• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କର୍କଟ ରୋଗ । ମୃତ୍ୟୁର ଦୂତ କହିଲେ ଚଳେ । ପ୍ରାଥମିକ ଅବସ୍ଥାରେ ରୋଗ ଜଣାପଡ଼ିଲେ ଭଲହେବାର ସମ୍ଭାବନା ଥାଏ । ତଥାପି ଏହି ରୋଗ ନାଁ ଶୁଣିଲେ ସମସ୍ତେ ଭୟଭୀତ ହୋଇପଡ଼ନ୍ତି । ଭାରତରେ ପ୍ରତି ବର୍ଷ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ।  ମାରାତ୍ମକ ରୋଗର ଶିକାର ହୋଇ ଲୋକେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ତେବେ ରୋଗ ବୃଦ୍ଧିର ମୁଖ୍ୟ କାରଣ ହେଉଛି ଅଧିକାଂଶ ଲୋକ କର୍କଟର ଲକ୍ଷଣ ବିଷୟରେ ଜାଣି ନାହାଁନ୍ତି । ଏହାକୁ ଦୃଷ୍ଟିରେ ରଖି ଆଇଆଇଟି ରୁରକିର ବୈଜ୍ଞାନିକଙ୍କର ଏକ ଟିମ୍ ଏକ ନିଶ୍ୱାସ ଭିତ୍ତିକ କର୍କଟ ଡିଟେକ୍ଟର ପ୍ରସ୍ତୁତ କରିଛନ୍ତି । ଫଳରେ ବର୍ତ୍ତମାନ କର୍କଟ ରୋଗକୁ ଅତି ସହଜରେ ଚିହ୍ନଟ କରାଯାଇପାରିବ ।

କର୍କଟ ରୋଗର ପ୍ରଭାବଶାଳୀ ଚିକିତ୍ସା ପାଇଁ ବୈଜ୍ଞାନିକ ମାନଙ୍କର ଏକ ଟିମ୍ ସରଳ ଓ ସହଜ ଉପାୟ ବାହାର କରିଛନ୍ତି । ନିଶ୍ୱାସ ପରୀକ୍ଷା କରିବା ପରେ ରୋଗ ହୋଇଛି ନା ନାହିଁ ଜଣାପଡ଼ିବ ।  ନିଶ୍ୱାସ-ଆଧାରିତ କର୍କଟ ଚିହ୍ନଟକାରୀ ଫୁଙ୍କିବା ଯନ୍ତ୍ର ବିକଶିତ କରିଛନ୍ତି ବୈଜ୍ଞାନିକ ।  ଆଉ ଏହି BLO ଡିଟେକ୍ଟର ସାହାଯ୍ୟରେ କିଛି ମିନିଟ୍ ମଧ୍ୟରେ କର୍କଟ ପରୀକ୍ଷା କରାଯାଇ ପାରବ । ଆଇଆଇଟି ପ୍ରଫେସର ଇନ୍ଦ୍ରନିଲ ଲାହିରି, ପ୍ରଫେସର ପାର୍ଥ ରୟ, ପ୍ରଫେସର ଦେବରୁପା ଲାହିରି ଏବଂ ସେମାନଙ୍କ ଏକ ଟିମ୍ ଅନେକ ଗବେଷଣା କରି ଏହି ସଫଳତା ହାସଲ କରିଛନ୍ତି ।

ଅଧିକ ପଢ଼ନ୍ତୁ: କର୍କଟ ରୋଗୀଙ୍କ ପାଇଁ ରାମବାଣ ସାଜିପାରେ ଚିଲିକା ମଇଁଷିଙ୍କ କ୍ଷୀର

ଆଇଆଇଟି ରୁରକିର କାର୍ଯ୍ୟକାରୀ ନିର୍ଦ୍ଦେଶକ ପ୍ରଫେସର ଏମ.ଏଲ୍ ଶର୍ମା କହିଛନ୍ତି, ଅଧିକାଂଶ କର୍କଟ ରୋଗ ଆଡଭାନ୍ସଡ୍ ଷ୍ଟେଜରେ ଜଣାପଡ଼ୁଛି । ଏହାର କାରଣ ହେଉଛି ଲୋକମାନେ ବିଳମ୍ବରେ କର୍କଟ ରୋଗ ସମ୍ପର୍କରେ ଜାଣିପାରନ୍ତି । ହେଲେ ବର୍ତ୍ତମାନ ଏହି ସ୍ୱତନ୍ତ୍ର କିଟ୍ ସାହାଯ୍ୟରେ କର୍କଟ ଶୀଘ୍ର ଚିହ୍ନଟ ହୋଇପାରିବ । ଫଳରେ ଶୀଘ୍ର ଏହି ମାରାତ୍ମକ ରୋଗ ସମ୍ପର୍କରେ ଜାଣିହେବ ଓ ରୋଗୀଙ୍କ ସୁସ୍ଥ ହେବାର ସମ୍ଭାବନାକୁ ବହୁଗୁଣିତ କରିବ । 

ଆହୁରି ସେ କହିଛନ୍ତି, ବର୍ତ୍ତମାନ କର୍କଟ ରୋଗ ଚିହ୍ନଟ ପ୍ରକ୍ରିୟା ମହଙ୍ଗା ହେବାରେ ଲାଗିଛି । ମୁଁ ଜାଣି ଖୁସି ଯେ ଏହି ଉପକରଣ କର୍କଟ ରୋଗୀଙ୍କ ପାଇଁ ଉପକାରୀ ହେବ । ଅଧିକ ମୂଲ୍ୟ ହେତୁ ପରୀକ୍ଷା କିମ୍ବା ଚିକିତ୍ସା କରିବାରେ ଅସମର୍ଥ ଲୋକଙ୍କ ପାଇଁ ଏହା ବରଦାନ ସଦୃଶ ହେବ ବୋଲି କୁହାଯାଉଛି ।