ଏପରି ମଞ୍ଜି ଏବେ ବଜାରରେ ମିଳୁଛି ଯାହା ଆମ ସ୍ୱାସ୍ଥ୍ୟପାଇଁ ଅତ୍ୟନ୍ତ ଆବଶ୍ୟକ। ମଞ୍ଜିଗୁଡ଼ିକ ସାଧାରଣତଃ ଆଣ୍ଟିଆକ୍ସିଡାଣ୍ଚ ଓ ମିନେରାଲ୍ ବା ଖଣିଜ ଲବଣର ଗନ୍ତାଘର। ଏଣୁ ଆମେ ଆଜି ଜାଣିବା ଏପରି କେତୋଟି ଉପକାରୀ ମଞ୍ଜି ବିଷୟରେ।

୧- ଚାରମଗଜ - ଚାରମଗଜ ବା ଚାରି ପ୍ରକାର ମଞ୍ଜି ଏକ ପ୍ରକାର ତରଭୁଜ, ମସ୍କ ମିଲନ୍, ଫୁଟି କାକୁଡ଼ି ଓ କଖାରୁ ମଞ୍ଜିକୁ ନେଇ ମିଶାଇ ପ୍ରସ୍ତୁତ। ଏସବୁ ମିଲନ୍ ବା କଖାରୁ ଜାତୀୟ ଫଳର ମଞ୍ଜି ହୋଇଥିବାରୁ ଗୁଣରେ ପ୍ରାୟ ସମାନତା ରୁହେ। ଏଥିରେ ଭିଟାମିନ୍ ବି ଯଥା ନାସିନ୍, ଥାୟାମିନ୍, ରାଇବୋଫ୍ଲୋବିନ୍ ଆଦି ଭରି ରହିଥିବା ବେଳେ ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍ ପରି ମିନେରାଲ୍ସ ମଧ୍ୟ ଥାଏ। ଏହାକୁ ହାଲକା ଗରମ କରି ଖାଇହେବ ଏବଂ ଛତୁଆରେ ମଧ୍ୟ ମିଶାଇ ଛୋଟ ଛୁଆଙ୍କୁ ଦେଇହେବ।

Advertisment

୨- ଚିଆ ସିଡ୍ସ– ଚିଆସିଡ୍ସ ଓ ବାସିଲ୍ ସିଡ୍ ଦୁଇଟି ଅଲଗା ଜିନିଷ। ଚିଆସିଡ୍ ବା ସବଜା ସିଡ୍ ସାଲଭିଆ ହିସ୍‌ପାନିକା ନାମକ ଏକ ଗଛର ମଞ୍ଜି। ଏହା ତୁଳସୀ ପ୍ରଜାତିର ଏକ ଗୁଳ୍ମ ବା ପ୍ଲାଣ୍ଟ। ଏହି ମଞ୍ଜିକୁ ପାଣିରେ ଭିଜାଇ କିମ୍ୱା ଦହିରେ ପକାଇ ଖାଇପାରିବେ। ଏହା ଦେହକୁ ଥଣ୍ଡା ରଖିବା ସହ ମ୍ୟାଗ୍ନେସିୟମ୍ ଓ ଆଇରନ୍‌ରେ ଭରପୂର ହୋଇଥିବାରୁ ଏହା ଅତ୍ୟନ୍ତ ଉପାଦେୟ ଖାଦ୍ୟ। ଓମେଗା 3 ଫ୍ୟାଟି ଏସିଡ୍, ପ୍ରୋଟିନ୍ ଓ କମ୍ କ୍ୟାଲୋରୀଯୁକ୍ତ ଏହି ମଞ୍ଜିଟି ହୃଦ୍‌ରୋଗୀଙ୍କ ପାଇଁ ଖୁବ୍ ଭଲ ଦରକାରୀ ଜିନିଷ। ୧୦୦ ଗ୍ରାମ୍ ଚିଆ ସିଡ୍‌ରୁ ୧୩୭ କ୍ୟାଲୋରୀ ମିଳେ।

୩- ଫ୍ଲାକ୍ସ ସିଡ୍ ଓରାଶୀ ମଞ୍ଜି- ଏହା ରାଶି ପରି ଦେଖାଯାଉଥିବା ଏକ ମଞ୍ଜି। ଫାଇବର୍, ଓମେଗା 3 ଫ୍ୟାଟି ଏସିଡ୍‌ ଥିବା ଏହି ମଞ୍ଜି ଉଚ୍ଚ କୋଲେଷ୍ଟରଲ୍, ହାର୍ଟ ସମସ୍ୟା, ରକ୍ତଚାପ ଓ ଡାଇବେଟିସ୍ ଥିବା ବ୍ୟକ୍ତିମାନଙ୍କ ପାଇଁ ଖୁବ୍ ଉପାଦେୟୀ। ଏହାକୁ ମଧ୍ୟ ଆପଣ ଭାଜି ଛତୁଆରେ ପକାଇ ଖାଇପାରିବେ। ରାଶି ମଞ୍ଜିରେ ମଧ୍ୟ ପ୍ରଚୁର ଆଇରନ୍ ରହିଥାଏ। ଏଣୁ ଗର୍ଭବତୀ ନାରୀ ମହିଳାମାନେ ଏହାକୁ ଲଡ଼ୁ କରି କିମ୍ୱା ଛତୁଆରେ ପକାଇ ଖାଇପାରିବେ।

୪- ସୂର୍ଯ୍ୟମୁଖୀ ମଞ୍ଜି- ଆପଣମାନେ ସନଫ୍ଲାୱାର୍ ରିଫାଇନ୍ଡ ଅଏଲ୍ ବ୍ୟବହାର କରୁଥିବେ ନିଶ୍ଚୟ। ହଁ, ସେହି ସନଫ୍ଲାୱାର ବା ସୂର୍ଯ୍ୟମୁଖୀ ଗଛର ମଞ୍ଜି ମଧ୍ୟ ଅନେକ ଗୁଣବତ୍ତା ଧାରଣ କରେ। ଯେମିତି କି ଏହା ଭିଟାମିନ୍ ଇ ଓ ଆଣ୍ଟିଅକ୍ସିଡାଣ୍ଟର ଏକ ପ୍ରମୁଖ ଉତ୍ସ। ଏହାକୁ ସାଲାଡ୍, କୁକିଜ୍ ଆଦି ପ୍ରସ୍ତୁତ ବେଳେ ଏହା ବ୍ୟବହାର କରାଯାଏ। କେଶ ଓ ତ୍ୱଚା ପାଇଁ ଏହା ଲାଭପ୍ରଦ ହୋଇଥାଏ। ତେବେ ଏଥିରେ ସୋଡ଼ିୟମ୍ ପରିମାଣ ଅଧିକ ରହୁଥିବାରୁ ରକ୍ତଚାପ କିମ୍ୱା ସୋଡିୟମ୍ ଜନିତ ସମସ୍ୟା ଥିବା ବ୍ୟକ୍ତିମାନେ ଏହାକୁ ଖାଇବେ ନାହିଁ।

ଉପରୋକ୍ତ ବର୍ଣ୍ଣିତ ମଞ୍ଜିଗୁଡ଼ିକ ଆପଣ ନିଜର ଭଲ ସ୍ୱାସ୍ଥ୍ୟ ପାଇଁ ଖାଇପାରିବେ। ତେବେ ସର୍ବଦା ମନେ ରଖିବେ ଆପଣଙ୍କର ଯଦି ଆଗରୁ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଅଛି ତେବେ ଯେ କୌଣସି ଡାଏଟ୍ କିମ୍ୱା ଖାଦ୍ୟ ନେବା ପୂର୍ବରୁ ଜଣେ ଡାଏଟିସିଆନ୍‌ଙ୍କ ସହ ପରାମର୍ଶ କରିବା ଆବଶ୍ୟକ। ବର୍ତ୍ତମାନ ଏସବୁ ସୁପରଫୁଡ୍ ଭାବେ ପରିଗଣିତ ହେଉଥିବା ବେଳେ ଏହାକୁ ନିୟମିତ ଖାଦ୍ୟ ଅଭ୍ୟାସର ଏକ ଅଂଶ କରିବା ଜରୁରୀ। ଏହା ଆମ ଶରୀରରେ ଖରାପ କୋଲେଷ୍ଟରଲ୍‌କୁ କମାଇ ଭଲ କୋଲେଷ୍ଟରଲ୍ ସ୍ତର ବଢ଼ାଏ। ଆପଣ ପ୍ରସ୍ତୁତ କରୁଥିବା ସ୍ମୁଦି, ସାଲାଡ୍ ଅଥବା ଖାଲି ଦହିରେ ମଧ୍ୟ ଆପଣ ଏ ମଞ୍ଦିସବୁ ନେଇପାରିବେ।

Healthy Food Health Benefits Lifestle/vastu For Sesame Seeds
Advertisment
Advertisment