କୋମଳମତି ଶିଶୁ ଖାଉଥିବା କପ୍ ସିରପରେ ସାଙ୍ଘାତିକ ସାଇଡ୍ ଇଫେକ୍ଟ । ନାକ ଖୋଲିବାକୁ ଖାଇଲେ ବଢ଼ୁଛି ରକ୍ତଚାପ । ଥଣ୍ଡା ପାଇଁ ଖାଇଲେ ଶିଶୁ ହେଉଛନ୍ତି ନିଦୁଆ ଓ ଚିଡଚିଡାପଣର ଶିକାର । ଥଣ୍ଡା କାଶ ଛିଙ୍କ ପାଇଁ ପିଲାଙ୍କୁ ବିନା ଡାକ୍ତର ପରାମର୍ଶରେ ମେଡିସିନ ଦେଉଥିଲେ ସାବଧାନ ! ଶିଶୁଙ୍କ ମେଡିସିନକୁ ନେଇ କେନ୍ଦ୍ର ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ଚାରି ବର୍ଷରୁ କମ୍ ବୟସର ଶିଶୁମାନଙ୍କ ପାଇଁ ବ୍ୟାନ୍ ହୋଇଛି ନିର୍ଦ୍ଦିଷ୍ଟ କଫ ସିରପ୍ । ଏହି ଔଷଧ ଖାଇଲେ ବା ନାକରେ ପକାଇଲେ ଶିଶୁଙ୍କ ଶରୀରରେ ଦେଖାଦେଉଥିଲା ସାଇଡ ଇଫେକ୍ଟ । ଫଳରେ ଏପରି କଫ ସିରପ୍ ଉପରେ ନିଷେଧାଦେଶ ଜାରି କରିଛନ୍ତି ଭାରତ ସରକାର ।
କ୍ଲୋରଫେନିରାମିନ ମାଲେଟ ଏବଂ ଫେନାଇଲଫ୍ରିନ ହାଇଡ୍ରୋକ୍ଲୋରାଇଡ ଥିବା କଫ ସିରପ୍ ବ୍ୟାନ୍ ଘୋଷଣା ହୋଇଛି । ଫିକ୍ସଡ-ଡୋଜ କମ୍ବିନେସନ୍ କଫ ସିରପ୍ ଗୁଡ଼ିକର ବିକ୍ରି, ଉତ୍ପାଦନ ଏବଂ ବଣ୍ଟନ ଉପରେ ଲାଗିଛି କଟକଣା । ଡ୍ରଗ୍ସ ଟେକ୍ନିକାଲ ଆଡଭାଇଜରୀ ବୋର୍ଡ ଏବଂ ବିଶେଷଜ୍ଞ କମିଟିର ସୁପାରିଶ ଆଧାରରେ ଏହି କଟକଣା ଲାଗୁ ହୋଇଛି ।
Also Read
ଅଧିକ ପଢ଼ନ୍ତୁ: ଆମିଷ ନା ନିରାମିଷ; କେଉଁ ଖାଦ୍ୟ ଠିକ୍; ଆପଣ କ’ଣ ଖାଇବେ…
ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ପରେ ନିର୍ଦ୍ଦିଷ୍ଟ କପ ସିରପ ଉପରେ ବ୍ୟାନ୍ ନିଷ୍ପତ୍ତି ନିଆଯାଇଛି । ନିଷେଧାଦେଶକୁ ଏବେ ଡାକ୍ତର ଏବଂ ଔଷଧ ବିକ୍ରେତାମାନଙ୍କୁ କଡାକଡ଼ି ପାଳନ କରିବାକୁ ପଡ଼ିବ।
ଏଥିସହ ଚାରି ବର୍ଷରୁ କମ୍ ବୟସର ଶିଶୁଙ୍କୁ କୌଣସି ଔଷଧ ଦେବା ପୂର୍ବରୁ ଶିଶୁ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ଅଭିଭାବକମାନଙ୍କୁ କୁହାଯାଇଛି ।