Advertisment

Bottled Water: କେତେ ସୁରକ୍ଷିତ ବୋତଲରେ ସିଲ୍ ହୋଇଥିବା ପାଣି ? ଜୀବନ ପାଇଁ ଆଣିପାରେ ବିପଦ !

ଆମେ ଯାହାକୁ ଜୀବନ ରକ୍ଷା ପାଇଁ ପିଉଛେ, ସେ ହିଁ ଜୀବନ ପାଇଁ ଆଣିପାରେ ବିପଦ। ବଜାରରେ ମିଳୁଥିବା ପାଣି ବୋତଲକୁ ଏବେ ହାଇ ରିସ୍କ ଫୁଡ୍ କାଟାଗୋରୀଭୁକ୍ତ କରିବା ଲାଗି ନିଷ୍ପତ୍ତି ନେଇଛି FSSAI।

ଅଦ୍ୟତନ ହୋଇଛି
How Safe Are Bottled Water

How Safe Are Bottled Water

Advertisment

କେତେ ସୁରକ୍ଷିତ ବୋତଲରେ ସିଲ୍ ହୋଇଥିବା ପାଣି। ଆମେ ଯାହାକୁ ଜୀବନ ରକ୍ଷା ପାଇଁ ପିଉଛେ, ସେ ହିଁ ଜୀବନ ପାଇଁ ଆଣିପାରେ ବିପଦ। ବଜାରରେ ମିଳୁଥିବା ପାଣି ବୋତଲକୁ ଏବେ ହାଇ ରିସ୍କ ଫୁଡ୍ କାଟାଗୋରୀଭୁକ୍ତ କରିବା ଲାଗି ନିଷ୍ପତ୍ତି ନେଇଛି FSSAI ବା ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ୍ସ ଅଥରିଟି ଅଫ୍ ଇଣ୍ଡିଆ। 

Advertisment

ଅର୍ଥାତ ଏବେ ଏହି ଉତ୍ପାଦର ଗୁଣବତ୍ତା ଉପରେ କଡ଼ା ନଜର ରଖାଯିବ। ଏଥିସହ ଏହାର ନୀରିକ୍ଷଣ ଏବଂ ଥାର୍ଡ ପାର୍ଟି ଅଡିଟ୍ କରାଯିବ। FSSAIର ଏଭଳି ପଦକ୍ଷେପ ପରେ ଏବେ ବୋତଲରେ ବିକ୍ରି ହେଉଥିବା ପାଣିକୁ ନେଇ ନାନା ପ୍ରଶ୍ନ ଉଠିଛି। ଦେଖିବାକୁ ଗଲେ ନ୍ୟାଚୁରାଲ ପାଣିରେ ଅନେକ ମିନେରାଲ୍ସ ଭରି ରହିଥାଏ। ମାତ୍ର ପାଣିକୁ ପ୍ରୋସେସିଂ କରି ଏହାକୁ ବୋତଲରେ ପ୍ୟାକେଜିଂ କରିବା ଦ୍ବାରା ବିଭିନ୍ନ ମିନେରାଲ୍ସ ନଷ୍ଟ ହୋଇଥାଏ। ଶରୀରକୁ ଯେଉଁ ପୋଷକତତ୍ତ୍ବ ସବୁ ଆବଶ୍ୟକ ତାହା ବଜାରରେ ମିଳୁଥିବା ପାଣି ବୋତଲରେ ମିଳିନଥାଏ। ଏଥିସହ ପ୍ଲାଷ୍ଟିକ ବୋତଲରେ ପାଣି ରହୁଥିବାରୁ ମାଇକ୍ରୋ ପ୍ଲାଷ୍ଟିକ ମଧ୍ୟ ପାଣି ଦେଇ ଆମ ଶରୀରକୁ ଯିବାର ଆଶଙ୍କା ରହିଥାଏ। 

ଅଧିକ ପଢନ୍ତୁ: ଏହି ୪ଟି କାରଣରୁ ମୋଟା ହୋଇଯାଆନ୍ତି ଲୋକେ, ଆପଣଙ୍କର ବି ଅଛି କି ଏହିସବୁ ଅଭ୍ୟାସ?

Advertisment

ଅନ୍ୟପଟେ ଆମେ କିଛି ଜିନିଷ କିଣିବା ପୂର୍ବରୁ ଏକ୍ସପାଏରି ଡେଟ୍ ଯାଞ୍ଚ କରୁ। ପ୍ରାୟତଃ ପ୍ୟାକେଟ୍ ଉପରେ ଏହା ଲେଖାଥାଏ। ହେଲେ ପାଣିର ଏକ୍ସପାଏରି ଡେଟ୍ ନାହିଁ। ମାତ୍ର ଆପଣ ଯେତେବେଳେ ପାଣି ବୋତଲ କିଣନ୍ତି, ଏହା ଉପରେ ଏକ୍ସପାଏରି ଡେଟ୍ ଲେଖାଯାଇଥିବା ଦେଖନ୍ତି। ଏପରି ସ୍ଥିତିରେ, ଆମ ମନରେ ସନ୍ଦେହ ସୃଷ୍ଟି ହୁଏ ଯେ ଯଦି ପାଣିର ଏକ୍ସପାଏରି ଡେଟ୍ ନାହିଁ ତେବେ ଏହା ଉପରେ ତାରିଖ କାହିଁକି ଲେଖାଯାଏ। ବୋତଲର କ’ଣ ଏକ୍ସପାଏରି ଡେଟ୍ ଲେଖାଯାଇଛି କି ? ଆସନ୍ତୁ ଜାଣିବା ।

ଏହା ସତ ଯେ ପାଣିର କୌଣସି ଏକ୍ସପାଏରି ଡେଟ୍ ନାହିଁ। ଏହା ଖରାପ ହୁଏ ନାହିଁ। ମାତ୍ର ବୋତଲରେ ଥିବା ପାଣିର ଏକ୍ସପାରି ଡେଟ୍ ରହିଛି। ଏକ ରିପୋର୍ଟ ଅନୁଯାୟୀ, ପ୍ୟାକିଂର ୨ବର୍ଷ ପରେ ଏହା ଖରାପ ହେବା ଆରମ୍ଭ କରେ। ବୈଜ୍ଞାନିକଙ୍କ ଅନୁଯାୟୀ, ଧିରେଧିରେ ବୋଲତରେ ଥିବା ପ୍ଲାଷ୍ଟିକ ପାଣିରେ ଫଙ୍ଗସ୍ ମିଶିବା ଆରମ୍ଭ କରେ। ଯାହାଫଳରେ ଏହା ପିଇବା ଅନୁପଯୁକ୍ତ ହୋଇଯାଏ।

Advertisment

ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ ଦ୍ୱାରା ଏହା ପରିଚାଳିତ ହୁଏ। ଆଇନଗତ ଭାବରେ କହିବାକୁ ଗଲେ, ବୋତଲ ପାଣି ଉପରେ ସେଲ୍ଫ ଲାଇଫ୍ ଲେଖିବାର କୌଣସି ଆବଶ୍ୟକତା ନାହିଁ। କିନ୍ତୁ, ପାଣି ବୋତଲରେ ଭର୍ତ୍ତି ହେବା ଦିନ ଠାରୁ ଦୁଇ ବର୍ଷ ପର୍ଯ୍ୟନ୍ତ ଏକ୍ସପାଏରି ଡେଟ୍ ଲେଖାଯାଇଥାଏ। ଯାହାଫଳରେ ଏହା କେତେ ଦିନ ରହିଛି ଆମେ ଜାଣିପାରୁ।

ଅଧିକ ପଢନ୍ତୁ: ୧୫ଟି ରୋଗ ପାଇଁ ଅଁଳାରୁ ଘରେ ପ୍ରସ୍ତୁତ କରନ୍ତୁ ମେଡିସିନ୍, ପାଚିବନି ଚୁଟି, ହେବନି ହାର୍ଟ ଆଟାକ୍

Health Water
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ