Advertisment

ସକାଳେ ଖାଲି ପେଟରେ ପିଅନ୍ତୁ ଏହି ଜିନିଷ: ଶରୀରରେ ରହିବନି ସମସ୍ୟା…

ଲେମ୍ବୁରେ ଥିବା ସାଇଟ୍ରିକ୍ ଏସିଡ୍ ହଜମ ପ୍ରକ୍ରିୟାରେ ଏନଜାଇମ୍ ଉତ୍ପାଦନ କରିବାରେ ସାହାଯ୍ୟ କରିଥାଏ । ପରିସ୍ରାରେ ସାଇଟ୍ରେଟ୍ ସ୍ତର ବୃଦ୍ଧି କରିଥାଏ। ଯାହା କିଡନୀ ଷ୍ଟୋନ ଗଠନକୁ ରୋକିବାରେ ସାହାଯ୍ୟ କରିଥାଏ।

ଅଦ୍ୟତନ ହୋଇଛି
Lemon water Health Benefits

Benefits of Lemon Water

Advertisment

ଆମର ଶରୀରକୁ ନିରୋଗ ରଖିବା ପାଇଁ ଉତ୍ତମ ପୁଷ୍ଟିକର ଖାଦ୍ୟ ନିହାତି ଆବଶ୍ୟକ। ଦ୍ରୁତ ଗତିଶୀଳ ଜୀବନରେ ଭଲ ଖାଦ୍ୟ ଖାଇବା ଅଭ୍ୟାସ କରିବା କଷ୍ଟକର। ଲେମ୍ୱୁ ଏମିତି ଏକ ଜିନିଷ ଯାହାକୁ ପ୍ରାୟତଃ ଆମେ ପ୍ରତିଦିନ ଖାଇଥାଉ। ଏହା କେବଳ ଖାଦ୍ୟର ସ୍ୱାଦ ବଢାଏ ତାହା ନୁହେଁ, ଶରୀରକୁ ସୁସ୍ଥ ରଖିବାରେ ଏହାର ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

Advertisment

କାରଣ ଏଥିରେ ଭିଟାମିନ-ସି, ବି-୬, ଥାୟାମିନ, ନିୟାସିନ, ରିବୋଫ୍ଲାବିନ ଓ ଫେଲେଟ ଭଳି ପୋଷକ ତତ୍ତ୍ୱ ରହିଛି। ଯାହାର ଅନେକ ଉପକାରୀ ଗୁଣ ରହିଛି। ତେବେ ଜାଣିବା ଖାଲି ପେଟରେ ଲେମ୍ୱୁ ପାଣି ପିଇଲେ କଣ ହୁଏ।

ଅଧିକ ପଢ଼ନ୍ତୁ: ହଳଦୀ-ମହୁକୁ ଏମିତି ଲଗାନ୍ତୁ ମୁହଁରେ; ୫ ମିନିଟ୍‌ରେ ଚମକିବ ଚେହେରା

ଖାଲି ପେଟରେ ଲେମ୍ବୁ ପାଣି ପିଇବାର ୬ଟି ଫାଇଦା:

୧. ହାଇଡ୍ରେସନ୍ ବୃଦ୍ଧି

୨. ଭିଟାମିନ୍ ସି'ର ଉତ୍ସ

୩. ଭଲ ହଜମ ପ୍ରକ୍ରିୟା

୪. ଓଜନ ପରିଚାଳନା

୫. ଉତ୍ତମ ଚର୍ମ

୬. କିଡନୀ ଷ୍ଟୋନ ପ୍ରତିରୋଧ

୧. ହାଇଡ୍ରେସନ୍ ବୃଦ୍ଧି

ଲେମ୍ବୁ ପାଣିରୁ ଆପଣଙ୍କ ଦିନ ଆରମ୍ଭ କରିବା ଫଳରେ ଦିନ ସାରା ସତେଜ ରହିଥାଆନ୍ତି। ପାଣି ପିଇବାକୁ ଭୁଲି ଗଲେ ସୁଦ୍ଧା ଏହା ଆପଣଙ୍କ ଶରୀର ପ୍ରତି ଭଲ ପ୍ରଭାବ ପକାଇଥାଏ। ହଜମ ପ୍ରକ୍ରିୟା, ପୁଷ୍ଟିକର ଖାଦ୍ୟ ଅବଶୋଷଣ ଏବଂ ତାପମାତ୍ରା ନିୟନ୍ତ୍ରଣ ସହିତ ବିଭିନ୍ନ ଶାରୀରିକ କାର୍ଯ୍ୟ ପାଇଁ ସଠିକ୍ ହାଇଡ୍ରେସନ୍ ଜରୁରୀ । ଏହା ଲେମ୍ୱୁ ପାଣିରୁ ମିଳିଥାଏ।

Advertisment

୨. ଭିଟାମିନ୍ ସିର ଉତ୍ସ

ଲେମ୍ବୁରେ ଭିଟାମିନ୍ ସି ଅଦିକ ପରିମାଣରେ ଥାଏ। ଆଣ୍ଟିଅକ୍ସିଡାଣ୍ଟ ଯାହା ପ୍ରତିରକ୍ଷା କାର୍ଯ୍ୟ, କୋଲାଜେନ୍ ଉତ୍ପାଦନ ଏବଂ କ୍ଷତ ଭରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେଣୁ ଏକ ଗ୍ଲାସ୍ ଲେମ୍ବୁ ପାଣି ଦୈନନ୍ଦିନ ଜୀବନରେ ଭିଟାମିନ୍ ସିର ଅଭାବ ପୂରଣ କରିଥାଏ।

୩. ଭଲ ହଜମ ପ୍ରକ୍ରିୟା

ଲେମ୍ବୁରେ ଥିବା ସାଇଟ୍ରିକ୍ ଏସିଡ୍ ହଜମ ପ୍ରକ୍ରିୟାରେ ଏନଜାଇମ୍ ଉତ୍ପାଦନ କରିଥାଏ। ତଥାପି, ଏନେଇ ଗବେଷଣା ସୀମିତ ଏବଂ ଅସ୍ପଷ୍ଟ ।

Advertisment

୪. ଓଜନ ପରିଚାଳନା

ଲେମ୍ବୁ ଜଳ ଦ୍ୱାରା ଯଦିଓ ଓଜନ-ହ୍ରାସ କରିନଥାଏ ତଥାପି ଏକ ସୁସ୍ଥ ଜୀବନଶୈଳୀର ଏକ ଅଂଶ ପାଲଟିଛି। ଥଣ୍ଡା ପାନୀୟ ବଦଳରେ ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀରେ କ୍ୟାଲୋରୀ ହ୍ରାସ କରେ। ତେବେ ଓଜନ ହ୍ରାସ ପାଇଁ କେବଳ ଲେମ୍ବୁ ପାଣି ଉପରେ ନିର୍ଭର ଉଚିତ ନୁହେଁ।

୫. ଉତ୍ତମ ଚର୍ମ

ଲେମ୍ବୁ ପାଣି ପିଇବା ଦ୍ୱାରା ଉନ୍ନତ ଚର୍ମ ହେବା ନେଇ ବୈଜ୍ଞାନିକ ପ୍ରମାଣ ନାହିଁ। ତଥାପି ଏହା ଆପଣଙ୍କ ରଙ୍ଗକୁ ଅଧିକ ଉଜ୍ଜ୍ୱଳ କରିଥାଏ। ଅବଶ୍ୟ, ଏଥିପାଇଁ ଉପଯୁକ୍ତ ଚର୍ମ ଚିକିତ୍ସା ଅଭ୍ୟାସ ଏବଂ ସନ୍ତୁଳିତ ଖାଦ୍ୟ ଖାଇବା ନିହାତି ଆବଶ୍ୟକ।

୬. କିଡନୀ ଷ୍ଟୋନ ପ୍ରତିରୋଧ

ଲେମ୍ବୁରେ ଥିବା ସାଇଟ୍ରିକ୍ ଏସିଡ୍ ପରିସ୍ରା ସାଇଟ୍ରେଟ୍ ସ୍ତର ବୃଦ୍ଧି କରିଥାଏ। ଯାହା କିଡନୀ ଷ୍ଟୋନ ଗଠନକୁ ରୋକିବାରେ ସାହାଯ୍ୟ କରିଥାଏ। ଅବଶ୍ୟ,ଏଥିରେ ପୀଡିତ ଥିବା ବ୍ୟକ୍ତିମାନେ ବହୁ ପରିମାଣର ଲେମ୍ବୁ ପାଣି ପିଇବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ ।

ଅଧିକ ପଢ଼ନ୍ତୁ: ପ୍ରତିଦିନ ଏମିତି ଖାଆନ୍ତୁ ପିଜୁଳି ପତ୍ର; ସ୍ୱାଭାବିକ ହେବ ୟୁରିକ୍ ଏସିଡ୍

Health Tips Lemon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ