Advertisment

ଓଡ଼ିଶାରେ କିଡ୍‌ନୀ ପ୍ରତିରୋପଣର ନୂଆ ଆଶା

ଓଡ଼ିଶାରେ କିଡ୍‌ନୀ ପ୍ରତିରୋପଣର ଆଉ ଏକ ନୂଆ ଆଶା ସଞ୍ଚାର। ରୋଗୀ ଆଉ ବାହାର ରାଜ୍ୟକୁ ଯିବେନି। ଏବେ ଖୁବ୍ କମ ଖର୍ଚ୍ଚରେ ହୋଇପାରିବ କିଡ୍‌ନୀ ପ୍ରତିରୋପଣ।

author-image
Pramod Behera
ଅଦ୍ୟତନ ହୋଇଛି
Kidney Transplantation in Odisha

hope of Kidney Transplantation in Odisha

କିଡ୍‌ନୀ ଅପରେସନ କଥା ପଡିଲେ ଆମ ମୁଣ୍ଡରେ ଚଡକ ପଡିଯାଏ। ଏଥିପାଇଁ ଓଡ଼ିଶାରେ କ’ଣ ବ୍ୟବସ୍ଥା ଅଛି, ନା ବାହାର ରାଜ୍ୟକୁ ଯିବାକୁ ପଡିବ, କିମ୍ବା କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ସେ ସଂପର୍କରେ ଆମେ ବ୍ୟସ୍ତ ହୋଇପଡୁ।

Advertisment

ଏବେ ଓଡ଼ିଶାର ସୁପର ସ୍ପେଶାଲିଟି ହସ୍ପିଟାଲ ‘କେୟାର ହସ୍ପିଟାଲ’ରେ ଆରମ୍ଭ ହେଲା କିଡ୍‌ନୀ ପ୍ରତିରୋପଣ। ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଅତ୍ୟାଧୁନିକ ପଦ୍ଧତିରେ ସୁଲଭ ମୂଲ୍ୟରେ କେୟାର ହସ୍ପିଟାଲ୍‌ରେ କିଡ୍‌ନୀ ପ୍ରତିରୋପଣ କରାଯାଉଛି। ଚଳିତ ମାସ ଠାରୁ ଆରମ୍ଭ ହୋଇଥିବା କିଡ୍‌ନୀ ପ୍ରତିରୋପଣ। ସର୍ଜରୀରେ ବର୍ତ୍ତମାନ ସୁଦ୍ଧା ସଫଳତାର ସହିତ ୩ଜଣ ଗୁରୁତର ରୋଗୀଙ୍କ କିଡ୍‌ନୀ ପ୍ରତିରୋପଣ କରାଯାଇଛି।

ବର୍ତ୍ତମାନ ସେମାନେ ପୂର୍ବ ଭଳି ଏକ ସାଧାରଣ ଜୀବନ ଅତିବାହିତ କରୁଛନ୍ତି। କେୟାର ହସ୍ପିଟାଲ୍‌ର ଡାକ୍ତର ବିବେକାନନ୍ଦ ପଣ୍ଡା, ଡାକ୍ତର ଅଶୋକ ପଣ୍ଡା, ଡାକ୍ତର ପି. ଭାମସି କ୍ରିଷ୍ଣା, ଡାକ୍ତର ପ୍ରସାଦ ରାଜୁଙ୍କ ସମେତ ଆନାସ୍ଥେସିଓଲୋଜି ବିଭାଗର ଡାକ୍ତର ରିତେଶ ରାୟ, ଡାକ୍ତର ଗୌରବ ଅଗ୍ରୱାଲ୍‌ ଏବଂ ଡାକ୍ତର ଅଙ୍କିତା ମୋହତାଙ୍କ ସାହାଯ୍ୟରେ ଏହି କିଡ୍‌ନୀ ପ୍ରତିରୋପଣ ସଫଳତାର ସହିତ ହୋଇଥିଲା।

Advertisment

ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେୟାର ହସ୍ପିଟାଲର କିଡ୍‌ନୀ ରୋଗ ବିଭାଗର ମୁଖ୍ୟ ଡାକ୍ତର ବିବେକାନନ୍ଦ ପଣ୍ଡା କିଡ୍‌ନୀ ରୋଗର ବିଭିନ୍ନ କାରଣ, ଲକ୍ଷଣ ଓ ପ୍ରତିକାର ଉପରେ ଆଲୋଚନା କରିଥିବା ବେଳେ ବରିଷ୍ଠ କିଡ୍‌ନୀ ରୋଗ ବିଶେଷଜ୍ଞ ଡାକ୍ତର ଅଶୋକ ପଣ୍ଡା କିଡ୍‌ନୀ ପ୍ରତିରୋପଣ ସର୍ଜରୀ ଉପରେ ଗୁରୁତ୍ୱ ଦେଇଥିଲେ। ଏହା ସହିତ ଯୁବାବସ୍ଥାରେ କିଡ୍‌ନୀ ପ୍ରତିରୋପଣ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

କେୟାର ହସ୍ପିଟାଲର ଏଚ୍‌ସିଓ କିଶଲେ ଆନନ୍ଦ କହିଥିଲେ, “ଉନ୍ନତ ମାନର ଚିକିତ୍ସା ପାଇଁ କେବଳ ଓଡ଼ିଶାରେ ନୁହେଁ ପୂର୍ବ ଭାରତରେ କେୟାର ହସ୍ପିଟାଲର ରହିଛି ଏକ ସ୍ୱତନ୍ତ୍ର ପରିଚୟ। ବର୍ତ୍ତମାନ ଏଠାରେ ଓଡ଼ିଶାର ସବୁଠାରୁ ଅଭିଜ୍ଞ ଡାକ୍ତରୀ ଟିମ୍ ସାହାଯ୍ୟରେ କିଡ୍‌ନୀ ପ୍ରତିରୋପଣ ସର୍ଜରୀ ମଧ୍ୟ ଆରମ୍ଭ ହୋଇଛି, ଯାହାକି ସମସ୍ତ କିଡ୍‌ନୀ ରୋଗୀଙ୍କ ପାଇଁ ଏକ ଖୁସିର ଖବର।

ସେହିଭଳି ଡକ୍ଟର ଲୋକନାଥ ଦାଶ (ଜିଏମ୍‌ବିଡି) କହିଥିଲେ, କିଡ୍‌ନୀ ପ୍ରତିରୋପଣ ସର୍ଜରୀ ଭଳି ଅତ୍ୟାଧୁନିକ ସର୍ଜରୀ ପାଇଁ ଓଡ଼ିଶାରୁ ଅନେକ ରୋଗୀ ଅନ୍ୟ ରାଜ୍ୟକୁ ଯାଆନ୍ତି, ହେଲେ ଭୁବନେଶ୍ୱରଠାରେ କିଡ୍‌ନୀ ପ୍ରତିରୋପଣ ସର୍ଜରୀ ଆରମ୍ଭ ହେବା ଫଳରେ ସେମାନଙ୍କୁ ବଡ଼ ବଡ଼ ହସ୍ପିଟାଲକୁ ଯିବାକୁ ପଡ଼ିବ ନାହିଁ। ଏଠାରେ ଖୁବ୍ କମ୍ ଖର୍ଚ୍ଚରେ କିଡ୍‌ନୀ ପ୍ରତିରୋପଣ କରାଯିବା ସହିତ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ବୀମା ଏବଂ ଗରିବ ଲୋକଙ୍କ ପାଇଁ BSKY କାର୍ଡ଼ ମାଧ୍ୟମରେ କିଡ୍‌ନୀ ପ୍ରତିରୋପଣ କରାଯାଇପାରୁଛି ।

Kidney Transplantation
Advertisment
Advertisment