• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଦେଶରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଆଇସିଏମଆର ଓ ଲାନସେଣ୍ଟ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଭାରତରେ ୧୦ କୋଟିରୁ ଅଧିକ ଲୋକ ଡାଇବେଟିସ ଆକ୍ରାନ୍ତ। 

ସଦ୍ୟ ରିପୋର୍ଟ ଅନୁସାରେ ୧୦ କୋଟି ୧୦ ଲକ୍ଷ ଲୋକଙ୍କୁ ଡାଇବେଟିସ ହୋଇଛି । ୨୦୧୯ରେ ୭ କୋଟି ଲୋକ ମଧୁମେହରେ ଆକ୍ରାନ୍ତ ହୋଇଥିଲେ। ୪ ବର୍ଷରେ ୪୪ ପ୍ରତିଶତ ମଧୁମେହ ରୋଗୀ ସଂଖ୍ୟା ବଢ଼ିଛି । ୨୬.୪% ଆକ୍ରାନ୍ତ ସହ ଗୋଆରେ ସବୁଠୁ ଅଧିକ ମଧୁମେହ ରୋଗୀ ଅଛନ୍ତି । 

ଏହି ସର୍ଭେ ୨୦୦୮ରୁ ୨୦୨୦ ପର୍ଯ୍ୟନ୍ତ ସହରାଞ୍ଚଳର ୩୩,୩୫୭ ଓ ଗ୍ରାମାଞ୍ଚଳର ୭୯,୫୦୬ ସମୁଦାୟ ୧,୧୩,୦୪୩ ଲୋକଙ୍କୁ ନେଇ କରାଯାଇଥିଲା। ତେବେ ଭାରତର ଦକ୍ଷିଣାଞ୍ଚଳ ଓ ଉତ୍ତରାଞ୍ଚଳରୁ ଅଧିକ ଡାଇବେଟିସ୍‌ ରୋଗୀ ଚିହ୍ନଟ ହୋଇଥିଲେ। ଯେଉଁଠି ସହରାଞ୍ଚଳରେ ସବୁଠୁ ଅଧିକ ଥିଲେ। ତେବେ ଆଭ୍ୟନ୍ତରୀଣ ଅଞ୍ଚଳ ଓ ଉତ୍ତର-ପୂର୍ବ ଅଞ୍ଚଳରେ କମ୍‌ ଚିହ୍ନଟ ହୋଇଥିଲେ। ଯାହା The Lancet Diabetes and Endocrinologyରେ ପ୍ରକାଶ ପାଇଛି।