ଖାଦ୍ୟରେ ସାମିଲ କରନ୍ତୁ ଏହି ପରିବା; ନିୟନ୍ତ୍ରଣରେ ରହିବ ବ୍ଲଡ୍‌ ପ୍ରେସର୍‌ ! 

 ଖରାପ ଖାଦ୍ୟ ଯୋଗଁ ପ୍ରତ୍ୟେକ ଘରେ ଏବେ ରୋଗ ବଢିବାରେ ଲାଗିଛି । ଯାହା ଘରେ ଦେଖିବେ କିଛି ନା କିଛି ରୋଗ ରହିଛି । ଆପଣଙ୍କର ବ୍ଲଡ୍‌ ପ୍ରେସର୍‌ ରହିଛି କି ? ଖାଆନ୍ତୁ ଏହି ପରିବା...

blood pressure

ଜୀବନଶୈଳୀରେ ପରିବର୍ତ୍ତନ । ଖରାପ ଖାଦ୍ୟ ଯୋଗୁଁ ପ୍ରତ୍ୟେକ ଘରେ ଏବେ ରୋଗ ବଢିବାରେ ଲାଗିଛି । ଯାହା ଘରେ ଦେଖିବେ କିଛି ନା କିଛି ରୋଗ ରହିଛି । ଆପଣଙ୍କର ବ୍ଲଡ୍‌ ପ୍ରେସର୍‌ ରହିଛି କି ? ଆପଣଙ୍କ ଘରେ କାହାର ବ୍ଲଡ୍‌ ପ୍ରେସର୍‌ ରହିଛି କି ? ପ୍ରତ୍ୟେକଙ୍କ ଘରେ କାହାର ନା କାହାର ବ୍ଲଡ୍‌ ପ୍ରେସର୍‌ ରହିଛି । ଏଭଳି ରୋଗ କାରଣରୁ ଅଧିକାଂଶ ଲୋକ ଛାତିରେ ଯନ୍ତ୍ରଣା, ଶରୀର ବିନ୍ଧା ଛିଟିକା ହେବା, ମୁଣ୍ତ ବିନ୍ଧା, ଦୃଷ୍ଟିଶକ୍ତିରେ ସମସ୍ୟା ଦେଖା ଯାଇଥାଏ  । ଏହା ବ୍ୟତୀତ ହାର୍ଟ ଆଟାକ ହେବାର ଆଶାଙ୍କା ମଧ୍ୟ ବଢି ଯାଇଥାଏ।

ଅଧିକ ପଢ଼ନ୍ତୁ: Health Tips: ଗାଜର-ବିଟ୍ ରସ ମୋଟାପଣକୁ କରିବ ନିୟନ୍ତ୍ରଣ, ରକ୍ତଚାପରୁ ଦେବ ମୁକ୍ତି...

ଏମିତିରେ ବ୍ଲଡ୍‌ ପ୍ରେସର୍‌କୁ ଭଲ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । ତଥାପି, ଖାଇବାରେ କିଛି ସତର୍କତା ଅବଲମ୍ବନ କଲେ ଆପଣ ନିଶ୍ଚିତ ଭାବରେ ଏହାକୁ ନିୟନ୍ତ୍ରଣ କରିପାରିବେ । ଆପଣଙ୍କୁ ଧ୍ୟାନ ଦେବା ଆବଶ୍ୟକ ଯେ ଆପଣ ଏପରି ଖାଦ୍ୟ ଖାଉ ନାହାଁନ୍ତି ଯାହା ହଠାତ୍ ଆପଣଙ୍କ ବ୍ଲଡ୍‌ ପ୍ରେସର୍‌ ବଢାଇଥାଏ । ସର୍ବଦା ଏପରି ଖାଦ୍ୟ ଖାଆନ୍ତୁ ଯାହା ବ୍ଲଡ୍‌ ପ୍ରେସର୍‌ କ୍ଷେତ୍ରରେ ତୁରନ୍ତ ଆରାମ ଦେଇଥାଏ । ଆମେ ଆପଣଙ୍କୁ ଏପରି ୪ ଟି ଖାଦ୍ୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ଖାଇବା ଦ୍ବାରା ବ୍ଲଡ୍‌ ପ୍ରେସର୍‌କୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇପାରେ । 

ପାଳଙ୍ଗ ଶାଗ ଖାଆନ୍ତୁ...

ଆପଣଙ୍କ ଖାଦ୍ୟରେ ପାଳଙ୍ଗ ଶାଗ, ସବୁଜ ପନିପରିବା ଖାଆନ୍ତୁ । ଏଥିରେ କ୍ୟାଲସିୟମ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ରହିଥାଏ । ଏପରି ପରିସ୍ଥିତିରେ ଆପଣ ଏହାକୁ ଖାଇବା ଦ୍ବାରା ବ୍ଲଡ୍‌ ପ୍ରେସର୍‌ ନିୟନ୍ତ୍ରଣ ରହିବା ସହ ଶରୀର ମଧ୍ୟ ସୁସ୍ଥ ରହିଥାଏ । 

କଦଳୀ ଖାଆନ୍ତୁ...

କଦଳୀରେ ପୋଟାସିୟମ୍ ଭରପୂର ରହିଥାଏ । ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ପୋଟାସିୟମ୍ ସାହାଯ୍ୟ କରେ । ଏପରି ପରିସ୍ଥିତିରେ, ବ୍ଲଡ୍‌ ପ୍ରେସର୍‌ ସମସ୍ୟାରୁ ଦୂରେଇ ରହିବାକୁ, ଆପଣ ଦିନକୁ  ଗୋଟିଏ କଦଳୀ ଖାଇପାରିବେ କିମ୍ବା ଆପଣ ଏଥିରୁ କିଛି ସୁସ୍ବାଦୁ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରିପାରିବେ।

ଅଧିକ ପଢ଼ନ୍ତୁ: ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାକୁ ପ୍ରତିଦିନ ଖାଆନ୍ତୁ ଏହିସବୁ ଖାଦ୍ୟ

ବିଟ୍‌ ଖାଆନ୍ତୁ...

ବିଟ୍‌ରେ ଅଧିକ ପରିମାଣର ନାଇଟ୍ରିକ୍ ଅକ୍ସାଇଡ୍ ଥାଏ । ଏହା ରକ୍ତବାହୀ ଖୋଲିବା ଓ ରକ୍ତ ପ୍ରବାହରେ ଉନ୍ନତି ଆଣିବାରେ ସାହାଯ୍ୟ କରେ । ଯାହାଫଳରେ ରକ୍ତଚାପ ନିୟନ୍ତ୍ରଣ କରିଥାଏ । ଏପରି ପରିସ୍ଥିତିରେ, ଆପଣ ବିଭିନ୍ନ ଉପାୟରେ ବିଟ୍ସ ନିଜ ଖାଦ୍ୟରେ ସାମିଲ କରିପାରିବେ ।

ରସୁଣ ଖାଆନ୍ତୁ...

ରସୁଣରେ ଆଣ୍ଟି-ବାୟୋଟିକ୍ ଓ ଆଣ୍ଟି-ଫଙ୍ଗସ୍ ରହିଥାଏ । ନାଇଟ୍ରିକ୍ ଅକ୍ସାଇଡ୍ ମଧ୍ୟ ବଢାଇଥାଏ । ଏହା ଆପଣଙ୍କ ମାଂସପେଶୀକୁ ଆରାମ ଦେଇଥାଏ । ଉତ୍ତମ ରକ୍ତ ପ୍ରବାହ ହେତୁ ବିପି ନିୟନ୍ତ୍ରଣରେ ରହିଥାଏ । ଆପଣ କଞ୍ଚା ରସୁଣ ଓ ଲବଙ୍ଗ ମଧ୍ୟ ଖାଇପାରିବେ ।