Advertisment

ଏହିସବୁ ଯୋଗ କରନ୍ତୁ; ଦିନସାରା ଉର୍ଜାବାନ ଓ ଚଳଚଞ୍ଚଳ ରହିବେ

ଦିନସାରା ଉର୍ଜାବାନ ଓ ଚଳଚଞ୍ଚଳ ରହିବାକୁ କିଏ ବା ନ ଚାହେଁ। କିନ୍ତୁ ଆଜିକାଲିର ସୁସ୍ଥିଆ ଜୀବନ ଏଥିରେ ବାଧା ସୃଷ୍ଟି କରୁଛି। ଆପଣ ଯଦି ଉର୍ଜାବାନ ଓ ଚଳଚଞ୍ଚଳ ରହିବାକୁ ଚାହାନ୍ତି ତେବେ ଏହିସବୁ ଯୋଗ କରନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
How to stay active and energized all day

How to stay active and energized all day

ଦିନସାରା କାମ କରିବା ପାଇଁ ଶରୀରକୁ ପର୍ଯ୍ୟାପ୍ତ ପରିମାଣର ଶକ୍ତିର ଆବଶ୍ୟକତା ରହିଛି। ଶରୀରକୁ ଶକ୍ତିଶାଳୀ ରଖିବା ସହିତ ଖାଦ୍ୟରେ ପୁଷ୍ଟିକର ଜିନିଷ ଅନ୍ତର୍ଭୁକ୍ତ କରିବା ସହିତ ନିୟମିତ ଯୋଗ ଏବଂ ବ୍ୟାୟାମ କରିବା ନିହାତି ଜରୁରୀ। ଯୋଗ-ବ୍ୟାୟାମର ନିୟମିତ ଅଭ୍ୟାସ ଆପଣ ସୁସ୍ଥିଆ ଜୀବନଶୈଳୀରେ ଦେଖାଦେଉଥିବା ଜଟିଳତାକୁ ହ୍ରାସ କରି ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖେ। ବିଶେଷଜ୍ଞମାନେ କହିଛନ୍ତି ଯେ ସବୁ ବୟସର ଲୋକମାନେ ନିଜ ଦକ୍ଷତା ଅନୁଯାୟୀ ପ୍ରତିଦିନ ଯୋଗ ଅଭ୍ୟାସ କରିବା ଆବଶ୍ୟକ।

Advertisment

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଶକ୍ତିଶାଳୀ ଅନୁଭବ କରିବା ପାଇଁ କେବଳ ଫିଟ୍ ହେବା ପର୍ଯ୍ୟାପ୍ତ ନୁହେଁ, ଏହା ସହିତ ଏକାଗ୍ରତା ଏବଂ ମାନସିକ ଶାନ୍ତି ଆବଶ୍ୟକ। ନିତ୍ୟକର୍ମରେ ଯୋଗସନକୁ ସାମିଲ୍ କରିପାରିଲେ ଏହାର ଲାଭ ମିଳିପାରିବ। ଆପଣ ଯଦି କିଛି ଯୋଗାସନରୁ ଆପଣଙ୍କ ଦିନକୁ ଆରମ୍ଭ କରିବେ ତେବେ ଅନେକ ଲାଭ ମିଳିବ। ଆସନ୍ତୁ ସେହିସବୁ ଆସନ ବିଷୟରେ ଜାଣିବା।

ପର୍ବତାସନ:

ଶରୀରର ଜାଗୃକତା ବୃଦ୍ଧି ଏବଂ ଶାରୀରିକ ଅସନ୍ତୁଳନକୁ ଠିକ୍ କରିବା ନେଇ ମାଉଣ୍ଟେନ୍ ପର୍ବତାସନ ଅଭ୍ୟାସ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହି ଯୋଗକୁ ନିୟମିତ ଅଭ୍ୟାସ କରିବା ଦ୍ୱାରା ଶରୀରର ସ୍ଥିତି ଠିକ୍ ରହିବା ସହ ରକ୍ତ ସଞ୍ଚାଳନ ମଧ୍ୟ ଠିକ୍ ରହିଥାଏ। ପର୍ବତାସନାର ନିୟମିତ ଅଭ୍ୟାସ ମାଂସପେଶୀକୁ ସୁସ୍ଥ ରଖିବା ଏବଂ କାର୍ଯ୍ୟଦକ୍ଷତାକୁ ବଢେଇ ଦେବା ପାଇଁ ବିଶେଷ ଲାଭଦାୟକ ହୋଇଥାଏ।

Advertisment

ନଉକାସନ:

ନିୟମିତ ଭାବରେ ନଉକାସନ ଅଭ୍ୟାସ କରିବା ସବୁ ବୟସର ଲୋକଙ୍କ ପାଇଁ ବିଶେଷ ଲାଭଦାୟକ ହୋଇପାରେ। ଏହି ଆସନ ଶରୀରର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ସହ ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ ଓ ପେଟର ଚର୍ବି ହ୍ରାସ କରିବାରେ ସହାୟକ ହୋଇଥାଏ। ଏହି ଆସନର ଅଭ୍ୟାସ ପେଟ ଏବଂ ଗୋଡର ମାଂସପେଶୀକୁ ମଜବୁତ କରିବା ଏବଂ ଶରୀରକୁ ସକ୍ରିୟ ରଖିବା ପାଇଁ ଲାଭଦାୟକ ହୋଇଥାଏ।

ପଶ୍ଚିମୋତ୍ତାନାସନ:

ପଶ୍ଚିମୋତ୍ତାନାସନ ହାମ୍‌ଷ୍ଟ୍ରିଙ୍ଗ୍‌ର ମାଂସପେଶୀ ବିସ୍ତାର କରିବା ସହିତ ଉତ୍ତମ ରକ୍ତ ସଞ୍ଚାଳନକୁ ବଜାୟ ରଖିବାରେ ସାହାଯ୍ୟ କରେ। ମେରୁଦଣ୍ଡର ନମନୀୟତା ବୃଦ୍ଧି, ସ୍ନାୟୁ ପ୍ରଣାଳୀକୁ ଆରାମ ଦେବା ଏବଂ ମନକୁ ଶାନ୍ତ ରଖିବାରେ ଏହି ଆସନ ଅଭ୍ୟାସ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହି ଯୋଗର ନିୟମିତ ଅଭ୍ୟାସ ଉଭୟ ଶରୀର ଓ ମନ ପାଇଁ ଅତ୍ୟନ୍ତ ଲାଭଦାୟକ ଅଭ୍ୟାସ ବୋଲି କୁହାଯାଏ।

Yoga For Active Life Yogasana
Advertisment
Advertisment