/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682513207.jpg)
Alert ! Toxic Cough Syrup Available In Market
ବଜାରରେ ମିଳୁଛି ବିଷାକ୍ତ ସିରପ୍ । କାଶ ଓ କଫ ଭଲ କରିବା ପାଇଁ ଆମେ ଖାଉଥିବା ଔଷଧ ବା ସିରପ୍ରେ ରହିଛି ବିଷ । ଯାହାକୁ ବ୍ୟବହାର କରିବା ଫଳରେ ମଣିଷ ସୁସ୍ଥ ହେବା ପରିବର୍ତ୍ତେ ଅଧିକ ହେଉଛି ଅସୁସ୍ଥ । ଏକଥା ଆମେ କହୁନାହୁଁ, WHO ପକ୍ଷରୁ ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି । WHO କହିଛି ଯେ, Guaifenesin TG syrup ରେ ରହିଛି ଅଧିକ ପରିମାଣର ଡାଇଥାଲିନ୍ ଗ୍ଲାଇକୋଲ ଓ ଇଥାଲିନ୍ ଗ୍ଲାଇକୋଲ । ଯାହାକି ମଣିଷ ଶରୀର ପାଇଁ ଏକ ପ୍ରକାର ବିଷ ।
ପଞ୍ଜାବ ସ୍ଥିତ QP Pharmachem Ltd ନାମକ ଫାର୍ମା ସଂସ୍ଥା ଏହି Guaifenesin TG syrup ପ୍ରସ୍ତୁତ କରୁଛି । ମାରସାଲ ଦ୍ୱୀପରୁ ଏହାର ସାମ୍ପୁଲ ସଂଗ୍ରହ କରି ଲାବ୍ (ଅଷ୍ଟ୍ରେଲିଆର Therapeutic Goods Administration ବା TGA)କୁ ଟେଷ୍ଟିଂ ପାଇଁ ପଠାଇଥିଲା WHO । ଏହାପରେ ଯେଉଁ ରିପୋର୍ଟ ସାମ୍ନାକୁ ଆସିଲା ତାକୁ ଦେଖିବା ପରେ WHO ବି ତାଜୁବ ହୋଇଗଲା । ଡାଇଥାଲିନ୍ ଗ୍ଲାଇକୋଲ ଓ ଇଥାଲିନ୍ ଗ୍ଲାଇକୋଲ ମଣିଷ ଶରୀର ପାଇଁ ଖୁବ୍ କ୍ଷତିକାରକ ବୋଲି କହିଛି WHO । ଏହି ସିରପ୍ ମାରସାଲ ଦ୍ୱୀପ ଓ ମାଇକ୍ରୋନେସିଆରେ ଅଧିକ ପରିମାଣରେ ମିଳୁଥିବା WHO କହିଛି । ବିଶେଷ କରି ଛାତିରେ ଯନ୍ତ୍ରଣା ତଥା କାଶ ଓ କଫ ଭଲ କରିବା ପାଇଁ ଏହି ସିରପ୍ ଲୋକଙ୍କୁ ବିକ୍ରି କରାଯାଉଛି ।
ଏହି ସିରପ୍ର ମାର୍କେଟିଂ ଦାୟିତ୍ୱ ନେଇଥିବା ହରିୟାଣା ସ୍ଥିତ ତ୍ରିଲିୟମ ଫାର୍ମା କମ୍ପାନୀ WHO ସମ୍ମୁଖରେ ସିରପ୍କୁ ନେଇ କୌଣସି ପ୍ରକାର ଯୁକ୍ତିଯୁକ୍ତ ତଥ୍ୟ ରଖିପାରି ନାହିଁ । ଏହା ମଣିଷ ଶରୀର ପାଇଁ କ୍ଷତିକାରକ ନୁହେଁ ବୋଲି କମ୍ପାନୀ ଯୁକ୍ତି ବାଢ଼ିପାରୁ ନାହିଁ ବୋଲି WHO କହିଛି ।
ଉକ୍ତ ସିରପ୍ରେ ରହିଥିବା ଡାଇଥାଲିନ୍ ଗ୍ଲାଇକୋଲ ଓ ଇଥାଲିନ୍ ଗ୍ଲାଇକୋଲ ଶରୀର ମଧ୍ୟକୁ ଗଲେ, ଏହା ଭୟଙ୍କର ପ୍ରଭାବ ପକାଇପାରେ । ଯେମିତିକି ପେଟ ଯନ୍ତ୍ରଣା, ବାନ୍ତି, ଡାଇରିଆ, ପରିଶ୍ରା ବେଳେ ଯନ୍ତ୍ରଣା, ମୁଣ୍ଡ ବ୍ୟଥା, ମାନସିକ ସ୍ଥିତି ଭଲ ରହିବ ନାହିଁ ଏମିତିକି କିଡ୍ନୀ ଖରାପ ହେବାର ସମ୍ଭାବନା ରହିଛି । ଯାହାକି ମଣିଷକୁ ମୃତ୍ୟୁ ମୁଖକୁ ଠେଲିଦେଇପାରେ ।
ତେବେ ଉକ୍ତ କମ୍ପାନୀର ଚେୟାରମ୍ୟାନ୍ ସୁଧିର ପାଠକ ଏକ ସାକ୍ଷାତକାର ଦେଇ କହିଛନ୍ତି, ଏଭଳି କୌଣସି ଔଷଧ ଆମେ ପ୍ୟାସିଫିକ୍ ରିଜିଅନ୍କୁ ପଠାଇ ନାହୁଁ । ଏଗୁଡ଼ିକ ବ୍ୟବହାର ପାଇଁ ସ୍ୱୀକୃତି ପ୍ରାପ୍ତ ନୁହେଁ । ଆମେ ଜାଣିନାହୁଁ ଏହି ବଟଲ, ମାର୍ସାଲ ଦ୍ୱୀପ ଓ ମାଇକ୍ରୋନେସିଆରେ କିଭଳି ପହଞ୍ଚିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)