Advertisment

Skin Care Tips: ହଳଦୀ-ମହୁକୁ ଏମିତି ଲଗାନ୍ତୁ ମୁହଁରେ; ୫ ମିନିଟ୍‌ରେ ଚମକିବ ଚେହେରା

ସମସ୍ତେ ନିଜ ଚର୍ମରେ ଗ୍ଲୋ ଦେଖିବାକୁ ସ୍ୱପ୍ନ ଦେଖନ୍ତି। ଏନେଇ ସେମାନେ ବିୟୁଟିପାର୍ଲର ଯାଇ ହଜାର ହଜାର ଟଙ୍କା ମଧ୍ୟ ଖର୍ଚ୍ଚ କରନ୍ତି। ଏପରି ପରିସ୍ଥିତିରେ, ଆଜି ଆମେ ଆପଣଙ୍କୁ ଏପରି ଏକ ଟିପ୍ସ୍ କହିବାକୁ ଯାଉଛୁ, ଯାହାକୁ ଆପଣ ଘରେ କରି ୫ ମିନିଟ୍‌ରେ ନିଜ ଚେହେରାଙ୍କୁ ଚକ୍‌ଚକ୍ କରିପାରିବେ।

author-image
Pramod Behera
ଅଦ୍ୟତନ ହୋଇଛି
Use honey and turmeric for face to get instant glow

Use honey and turmeric for face to get instant glow

ସେ ପୁରୁଷ ହୁଅନ୍ତି କି ମହିଳା ସମସ୍ତେ ନିଜ ଚର୍ମରେ ଗ୍ଲୋ ଦେଖିବାକୁ ସ୍ୱପ୍ନ ଦେଖନ୍ତି। ଏନେଇ ସେମାନେ ବିୟୁଟିପାର୍ଲର ଯାଇ ହଜାର ହଜାର ଟଙ୍କା ମଧ୍ୟ ଖର୍ଚ୍ଚ କରନ୍ତି। ଏତେ ସବୁ କରିବା ପରେ ମଧ୍ୟ ଫଳ ନ ମିଳିବା ଦେଖାଯାଏ। ଏପରି ପରିସ୍ଥିତିରେ, ଆଜି ଆମେ ଆପଣଙ୍କୁ ଏପରି ଏକ ଟିପ୍ସ୍ କହିବାକୁ ଯାଉଛୁ, ଯାହାକୁ ଆପଣ ଘରେ କରି ୫ ମିନିଟ୍‌ରେ ନିଜ ଚେହେରାଙ୍କୁ ଚକ୍‌ଚକ୍ କରିପାରିବେ।

Advertisment

ଏଥିପାଇଁ ଆପଣଙ୍କୁ କେବଳ ମହୁ, ହଳଦୀ ଏବଂ କଞ୍ଚା କ୍ଷୀର ନେବାକୁ ପଡିବ। ଏସବୁକୁ କିପରି ସଠିକ୍ ଭାବରେ ବ୍ୟବହାର କରାଯିବ ତାହା ଜାଣିବା ଆବଶ୍ୟକ। ଏହି ତିନୋଟି ଜିନିଷ ଏକ ସୁସ୍ଥ ଚର୍ମ ପ୍ରଦାନ କରିବାରେ ଖୁବ୍ ସହାୟକ ହୁଏ ଏବଂ  ଆପଣଙ୍କ ରୋଷେଇ ଘରେ ଏସବୁ ମଧ୍ୟ ସହଜରେ ମିଳିଯିବ।

କିପରି କରିବେ ବ୍ୟବହାର:

ଏକ ସୁନ୍ଦର ଚେହେରା ପାଇବାକୁ ହେଲେ ଏକ ଚାମଚ ହଳଦୀ ନେବାକୁ ପଡିବ। ତେବେ ଏହି ହଳଦୀ ପ୍ୟାକେଟ୍ ବାଲା ନୁହେଁ, ପେଷା ହୋଇଥିବା ଦରକାର। ଏହା ସହିତ ଗୋଟିଏ ଚାମଚ ଭଲ ମହୁ ଏବଂ ଦୁଇ ଚାମଚ କଞ୍ଚା ଗାଈ କ୍ଷୀର ନେବାକୁ ପଡିବ। ଫୁଟା କ୍ଷୀର ନେବେନି, ନଚେତ୍ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ବର୍ତ୍ତମାନ ଏସବୁକୁ ଭଲ ଭାବରେ ମିଶେଇ ଦିଅନ୍ତୁ।

Advertisment

ଯଦି ଆପଣଙ୍କ ଘରେ କେଶର ଅଛି ତେବେ ଆପଣ କ୍ଷୀରରେ ଏହାକୁ ମଧ୍ୟ ମିଶାଇ ପାରିବେ ଏବଂ ଯଦି ପାଖରେ ନାହିଁ ତେବେ କୌଣସି ଅସୁବିଧା ନାହିଁ। ଏହା ଭଲ ଭାବରେ ମିଶ୍ରଣ କରିବା ପରେ ମୁହଁରେ ଲଗାନ୍ତୁ ଏବଂ ଏହାକୁ ୫ ମିନିଟ୍ ପର୍ଯ୍ୟନ୍ତ ଛାଡିଦିଅନ୍ତୁ। ଏହାପରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ। ମୁହଁରୁ ଏବେ ଗ୍ଲୋ ବାହାରିବ।

ମନେରଖନ୍ତୁ, ଏହାକୁ ୫ ମିନିଟରୁ ଅଧିକ ସମୟ ରଖିବେ ନାହିଁ, ନଚେତ ମୁହଁ ଅତ୍ୟଧିକ ହଳଦୀ ରଙ୍ଗ ଦେଖାଯିବ ଏବଂ ଚେହେରା ଫିକା ଲାଗିବ।

ଦାଗହୀନ ଚମକ ଚେହେରା:

ଏହି ଅଭ୍ୟାସକୁ ଯଦି ସପ୍ତାହରେ ତିନିଥର କରାଯାଏ ତେବେ ମୁହଁ ଦାଗହୀନ ହେବା ସହ ଚମକିବ। ମହୁ ଚର୍ମକୁ କୋମଳ କରିବା ସହ ନରମ ମଧ୍ୟ କରେ। ହଳଦୀ ପ୍ରାକୃତିକ ଚମକ ଦେଇଥାଏ ଏବଂ କଞ୍ଚା କ୍ଷୀର ଚେହେରାକୁ ସଫା କରିଥାଏ ଏବଂ ଦାଗ ଦୂର କରିଥାଏ। ଏହି କାରଣରୁ ଏହି ତିନି ପଦାର୍ଥର ମିଶ୍ରଣ ଚେହେରା ପାଇଁ ଖୁବ ପ୍ରଭାବଶାଳୀ।

Skin Care Health Tips Life Style
Advertisment
Advertisment