/odishatv-khabar/media/post_attachments/uploadimage/library/16_9/16_9_0/Love_1653673101.jpg)
Love
ଆଜି ଆମେ ଏମିତି ଏକ ଘଟଣା ବିଷୟରେ କହିବୁ, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । କାରଣ ଆପଣ କେବେ ଭାବି ନଥିବେ ସେକ୍ସ ବା ସମ୍ଭୋଗ କରିବା ପରେ ଚାଲିଯାଏ ସ୍ମୃତି ଶକ୍ତି । ଆଜ୍ଞା ହଁ ଏହା ସତ । ଜଣେ ବ୍ୟକ୍ତି ୧୦ ମିନିଟ୍ ସେକ୍ସ କରିବା ପରେ ତାଙ୍କ ସ୍ମୃତି ଶକ୍ତି ହରାଇ ବସିଲେ ।ପ୍ରଥମେ ଡାକ୍ତର ମାନେ ମଧ୍ୟ ଏଭଳି ଘଟଣା ଶୁଣି ଆଶ୍ଚର୍ଯ୍ୟ ହେଲେ । କିନ୍ତୁ ପରେ ପରୀକ୍ଷା ନିରିକ୍ଷା କରିବା ପରେ ଏହା ସତ ବୋଲି ଜଣିବାକୂ ପାଇଲେ ।
ଖବର ଅନୁଯାୟୀ, ବ୍ୟକ୍ତି ଜଣକ ଗତ ଦୁଇ ଦିନ ମଧ୍ୟରେ ଘଟିଥିବା ସମସ୍ତ ଜିନିଷ ଭୁଲି ଯାଇଥିଲେ । ବ୍ୟକ୍ତିଙ୍କର ସର୍ଟ ଟର୍ମ ମେମୋରି ଲସ୍ ହୋଇଥିଲା । ଏକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି । ଆୟରିଶ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଯୌନ ସମ୍ପର୍କର ୧୦ ମିନିଟ ପରେ, ୬୬ ବର୍ଷିୟ ଏହି ବ୍ୟକ୍ତି ସବୁକିଛି ଭୁଲି ଯାଇଥିଲେ ।
ଆର୍ୟଲାଣ୍ଡର ୟୁନିଭରସିଟି ହସ୍ପିଟାଲ୍ ଲିମରିକ୍ର ସ୍ନାୟୁବିଜ୍ଞାନ ବିଭାଗ ମଧ୍ୟ ସ୍ପଷ୍ଟ କରିଛି ଯେ, ଯୌନ ସମ୍ପର୍କ ଦ୍ୱାରା ସ୍ମୃତି ଶକ୍ତି ଚାଲିଯାଇପାରେ । ତେବେ ୭ ବର୍ଷ ପୂର୍ବେ ଏହି ବ୍ୟକ୍ତିଙ୍କଠାରେ ଏଭଳି ଲକ୍ଷଣ ଦେଖାଯାଇଥିଲା । ସେତେବେଳେ ମଧ୍ୟ ସେ ଏଭଳି ସର୍ଟ ଟର୍ମ ମେମୋରି ଲସ୍ର ଶିକାର ହୋଇଥିଲେ । ଏଥିପାଇଁ ସେ ଡାକ୍ତରଙ୍କ ପରାମର୍ଶ ନେବାକୁ ମେଡିକାଲ ମଧ୍ୟ ଯାଇଥିଲେ ।
ରିପୋର୍ଟ ଅନୁଯାୟୀ, ସ୍ମୃତି ଶକ୍ତି ହରାଇବାର ୧୦ ମିନିଟ୍ ପୂର୍ବରୁ ସେ ତାଙ୍କ ପତ୍ନୀଙ୍କ ସହ ସେକ୍ସ କରିଥିଲେ । ଏହା ପରେ ସେ ନିଜ ଫୋନକୁ ଦେଖିଥିଲେ ଏବଂ ସ୍ତବ୍ଧ ହୋଇପଡ଼ିଥିଲେ । ସେ ନିଜ ବିବାହ ବାର୍ଷିକୀର ତାରିଖ ଭୁଲିଯାଇଛନ୍ତି ବୋଲି ଭାବିଲେ । କିନ୍ତୁ ବାସ୍ତବରେ ତାଙ୍କର ବିବାହ ବାର୍ଷିକୀ ଏହାର ଗୋଟିଏ ଦିନ ପୂର୍ବରୁ ଥିଲା ଏବଂ ସେ ଏହାକୁ ଧୁମ୍ଧାମ୍ର ସହ ପାଳନ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)