Advertisment

Health Tips: ଆପଣ ଅଧିକ ପରିମାଣର ପ୍ରୋଟିନ୍ ଖାଉଛନ୍ତି କି; ହୋଇପାରେ ଏଭଳି ମାରାତ୍ମକ ରୋଗ

ପ୍ରୋଟିନ୍ ଆମ ଶରୀରର ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ଏହା କିନ୍ତୁ ଅଧିକ ହେଲେ ଆମ ପାଇଁ କାଳ ହୋଇଥାଏ। ଜୀବନ ନେବା ଭଳି ସମସ୍ୟା ଦେଖାଦିଏ। ତେବେ ଶରୀରରେ ପ୍ରୋଟିନ୍ ପରିମାଣ ଅଧିକ ହେଉଛି ବୋଲି କିପରି ଜାଣିବେ?

author-image
Pramod Behera
ଅଦ୍ୟତନ ହୋଇଛି
High-Protein Diets on Kidney Health

High protein can damage liver kidney

ଉତ୍ତମ ସ୍ୱାସ୍ଥ୍ୟ ବା ଫିଟ୍‌ନେସ୍ ପାଇଁ ଆମେ ଏକ ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଗ୍ରହଣ କରୁ। ଶୀଘ୍ର ଓଜନ ବଢେଇବା, ସୁସ୍ଥ ରହିବା ପାଇଁ ଆମେ ଆମ ଖାଦ୍ୟରେ ଏପରି ପୁଷ୍ଟିକର ଖାଦ୍ୟକୁ ଅନ୍ତର୍ଭୁକ୍ତ କରିଥାଉ ଯେଉଁଥିରେ ପ୍ରଚୁର ପରିମାଣର ପ୍ରୋଟିନ୍, ଭିଟାମିନ୍ ଏବଂ ମିନେରାଲ୍ସ ଥାଏ।

Advertisment

ପ୍ରୋଟିନ୍ ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ ଉପାଦାନ। ହାଡ ଓ ମାଂସପେଶୀକୁ ଦୃଢ କରିବା ଏବଂ ଶକ୍ତି ବୃଦ୍ଧି ପାଇଁ ପ୍ରୋଟିନ୍ ଖାଇବାକୁ ପରାମର୍ଶ ଦିଆଯାଏ। କିନ୍ତୁ, ଆପଣ ଜାଣନ୍ତି କି ଏହି ଜରୁରୀ ଉପାଦାନ ଅତ୍ୟଧିକ ହେଲେ ଏହା ଆମ ଶରୀରକୁ ଗୁରୁତର ଭାବରେ ଅସୁସ୍ଥ କରିପାରେ।

ଅଧିକ ପଢ଼ନ୍ତୁ: ପ୍ରିବାୟୋଟିକ୍ ଏବଂ ପ୍ରୋବାୟୋଟିକ୍ କ'ଣ

ରିପୋର୍ଟ ଅନୁଯାୟୀ, ଲୋକମାନେ ଅସୁସ୍ଥ ହେବା, ରୋଗ ପ୍ରତିରୋଧକ ଶକ୍ତି ଏବଂ ଓଜନ ହ୍ରାସ ପାଇଁ ଜିମ୍ ଯାଉଛନ୍ତି ଆଉ ଅଧିକ ପ୍ରୋଟିନ୍ ନେଉଛନ୍ତି। କିନ୍ତୁ ଏହା ଜାଣିରଖିବା ଉଚିତ ଯେ ଆବଶ୍ୟକତା ଠାରୁ ଅଧିକ ପ୍ରୋଟିନ୍ ଶରୀରର ଅନେକ ଅଂଶରେ ବ୍ୟାପକ କ୍ଷତି ଘଟାଇଥାଏ।

Advertisment

ପ୍ରୋଟିନ୍ ଅଧିକ ହେଲେ କ’ଣ ହୁଏ?

ଶରୀରରେ ଯେତେବେଳେ ପ୍ରୋଟିନର ପରିମାଣ ଅଧିକ ହୋଇଯାଏ ସେତେବେଳେ ଶରୀର ଏହାକୁ ଭାଙ୍ଗିବା ପାଇଁ ଅଧିକ ଚାପ ପଡେ। ଫଳରେ କିଡ୍‌ନୀ ଏବଂ ଯକୃତ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡେ। ଏହିସବୁ ଅଙ୍ଗ ଅଧିକ ଚାପର ସମ୍ମୁଖୀନ ହୋଇଥାନ୍ତି।

ଅଧିକ ପ୍ରୋଟିନ୍ ରହିବା ଶରୀରରେ ୟୁରିଆ ପରି ବର୍ଜ୍ୟବସ୍ତୁର ପରିମାଣକୁ ବଢାଇଥାଏ ଏବଂ ଏହା ରକ୍ତକୁ ଅଧିକ ଅମ୍ଳୀୟ କରିଥାଏ। ଅତ୍ୟଧିକ ପ୍ରୋଟିନ୍ ଅନେକ ସମସ୍ୟା ସୃଷ୍ଟି କରିପାରେ।

ଅଷ୍ଟିଓପୋରୋସିସ୍ ରୋଗର ବିପଦ:

ସ୍ୱାସ୍ଥ୍ୟ ପାଇଁ ପ୍ରୋଟିନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଏହାର ଅତ୍ୟଧିକ ପରିମାଣ ହାଡର କ୍ୟାଲ୍‌ସିୟମକୁ ନଷ୍ଟ କରିପାରେ। ଏହାଦ୍ୱାରା ହାଡ କମଜୋର ହୋଇଯାଏ ଯାହାକୁ ଅଷ୍ଟିଓପୋରୋସିସ୍ କୁହାଯାଏ।

କିଡ୍‌ନୀ ଷ୍ଟୋନ୍‌ର ବିପଦ:

ଅଧିକ ପରିମାଣର ପ୍ରୋଟିନ୍ ଖାଇବା ଦ୍ୱାରା କିଡ୍‌ନୀ ଷ୍ଟୋନ୍‌ର ବିପଦ ବଢିଥାଏ। ଏହା ମୂତ୍ରରେ ଅକ୍ସାଲେଟ୍ ଭଳି ଉପାଦାନର ପରିମାଣକୁ ବଢେଇଦିଏ। ଫଳରେ ଷ୍ଟୋନ୍‌ର କାରଣ ହୋଇଥାଏ।

କର୍କଟ ରୋଗର ବିପଦ:

ଦୈନନ୍ଦିନ ରୁଟିନ୍‌ରେ ଅଧିକ ପରିମାଣର ପ୍ରୋଟିନ୍ ଖାଇବା ଦ୍ୱାରା କର୍କଟ୍‌ ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା ମଧ୍ୟ ରହିଛି। ଅଧିକ ପ୍ରୋଟିନ୍ ଦ୍ୱାରା କୋଲନ୍ କର୍କଟ ହେବାର ସମ୍ଭାବନାକୁ ବଢେଇଦିଏ।

ପ୍ରୋଟିନର ପରିମାଣ ଅଧିକ ହେଲେ ମିଳିବ ଏହି ସଂକେତ -ଓଜନ ବୃଦ୍ଧି:

ଯଦି ଆପନଙ୍କର ଓଜନ ଦ୍ରୁତ ଗତିରେ ବୃଦ୍ଧି ପାଉଛି, ତେବେ ଏହାର ଅର୍ଥ ଆପଣ ଅଧିକ ପରିମାଣର ପ୍ରୋଟିନ୍ ନେଉଛନ୍ତି। ଯେତେବେଳେ ଅଧିକ ପରିମାଣର ପ୍ରୋଟିନ୍ ଚର୍ବି ସହିତ ଶରୀରରେ ପହଞ୍ଚେ, ତେବେ ଏହା ଅତି ଶୀଘ୍ର ଓଜନ ବଢାଇଥାଏ।

କିଡ୍‌ନୀ ସମସ୍ୟା:

କିଡ୍‌ନୀ ହେଉଛି ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, କାରଣ ଏହା ଆମ ଖାଦ୍ୟକୁ ଛାଣିବାରେ ଏବଂ ବର୍ଜ୍ୟବସ୍ତୁ ବାହାର କରିବାରେ ସାହାଯ୍ୟ କରେ। କିନ୍ତୁ ଯେତେବେଳେ ପ୍ରୋଟିନ୍ ଅଧିକ ହୋଇଯାଏ, ସେତେବେଳେ କିଡ୍‌ନୀକୁ କାମ କରିବା ପାଇଁ ଅଧିକ ଚାପ ପ୍ରୟୋଗ କରିବାକୁ ପଡେ ଏବଂ ଧୀରେ ଧୀରେ କିଡ୍‌ନୀରେ ଷ୍ଟୋନ୍ ଆଶଙ୍କା ବଢିଯାଏ।

ଶ୍ୱାସ ଦୁର୍ଗନ୍ଧ ହେବା:

ଅତ୍ୟଧିକ ପ୍ରୋଟିନ୍ ଖାଇବା ଦ୍ୱାରା ଶ୍ୱାସରେ ଦୁର୍ଗନ୍ଧ ଆସେ। ଶରୀରରେ ଆମିନୋ ଏସିଡ୍ ଭାଙ୍ଗିବା କାରଣରୁ ଏହି ସମସ୍ୟା ଦେଖାଦେଇଥାଏ।

କୋଷ୍ଠକାଠିନ୍ୟ ସମସ୍ୟା:

ଯେତେବେଳେ ଶରୀରରେ ପ୍ରୋଟିନ୍‌ର ପରିମାଣ ଅଧିକ ହୋଇଯାଏ ଏବଂ ଫାଇବର ଯୋଗାଣ କମିଯାଏ, ତେବେ ଏହା କୋଷ୍ଠକାଠିନ୍ୟର ସମସ୍ୟାକୁ ସୃଷ୍ଟି କରିଥାଏ।

ପେଟ ସମସ୍ୟା:

ପ୍ରୋଟିନ୍‌ର ଅତ୍ୟଧିକ ପରିମାଣ ଆପଣଙ୍କ ପେଟ ସମସ୍ୟା ସୃଷ୍ଟି କରେ। ପ୍ରୋଟିନ୍ ଅଧିକ ହେତୁ ପେଟ ଯନ୍ତ୍ରଣା ଏବଂ ଗ୍ୟାସର ସମ୍ଭାବନା ବଢିଯାଏ।

Protein Health Tips
Advertisment
Advertisment