Advertisment

Free Healthcare for Senior Citizens: ବୟୋ ବନ୍ଦନା କାର୍ଡ; ହିତାଧିକାରୀଙ୍କ ଉତ୍କଣ୍ଠା, କେମିତି କରିବେ ଆବେଦନ ? ଜାଣନ୍ତୁ...

ମିଳିବ ବୟୋବନ୍ଦନା କାର୍ଡ। ଗତ ୧୧ ତାରିଖରେ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଘୋଷଣା ପରଠୁ ଭାରି ଖୁସି ବୟୋଜ୍ୟଷ୍ଠ ହିତାଧିକାରୀ।

ଅଦ୍ୟତନ ହୋଇଛି
Free Healthcare for Senior Citizens

Free Healthcare for Senior Citizens

Advertisment

୭୦ ବର୍ଷରୁ ଉର୍ଦ୍ଧ୍ବ ସବୁ ବରିଷ୍ଠ ନାଗରିକ ବି ପାଇବେ ମାଗଣା ଚିକିତ୍ସା ସୁବିଧା, ମିଳିବ ବୟୋବନ୍ଦନା କାର୍ଡ। ଗତ ୧୧ ତାରିଖରେ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଘୋଷଣା ପରଠୁ ଭାରି ଖୁସି ବୟୋଜ୍ୟଷ୍ଠ ହିତାଧିକାରୀ। ଯେହେତୁ ପୂର୍ବ ରାଜ୍ୟ ସରକାର ଅମଳରେ ଏ ସୁବିଧା ନଥିଲା, ତେଣୁ ସେମାନଙ୍କୁ ନୂଆ କରି ଏଥିପାଇଁ ଆବେଦନ କରିବାକୁ ପଡୁଛି। କିଏ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ର ତ କିଏ ଜନସେବା କେନ୍ଦ୍ରରେ ଲଗାଇଛି ଭିଡ଼। ବୟୋବନ୍ଦନା କାର୍ଡ ପାଇବାକୁ ହେଲେ ଆଧାର, ମୋବାଇଲ୍ ନମ୍ବର ଏବଂ ଓଟିପିକୁ ନେଇ ହିତାଧିକାରୀଙ୍କ ମନରେ ଦ୍ବନ୍ଦ୍ବ ଲାଗି ରହିଥିବାବେଳେ ଏହାକୁ ଦୂର କରିଛନ୍ତି ଜନସେବା କେନ୍ଦ୍ର କର୍ମଚାରୀ।

Advertisment

କାରଣ ଗତ ୧୧ ତାରିଖରୁ ରାଜ୍ୟରେ ଲାଗୁ ହୋଇଯାଇଛି ବହୁ ପ୍ରତିକ୍ଷୀତ ଆୟୁଷ୍ଣାନ ଭାରତ ଯୋଜନା ଏଥିସହ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବଡ଼ ମାଇଲଖୁଣ୍ଟ ଭାବେ ଉଭା ହୋଇଛି ବୟୋ ବନ୍ଦନା କାର୍ଡ। ଯେଉଁ କାର୍ଡ ମଧ୍ୟମରେ ୭୦ବର୍ଷ କିମ୍ବା ତାଠୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ମିଳିବ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା। ଯେଉଁଥିରେ ପୁରୁଷ ହିତାଧିକାରୀଙ୍କୁ ୫ଲକ୍ଷ ତ ମହିଳାଙ୍କ କ୍ଷେତ୍ରରେ ଅଧିକ ୫ଲକ୍ଷ ଟଙ୍କାର ମିଳିବ ଚିକିତ୍ସା ସୁବିଧା। ଏକଥା ଶୁଣିବା ପରଠୁ ସବୁଠି ବରିଷ୍ଠ ନାଗରିକଙ୍କ ଖୁସି। କେମିତି ପାଇବେ ବୟୋ ବନ୍ଦନା କାର୍ଡ, ସେଥିପାଇଁ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରେ ଅପେକ୍ଷାରତ ହିତାଧିକାରୀ। ବଡ଼ସଗର ଗାଁର ଇନ୍ଦ୍ର ବାଜିଙ୍ଗ। ମେଡିକାଲକୁ ଆସି ଇ-କେୱାଇସି କରି ବହୁତ ଖୁସି। ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ବି କହିଲେଣି ନିଇତି ୪୦ରୁ ୫୦ ଜଣ ବୟସ୍କ ବୟୋବନ୍ଦନା କାର୍ଡ ଆବେଦନ କରିବାକୁ ଆସୁଛନ୍ତି। 

ଅଧିକ ପଢ଼ନ୍ତୁ: ଯଦି ଆପଣ ଦାନ୍ତ ସଫା କରୁନାହାଁନ୍ତି ତେବେ ନିଜ ହୃଦୟ ପାଇଁ ବିପଦ ସୃଷ୍ଟି କରୁଛନ୍ତି

Advertisment

ଏବେ ପ୍ରଶ୍ନ- କେମିତି ବୟୋ ବନ୍ଦନା କାର୍ଡ ପାଇଁ କରିବାକୁ ହେବ ଆବେଦନ ? ଯେହେତୁ ହିତାଧିକାରୀ ୭୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ, ତେଣୁ ସେମାନେ କିଭଳି ଅନାୟସରେ ପାଇ ପାରିବେ କାର୍ଡ। ଜନସେବା କେନ୍ଦ୍ର କର୍ମଚାରୀଙ୍କ ସୂଚନା ଅନୁସାରେ- ଏ ଆବେଦନ ପ୍ରକ୍ରିୟା ବି ଏତେ ଜଟିଳ ନୁହେଁ। ତେବେ ଏଥିପାଇଁ ବୟସ୍କ ହିତାଧିକାରୀଙ୍କୁ ନିଶ୍ଚିତ ଭାବେ ଇ-କେୱାଇସି କରିବାକୁ ପଡିବ। ବୟୋ ବନ୍ଦନା କାର୍ଡ ଆବେଦନ ଲାଗି ସେମାନେ ଉଭୟ ନିକଟସ୍ଥ ଜନସେବା କେନ୍ଦ୍ରକୁ ଆସିବେ କିମ୍ବା ଆଣ୍ଡ୍ରଏଡ୍ ଫୋନ ଦ୍ବାରା ମଧ୍ୟ କରି ପାରିବେ। ପ୍ରଥମେ ଏଥିପାଇଁ ଗୁଗଲ୍ ସର୍ଚ୍ଚ କରି ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପୋର୍ଟାଲକୁ କ୍ଲିକ୍ କରିବାକୁ ହେବ। ଯେଉଁଥିରେ ଆୟୁଷ୍ମାନ ଯୋଜନାର ବେନିଫିସିଆରି ଓ ଅପରେଟର ଦୁଇଟି ଅପସନ୍ ଆସିବ। ହିତାଧିକାରୀ ନିଜେ ଡାଟା ଅପଲୋଡ୍ କରୁଥିଲେ ବେନିଫିସିଆରି ନଚେତ୍ ଅପରେଟର ମାଧ୍ୟମରେ ଜନସେବା କେନ୍ଦ୍ର କର୍ମଚାରୀ ମାଧ୍ୟମରେ ଆବେଦନ ଭରିବେ। ପ୍ରଥମେ ଆଧାର ନମ୍ବର ଓ ମୋବାଇଲ୍ ନମ୍ବର ଦେବାକୁ ହେବ। ମୋବାଇଲକୁ ଆସିଥିବା ଓଟିପି ଦେବା ପରେ ପ୍ରଥମେ ଇ-କେୱାଇସି ସମ୍ପୂର୍ଣ୍ଣ ହୋଇଯିବ। ତାପରେ ହିତାଧିକାରୀଙ୍କ ଫିଙ୍ଗର ଓ ଫେସ୍ ରିଡିଂ ଅପସନ ଆସିବ, ସେଥିରେ ଉଭୟ ତଥ୍ୟ ଅପଡେଟ୍ କରାଯିବ। ଏଥିରେ ୮୦ ପ୍ରତିଶତରୁ ଅଧିକ ଡାଟା ମ୍ୟାଚ୍ ହୋଇଗଲେ ହିତାଧିକାରୀ କାର୍ଡ ପାଇବାକୁ ଯୋଗ୍ୟ ବିବେଚିତ ହୋଇଯିବେ। ତେବେ ଯଦି କୌଣସି ଆବେଦନକାରୀଙ୍କ ଆଧାର ସହ ମୋବାଇଲ୍ ନମ୍ବର ଲିଙ୍କ୍ ନଥାଏ, ତାହାଲେ ଚିନ୍ତା କରିବାର ନାହିଁ। କାରଣ ଫିଙ୍ଗର ପ୍ରିଣ୍ଟ, ଆଇ ସ୍କାନ କିମ୍ବା ଫେସ୍ ରିଡିଂ ଦ୍ବାରା ମଧ୍ୟ ଇ-କେୱାଇସି କରିପାରିବେ।

ସରକାରଙ୍କ ସୂଚନା ଅନୁସାରେ ରାଜ୍ୟରେ ବୟୋ ବନ୍ଦନା କାର୍ଡ ମିଳିଲେ ସେଥିରେ ମାଗଣା ସ୍ବାସ୍ଥ୍ୟ ସେବାର ଲାଭ ଉଠାଇ ପାରିବେ ପ୍ରାୟ ୨୩ ଲକ୍ଷ ହିତାଧିକାରୀ।

Advertisment

ଅଧିକ ପଢ଼ନ୍ତୁ: ଆପଣ ପାଟି ଖୋଲି ଶୋଉଛନ୍ତି କି… ହୋଇପାରେ ଏହି ୫ ସମସ୍ୟା

Health Card
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ