Advertisment

ଡାକ୍ତରଙ୍କୁ ସ୍ୱାସ୍ଥ୍ୟ ବିଭାଗର କଡ଼ା ନିର୍ଦ୍ଦେଶ, ୭ ଦିନରେ ଦିଅ ଦୁଷ୍କର୍ମ ପୀଡ଼ିତାଙ୍କ ଡାକ୍ତରୀମାଇନା ରିପୋର୍ଟ

ସମଗ୍ର ଦେଶରେ ଲାଗୁ ହୋଇଥିବା ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ୧୮୪ ଧାରା ଅନୁସାରେ ଏହି ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ବିଜ୍ଞପ୍ତିରେ ପ୍ରକାଶ କରିଛି ।

ଅଦ୍ୟତନ ହୋଇଛି
Health Department

Health Department

Advertisment

ସରକାରୀ ଓ ଘରୋଇ ହସ୍ପିଟାଲ ଡାକ୍ତରଙ୍କୁ ସ୍ୱାସ୍ଥ୍ୟ ବିଭାଗର କଡ଼ା ନିର୍ଦ୍ଦେଶ । ଦୁଷ୍କର୍ମ ପୀଡ଼ିତାଙ୍କ ଡାକ୍ତରୀମାଇନା ରିପୋର୍ଟ ୭ ଦିନରେ ଦିଅ । ଡାକ୍ତର ଏହି ରିପୋର୍ଟକୁ ତଦନ୍ତକାରୀ ପୋଲିସ ଅଧିକାରୀଙ୍କୁ ହସ୍ତାନ୍ତର କରିବେ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

Advertisment

ସମଗ୍ର ଦେଶରେ ଲାଗୁ ହୋଇଥିବା ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ୧୮୪ ଧାରା ଅନୁସାରେ ଏହି ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ବିଜ୍ଞପ୍ତିରେ ପ୍ରକାଶ କରିଛି । ଏହି ନିୟମ ସବୁ ସରକାରୀ ଓ ଘରୋଇ ଡାକ୍ତରଖାନା ପାଇଁ ଲାଗୁ ହେବ। ଡାକ୍ତରୀମାଇନା କରିବା ପୂର୍ବରୁ ପୀଡ଼ିତାଙ୍କ ଅନୁମତି ଆବଶ୍ୟକ । ପୀଡ଼ିତା ନାବାଳିକା ହୋଇଥିଲେ ପିତାମାତାଙ୍କ ସ୍ୱୀକୃତି ଜରୁରୀ । ଅନ୍ୟପଟେ ଅଭିଯୁକ୍ତଙ୍କ ଡାକ୍ତରୀମାଇନାରେ ବି ବିଳମ୍ବ ନ କରିବାକୁ କୁହାଯାଇଛି ।

ଅଧିକ ପଢ଼ନ୍ତୁ: ଲାଗୁ ହେଲା ନୂଆ ଭାରତର ନୂଆ ଆଇନ, ଦଣ୍ଡ ଅପେକ୍ଷା ନ୍ୟାୟକୁ ଗୁରୁତ୍ୱ

ସୂଚନା ଅନୁସାରେ ଗତକାଲି ରାଉରକେଲା ସରକାରୀ ହସ୍ପିଟାଲରେ ଜଣେ ନକଲି ଡାକ୍ତର ଧରାପଡ଼ିବା ପରେ ରାଜ୍ୟରେ ନକଲି ଡାକ୍ତରଙ୍କ ଯାଞ୍ଚ କଡ଼ାକଡ଼ି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମଓ)ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ହସ୍ପିଟାଲଗୁଡ଼ିକରେ ପିପିପି ମୋଡରେ ଚିକିତ୍ସା ସେବା ଯୋଗାଇ ଦେଉଥିବା ସଂସ୍ଥା ଦ୍ୱାରା ନିୟୋଜିତ ଡାକ୍ତରମାନଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଯାଂଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ସେହିପରି ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଥିବା ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପିପିପି ମୋଡରେ ଡାଇଲିସିସ୍‌, ସିଟି ସ୍କାନ୍‌ ଓ ଏମ୍‌ଆର୍‌ଆଇ ଭଳି ପରୀକ୍ଷଣ ସୁବିଧାରେ ଉପଲବ୍ଧ ହେବ । ତେବେ ଏଥିରେ ନିୟୋଜିତ ହେବାକୁ ଥିବା ଡାକ୍ତର ଓ ବିଶେଷଜ୍ଞଙ୍କ ପ୍ରମାଣପତ୍ରର ଯାଞ୍ଚ ନେଇ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ନିୟୋଜିତ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ସମୟ ସମୟରେ ମନିଟରିଂ କରାଯିବ ।

ଏହି ସଂସ୍ଥାଗୁଡ଼ିକ ଚୁକ୍ତିନାମା ପରିସରଭିତ୍ତିରେ ଯୋଗ୍ୟତା ଅନୁଯାୟୀ ଡାକ୍ତର ଓ ବିଶେଷଜ୍ଞମାନଙ୍କୁ ନିୟୋଜିତ କରିବେ । ତଥାପି ଚୁକ୍ତି ଅବଧି ମଧ୍ୟରେ ଏହି ଡାକ୍ତର ଓ ବିଶେଷଜ୍ଞଙ୍କ ଯୋଗ୍ୟତା ପରିଚୟପତ୍ରର ଯାଞ୍ଚ କରାଯିବ ଯେ, ସେମାନେ ଏହି ସେବା ପ୍ରଦାନ ନିମନ୍ତେ ଯୋଗ୍ୟ ଅଟନ୍ତି କି ନା ।

Advertisment

ଅଧିକ ପଢ଼ନ୍ତୁ: ଅଭିଯୋଗ ଶୁଣିବ BMC, ସମସ୍ୟା ନେଇ ଲୋକଙ୍କ ଲାଗିଲା ଲମ୍ବା ଲାଇନ୍

Doctors Health Department
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ