Advertisment

ଫେରୁଛି କୋଭିଡ୍: ଏହି ସବୁ ଯୋଗ କରି ବଢାନ୍ତୁ ଇମ୍ୟୁନିଟି

ବିଶ୍ୱର ଅନେକ ଦେଶରେ କରୋନାର ନୂଆ ଭାରିଆଣ୍ଟ ସଂକ୍ରମଣର ଆଶଙ୍କା ପୁଣି ବଢିଛି। ଭାରତରେ ମଧ୍ୟ ଏହାର ବିପଦକୁ ଧ୍ୟାନରେ ରଖି ଲୋକଙ୍କୁ ସତର୍କ କରାଯାଉଛି। ଏହି ନୂଆ ଭାରିଆଣ୍ଟ କେବଳ ସେହିମାନଙ୍କ ପାଇଁ କ୍ଷତିର କାରଣ ହେବ ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ। ତେବେ ଆସନ୍ତୁ ଜାଣିବା, କିପରି ବଢେଇବା ଇମ୍ୟୁନିଟି।

ଅଦ୍ୟତନ ହୋଇଛି
Increase Immunity Against Covid-19 With Yoga Asanas

Immunity booster yoga for covid-19

Advertisment

ବର୍ତ୍ତମାନ ବିଶ୍ୱର ଅନେକ ଦେଶରେ କରୋନାର ନୂଆ ଭାରିଆଣ୍ଟ ସଂକ୍ରମଣର ଆଶଙ୍କା ପୁଣି ବଢିଛି। ଭାରତରେ ମଧ୍ୟ ଏହାର ବିପଦକୁ ଧ୍ୟାନରେ ରଖି ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ଏବଂ କୋଭିଡ୍‌ର ଉପଯୁକ୍ତ ଆଚରଣ ଅନୁସରଣ କରିବାକୁ ନିବେଦନ କରାଯାଇଛି।

Advertisment

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଯଦିବି ଆପଣ ଟୀକାକରଣ ହୋଇଛନ୍ତି, ତଥାପି କରୋନା କୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଉଚିତ। ଏହାବ୍ୟତୀତ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ପଦକ୍ଷେପ ନେବା ମଧ୍ୟ ଆବଶ୍ୟକ। ଅଧ୍ୟୟନରୁ ଜଣାପଡିଛି ଯେ ଏହି ନୂଆ ଭାରିଆଣ୍ଟ କେବଳ ସେହିମାନଙ୍କ ପାଇଁ କ୍ଷତିର କାରଣ ହେବ ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ।

ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ପୁଷ୍ଟିକର ଖାଦ୍ୟ ପ୍ରତି ଧ୍ୟାନ ଦେବା ସହିତ ଦିନଚର୍ଯ୍ୟାକୁ ଠିକ କରିବା ମଧ୍ୟ ଜରୁରୀ। ଏଥିପାଇଁ ନିୟମିତ ଭାବେ ଯୋଗ-ବ୍ୟାୟାମ ଅଭ୍ୟାସ କରିବା ବିଶେଷ ଲାଭଦାୟକ ହୋଇପାରେ।

Advertisment

ନିୟମିତ ଯୋଗ ଅଭ୍ୟାସ ପ୍ରତିରୋଧକ ଶକ୍ତିକୁ ବଢେଇବାରେ ସହାୟକ ହୋଇଥାଏ। ତେବେ ଆସନ୍ତୁ ସେହିସବୁ ଯୋଗାସନ ଓ ପ୍ରାଣାୟାମ ଉପରେ ନଜର ପକେଇବା ଯାହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢେଇବାରେ ସହାୟକ ହୋଇଥାଏ।

ଅଧିକ ପଢ଼ନ୍ତୁ: ପ୍ରଜନନ ସମସ୍ୟାକୁ ଦୂର କରିବ ଏହି ୪ ଯୋଗାସନ

କେତେ ପ୍ରଭାବଶାଳୀ ଯୋଗ ଅଭ୍ୟାସ:

ପ୍ରାକୃତିକ ପ୍ରତିରକ୍ଷା ବୁଷ୍ଟର ଭାବରେ ଯୋଗ ହେଉଛି ଅନ୍ୟତମ ପ୍ରଭାବଶାଳୀ ଉପାୟ। ଅନୁସନ୍ଧାନରୁ ଜଣାପଡିଛି ଯେ ଯୋଗ ଲିମ୍ଫାଟିକ୍ ସିଷ୍ଟମ୍‌କୁ ଚଳଚଚଞ୍ଚଳ କରିବା ସହିତ ଷ୍ଟ୍ରେସ୍ ହରମୋନ୍‌କୁ ହ୍ରାସ କରି ସ୍ନାୟୁ ପ୍ରଣାଳୀକୁ ମଜବୁତ କରିଥାଏ। ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ମଧ୍ୟ ସାହାଯ୍ୟ କରେ। ଯୋଗ ମନକୁ ଶାନ୍ତ କରିଥାଏ ଏବଂ ଭଲ ନିଦ ହେବାରେ ସାହାଯ୍ୟ କରିଥାଏ। ଶାନ୍ତ ମନ ଓ ସୁଖନିଦ୍ରା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ।

Advertisment

ଯୋଗାସନ:

ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଅନେକ ଯୋଗାସନ ମଧ୍ୟ ଖୁବ ଉପକାରୀ। ଜଣେ ନିୟମିତ ଯୋଗାସନ କରୁଥିବା ବ୍ୟକ୍ତି ତା’ ଜୀବନରେ ଖୁବ କମ ରୋଗରେ ପୀଡିତ ହୋଇଥାଏ।

  • ହଳାସନ ଥାଇରଏଡ୍ ଗ୍ରନ୍ଥିକୁ ଠିକ୍ ରଖିବା ସହ ସ୍ନାୟୁ ପ୍ରଣାଳୀକୁ ମଜବୁତ କରେ।
  • ସେହିପରି ସେତୁବନ୍ଧାସନ ହୃଦୟକୁ ପ୍ରସାରିତ କରିଦିଏ, ଯାହାଫଳରେ ରକ୍ତ ସଞ୍ଚାଳନରେ ଉନ୍ନତି ଆସେ। ଏହା ଶରୀରରେ ଉର୍ଜାକୁ ବଢେଇଦିଏ।
  • ମନକୁ ଶାନ୍ତ କରିବା ଏବଂ ମନକୁ ଆରାମ ଦେବା ପାଇଁ ବାଳାସନ ହେଉଛି ଏକ ଉତ୍କୃଷ୍ଟ ପୋଜ୍। ଏହା ପ୍ରତିରକ୍ଷା ପ୍ରଣାଳୀକୁ ମଧ୍ୟ ମଜବୁତ କରେ।

ପ୍ରାଣାୟମ:

  • ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବା ପାଇଁ ପ୍ରାଣାୟାମ ରାମବାଣ ଭଳି କାମ କରେ। କପାଳଭାତି ଏବଂ ଭସ୍ତ୍ରିକା ହେଉଛି ଏମିତି ଦୁଇଟି ପ୍ରାଣାୟାମ ଯାହା ଫୁସ୍‌ଫୁସ୍‌କୁ ସଫା କରିବା ସହ ପ୍ରତିରକ୍ଷା ପ୍ରଣାଳୀକୁ ଚଳଚଞ୍ଚଳ କରିଥାଏ।
  • ଯଦି ଆପଣ ଶ୍ୱାସକ୍ରିୟା କିମ୍ବା ହଜମ ପ୍ରକ୍ରିୟା ସହିତ ଜଡିତ କୌଣସି ରୋଗରେ ପୀଡିତ, ତେବେ ନାଡିଶୋଧନ ପ୍ରାଣାୟାମ ସର୍ବୋତ୍ତମ ବିକଳ୍ପ।
Yogasana Yoga Health Tips Yoga Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ