Advertisment

ଆସିଲା ‘ବୁଦ୍ଧିମାନ ଛୁରୀ’: ଏଣିକି ମୁହୂର୍ତ୍ତକେ ଚିହ୍ନଟ ହୋଇପାରିବ କ୍ୟାନ୍ସର...

କ୍ୟାନ୍ସର ଚିହ୍ନଟ ପାଇଁ ଏକ ନୂତନ ଆବିଷ୍କାର କରାଯାଇଛି। ଫଳରେ ଏହାଦ୍ୱାରା ଗର୍ଭ କ୍ୟାନ୍ସରକୁ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଚିହ୍ନଟ କରାଯାଇପାରିବ ବୋଲି ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Intelligent Surgical Knife Can Detect Cancer Within Seconds

Intelligent Surgical Knife Can Detect Cancer Within Seconds

ପାଶ୍ଚାତ୍ୟ ଦେଶରେ କର୍କଟ ରୋଗ(Cancer) ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଯାହା ଏବେ ଚିନ୍ତାର ବିଷୟ। ସେପଟେ ଏହାର ଚିକିତ୍ସା ପାଇଁ ଗୋଟିଏ ପରେ ଗୋଟିଏ ନୂଆ ନୂଆ ଟେକ୍ନୋଲୋଜି ବ୍ୟବହାର କରାଯାଇ ରିସର୍ଚ୍ଚ କରାଯାଉଛି। ଏସବୁ ଭିତରେ କ୍ୟାନ୍ସର ଚିହ୍ନଟ(Cancer Diagnosis) ପାଇଁ ଏକ ନୂତନ ଆବିଷ୍କାର କରାଯାଇଛି। ଫଳରେ ଏହାଦ୍ୱାରା ଗର୍ଭ କ୍ୟାନ୍ସର(Womb Cancer)କୁ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଚିହ୍ନଟ କରାଯାଇପାରିବ ବୋଲି ଜଣାପଡ଼ିଛି। 

Advertisment

କମାଲ୍‌ ଦେଖାଇବ ଏହି ସର୍ଜିକାଲ୍‌ ଛୁରୀ...

କ୍ୟାନ୍ସର ଚିହ୍ନଟ ପାଇଁ ଏକ ସର୍ଜିକାଲ୍‌ ଛୁରୀ(Surgical Knife)କୁ ବିକଶିତ କରାଯାଇଛି। କୁହାଯାଉଛି ଯେ, ଏହାଦ୍ୱାରା କର୍କଟ ରୋଗର ଚିକିତ୍ସା ଅତି ସହଜ ହେବ। କାରଣ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଏହାଦ୍ୱାରା ବିଶେଷ ପ୍ରକାରର କ୍ୟାନ୍ସରର ଚିହ୍ନଟ କରାଯାଇପାରିବ। ବିଶେଷଜ୍ଞ ଏହାକୁ ‘ବୁଦ୍ଧିମାନ ଛୁରୀ(Intelligent Knife)’ ବୋଲି କହୁଛନ୍ତି। ଏହି ଛୁରୀ ମାଧ୍ୟମରେ ଷ୍ଟାଣ୍ଟାର୍ଡ ଇଲେକ୍ଟ୍ରୋସର୍ଜିକାଲ୍‌ ପଦ୍ଧତି ବ୍ୟବହାର କରାଯାଇ Endometrial କ୍ୟାନ୍ସର ଚିହ୍ନଟ ହୋଇପାରିବ। ମାତ୍ର ୧ ସେକେଣ୍ଡ ମଧ୍ୟରେ କ୍ୟାନ୍ସରକୁ ଚିହ୍ନଟ କରିବାରେ ଏହା ସକ୍ଷମ ହେବ। 

ଏମିତି କରିଥାଏ କାମ...

ସର୍ଜିକାଲ୍‌ ଇଣ୍ଟେଲିଜେଣ୍ଟ ନାଇଫ୍‌ REIMS(Rapid Evaporative Ionisation Mass Spectrometry) ଉପରେ କାର୍ଯ୍ୟ କରିଥାଏ। ଏହି ଛୁରୀ ମାଧ୍ୟମରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ହ୍ୟୁମାନ୍‌ ଟିସୁ ଖୁବ୍‌ଶୀଘ୍ର ଚିହ୍ନଟ ହୋଇପାରିବ। ଏକ ମାଗାଜିନ୍‌ରେ ପ୍ରକାଶିତ ରିପୋର୍ଟ ଅନୁସାରେ, iKnife Endometrial ପିପେଲ୍‌ ବାୟୋପ୍ସି ନମୁନାରୁ Endometrial କ୍ୟାନ୍ସରର ସଠିକ୍‌ ଚିହ୍ନଟ ହୋଇପାରିବ ଜଣାପଡ଼ିଛି। ରିସର୍ଚ୍ଚରମାନେ ସନ୍ଦିଗ୍ଧ ଗର୍ଭ କ୍ୟାନ୍ସରରେ ଆକ୍ରାନ୍ତ ୧୫୦ ଜଣ ମହିଳାଙ୍କ ବାୟୋପ୍ସି ଟିସୁର ନମୁନାକୁ ଏକାଠି କରି ଏହାକୁ iKnifeରେ ଚିହ୍ନଟ କରାଯାଇଥିବା ଟେକ୍‌ନିକ୍‌ ସହ ତୁଳନା କରିଥିଲେ। ଯେଉଁଥିରେ ଜଣାପଡ଼ିଥିଲା, iKnifeର ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ଖୁବ୍‌ କମ୍‌ ସମୟରେ ଭଲ ରେଜଲ୍ଟ ମିଳିପାରୁଛି।

Advertisment

ଲଣ୍ଡରେ ହୋଇଥିଲା ରିସର୍ଚ୍ଚ...

ସର୍ଜିକାଲ୍‌ ଇଣ୍ଟେଲିଜେଣ୍ଟ ନାଇଫ୍‌, Ambient Mass Spectrometryର ଏକ ରୂପ। ରିସର୍ଚ୍ଚରମାନେ ଖୁଲାସା କରିଛନ୍ତି ଯେ, ଏହି ସର୍ଜିକାଲ୍‌ ଛୁରୀକୁ ଷ୍ଟାଣ୍ଟାର୍ଡ ଇଲେକ୍ଟ୍ରୋସର୍ଜିକାଲ୍‌ ପଦ୍ଧତିର ହିଁ ବ୍ୟବହାର କରାଯାଇଥାଏ। iKnife ମାଧ୍ୟମରେ ଫୁସ୍‌ଫୁସ୍‌, କୋଲନ୍‌, ଲିଭର୍‌ ସମେତ ବିଭିନ୍ନ ଟିସୁ ଗୁଡ଼ିକ ସଠିକ୍‌ ଭାବେ ଚିହ୍ନଟ ହୋଇପାରିବ। ଏହି ସ୍ୱତନ୍ତ୍ର ଛୁରୀକୁ Imperial College Londonର ମେଡିକାଲ୍‌ ଏକ୍ସପର୍ଟ ବିକଶିତ କରିଛନ୍ତି। 

Cancer
Advertisment
Advertisment